For Quick Alerts
Turn On Notification  
For Daily Alerts
Oneindia App Download

5-ଟି ସଚିବଙ୍କ ପୁରୀ ଅନୁଧ୍ୟାନ

ମୁଖ୍ୟମନ୍ତ୍ରୀଙ୍କ ପୁରୀ ପରିଦର୍ଶନ ପରେ କାର୍ଯ୍ୟର ଅଗ୍ରଗତିକୁ ଅନୁଧ୍ୟାନ କରିବା ପାଇଁ ଶ୍ରୀମନ୍ଦିର ଖୋଲିବା ପୂର୍ବରୁ ପୁରୀ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି 5-ଟି ସଚିବ ଭିକେ ପାଣ୍ଡିଆନ |

|

ପୁରୀ: ମୁଖ୍ୟମନ୍ତ୍ରୀଙ୍କ ପୁରୀ ପରିଦର୍ଶନ ପରେ କାର୍ଯ୍ୟର ଅଗ୍ରଗତିକୁ ଅନୁଧ୍ୟାନ କରିବା ପାଇଁ ଶ୍ରୀମନ୍ଦିର ଖୋଲିବା ପୂର୍ବରୁ ପୁରୀ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି 5-ଟି ସଚିବ ଭିକେ ପାଣ୍ଡିଆନ | ଆସନ୍ତା 23 ତାରିଖରେ ପୁରୀ ଜଗନ୍ନାଥ ମନ୍ଦିର ଖୋଲିବାକୁ ଥିବାରୁ ଶ୍ରଦ୍ଧାଳୁଙ୍କ ଦର୍ଶନ ବ୍ୟବସ୍ଥା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି | ଏହି ସମୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର, ଉନ୍ନୟନ କମିଶନର ସୁରେଶ ମହାପାତ୍ର, ପୁରୀ ଜିଲ୍ଲାପାଳ ଓ ଏସପି ଉପସ୍ଥିତ ଥିଲେ |

ମନ୍ଦିର ଖୋଲିବା ପୂର୍ବରୁ ମନ୍ଦିର ଚାରିପଟ ଓ ଐତିହ୍ୟସ୍ଥଳର ସଫେଇ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି | ଏଥିସହିତ 20 ମିଟର ଚଉଡ଼ା ବିଶିଷ୍ଟ ଆଉଟର ରିଙ୍ଗରୋଡ଼ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ କହିଛନ୍ତି | ଏହି ଗସ୍ତ ସମୟରେ ସେ ଶ୍ରୀମନ୍ଦିର ଚତୁଃପାର୍ଶ୍ୱର ବିକାଶ ଓ ହେରିଟେଜ୍ କରିଡରର ଉନ୍ନତିକରଣ କାର୍ଯ୍ୟ ବୁଲି ଦେଖିଛନ୍ତି |

Puri-VK Pandian

ଉଲ୍ଲେଖଯୋଗ୍ୟ, ୨୩ରୁ ଶ୍ରୀମନ୍ଦିର ସମେତ ଜିଲ୍ଲାର ସମସ୍ତ ର୍ଧମାନୁଷ୍ଠାନ ଖୋଲିବାକୁ ପୁରୀ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି | ଦର୍ଶନ ସମୟରେ କୋଭିଡ୍ କଟକଣା ଉପରେ ଧ୍ୟାନ ଦିଆଯିବ | ପ୍ରଥମ ଦୁଇ ଦିନ 23 ଓ 24 ତାରିଖରେ ସେବାୟତଙ୍କ ପରିବାର ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ | ଏହା ପରେ ପୁରୀ ସହରବାସୀ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଅନୁମତି ମିଳିବ | ବିଭିନ୍ନ ଓ୍ୱାର୍ଡର ଲୋକଙ୍କୁ ପର୍ଯ୍ୟାୟକ୍ରମେ ଦର୍ଶନ କରିବାକୁ ଦିଆଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି |

ନୂଆବର୍ଷରେ ଭିଡ଼କୁ ନଜରରେ ରଖି ଜାନୁଆରି 1 ଓ 2 ତାରିଖରେ ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ବନ୍ଦ ରଖାଯିବ | ଜାନୁଆରି 3ରୁ ପୁରୀ ସହ ରାଜ୍ୟ ତଥା ରାଜ୍ୟ ବାହାର ଭକ୍ତମାନଙ୍କୁ ଦର୍ଶନର ଅନୁମତି ମିଳିବ | ପ୍ରଥମେ ପରୀକ୍ଷାମୂଳକଭାବେ 3ରୁ 10 ତାରିଖ ପର୍ଯ୍ୟନ୍ତ ଦୈନିକ ୫ ହଜାର ଭକ୍ତଙ୍କୁ ଦର୍ଶନ କରିବାକୁ ସୁଯୋଗ ଦିଆଯିବାନେଇ ଯୋଜନା କରାଯାଇଛି |

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Before the opening of temple for devotees 5-T Secretary V K Pandian visited Puri to review the work progress.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X