For Quick Alerts
Turn On Notification  
For Daily Alerts
Oneindia App Download

ଓଡ଼ିଶା ଆଗରେ ମୁଣ୍ଡ ନୁଆଁଇଲା କେନ୍ଦ୍ର ; ପ୍ରତ୍ୟାହାର କଲା NMA ବାଇ-ଲ

ମୁଣ୍ଡ ନୁଆଁଇଲା କେନ୍ଦ୍ର ସରକାର । ପ୍ରତ୍ୟାହାର କରିନେଲା ଶ୍ରୀ ମନ୍ଦିର ଲାଗି ପ୍ରସ୍ତାବିତ ବାଇ-ଲ । ଜାତୀୟ ସ୍ମାରକୀ ପ୍ରାଧିକରଣ ପକ୍ଷରୁ ପ୍ରସ୍ତାବିତ ବାଇ-ଲ' ପ୍ରତ୍ୟାହାର କରାଯିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ ।

|

ଭୁବନେଶ୍ୱର : ରହିଲା ଓଡ଼ିଶାର ଦାବି । ମୁଣ୍ଡ ନୁଆଁଇଲା କେନ୍ଦ୍ର ସରକାର । ପ୍ରତ୍ୟାହାର କରିନେଲା ଶ୍ରୀ ମନ୍ଦିର ଲାଗି ପ୍ରସ୍ତାବିତ ବାଇ-ଲ । ଜାତୀୟ ସ୍ମାରକୀ ପ୍ରାଧିକରଣ ପକ୍ଷରୁ ପ୍ରସ୍ତାବିତ ବାଇ-ଲ' ପ୍ରତ୍ୟାହାର କରାଯିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏହି ପ୍ରସ୍ତାବିତ ବାଇ-ଲ' ପ୍ରତ୍ୟାହାର ଦାବି ନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦଙ୍କୁ ଭେଟିଥିଲେ ବିଜେଡି ସାଂସଦ । ଏହାପରେ ବାଇ-ଲ' ପ୍ରତ୍ୟାହାର ଲାଗି କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ ସୂଚନା ଦେଇଛନ୍ତି ।

Jagannath-temple-by-laws

କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି, 'ଓଡ଼ିଶା ସାଂସଦ ସାଂସଦ ପିନାକୀ ମିଶ୍ର, ଭର୍ତ୍ତୁହରି ମହତାବଙ୍କ ନେତୃତ୍ୱରେ ସାସଂଦମାନଙ୍କ ସହ ସାକ୍ଷାତ କରିଛି । ମୁଁ ପ୍ରତିନିଧି ମଣ୍ଡଳକୁ ଏହି ବିଜ୍ଞପ୍ତି ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଇଛି । ପୁରୀ ଶ୍ରୀମନ୍ଦିର ଲାଗି ସମସ୍ତ ନିଷ୍ପତ୍ତି ଓଡ଼ିଆ ଭାଷାରେ ନିଆଯିବ । ଏଥିସହ କୌଣସି ପଦକ୍ଷେପ ନେବା ପୂର୍ବରୁ ଆପୋଷ ବୁଝାମଣା ହେବ ।'

ଅପରପକ୍ଷରେ ଶ୍ରୀ ମନ୍ଦିର ଲାଗି ପ୍ରସ୍ତାବିତ ଏହି ବାଇ-ଲ'କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବିରୋଧ କରିଥିଲେ । ସୋମବାର ନବୀନ ପୁରୀ ଗସ୍ତ ସମୟରେ କେନ୍ଦ୍ର ସରକାରଙ୍କ ପ୍ରତି କଡ଼ା ପ୍ରତିକ୍ରିୟା ରଖି କହିଥିଲେ ଏହି ପ୍ରସ୍ତାବକୁ କେନ୍ଦ୍ର ସରକାରଙ୍କୁ ପ୍ରତ୍ୟାହାର କରିବାକୁ ହେବ । କେହି ମଧ୍ୟ ମହା ପ୍ରଭୁଙ୍କ ବିକାଶ କାର୍ଯ୍ୟରେ ବାଧା ଦେଇପାରିବେ ନାହିଁ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Centre Culture Minister Directed NMA to Withdraw Proposed By laws for Jagannath Temple of Puri.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X