ଦିନେ ଡେଲିଭରୀ ବୟ ଭାବେ କାମ କରୁଥିଲେ କମେଡି କିଙ୍ଗ୍ କପିଲ

ଟିଭିର ପ୍ରସିଦ୍ଧ କମେଡି ଶୋ'ଦ କପିଲ ଶର୍ମା ଶୋ'ଜିଣିଥାଏ ଦର୍ଶକଙ୍କ ମନ । ଏହି ଶୋ'ର ଲୋକପ୍ରିୟାତା ବେଶ୍ ଅଧିକ । ନିଜ କମେଡିରେ ଲୋକଙ୍କ ମନ ଜିଣୁଥିବା କମେଡି କିଙ୍ଗ୍ କପିଲଙ୍କର ଫିଲ୍ମ 'Zwigato' ରିଲିଜ୍ ହେବା ପାଇଁ ଯାଉଛି ।

Zwigato Trailer Launch

Zwigato Trailer Launch: ଟିଭିର ପ୍ରସିଦ୍ଧ କମେଡି ଶୋ'ଦ କପିଲ ଶର୍ମା ଶୋ'ଜିଣିଥାଏ ଦର୍ଶକଙ୍କ ମନ । ଏହି ଶୋ'ର ଲୋକପ୍ରିୟାତା ବେଶ୍ ଅଧିକ । ନିଜ କମେଡିରେ ଲୋକଙ୍କ ମନ ଜିଣୁଥିବା କମେଡି କିଙ୍ଗ୍ କପିଲଙ୍କର ଫିଲ୍ମ 'Zwigato' ରିଲିଜ୍ ହେବା ପାଇଁ ଯାଉଛି । ଆଜି ଅର୍ଥାତ୍ ବୁଧବାର ଦିନ କପିଲଙ୍କ ଫିଲ୍ମ 'Zwigato'ର ଟ୍ରେଲର ଲଞ୍ଚ୍ ହୋଇଯାଇଛି । ଟ୍ରେଲର ଲଞ୍ଚ୍ କାର୍ଯ୍ୟକ୍ରମରେ କପିଲ ନିଜ ଜୀବନର ସଂଘର୍ଷ ଦିନ ଗୁଡିକକୁ ମନେ ପକାଇଥିଲେ । ଏହି ବସରରେ ଅଭିନେତା କହିଥିଲେ ଯେ, ସେ ରିୟଲ ଲାଇଫରେ ମଧ୍ୟ ଡେବିଭରି ମ୍ୟାନର ଭାବେ କାର୍ଯ୍ୟ କରି ସାରିଛନ୍ତି ।

ମାର୍ଚ୍ଚ ୧ରେ କପିଲ ଶର୍ମାଙ୍କ ଆଗାମୀ ଫିଲ୍ମ 'Zwigato'ର ଟ୍ରେଲର ଲଞ୍ଚ୍ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କପିଲ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ ଆଲୋଚନା କରିଥିଲେ ନିଜ ସଂଘର୍ଷ ଦିନ ବିଷୟରେ ଆଲୋଚନା କରି ଭାବୁକ ହୋଇପଡିଥିଲେ । କପିଲ ଶର୍ମାଙ୍କ ଏକ ଭିଡିଓ ଭାଇରାଲ ହେଉଛି । ଏହି ଭିଡିଓରେ କପିଲ ଶର୍ମା କହୁଛନ୍ତି- 'ଟରୋଣ୍ଟୋ ଫିଲ୍ମ ଫେଷ୍ଟିଭାଲ ସମୟରେ ମୁଁ ନନ୍ଦିତା ଦାସ ମ୍ୟାମଙ୍କୁ କହିଥିଲି, ଦିନେ ମୁଁ ମଧ୍ୟ ଏକ ମୃଦୁ ପାନୀୟ କମ୍ପାନୀର ଗାଡିରେ ଡେଲିଭରି ମ୍ୟାନ ସହ ହେଲପର ଭାବରେ କାମ କରୁଥିଲି।'

ଯେଉଁଥିପାଇଁ ଏହି ଚଳଚ୍ଚିତ୍ରେର ଜଣେ ଡେଲିଭରି ବୟ ଭାବେ କାର୍ଯ୍ୟ କରିବା ତାଙ୍କ ପକ୍ଷରରେ ସହଜ ହୋଇ ଯାଇଥିଲା ବୋଲି କହିଛନ୍ତି କପିଲ । ସେ ଆହୁରି କରିଛନ୍ତି, ସମସ୍ତଙ୍କର ଜୀବନରେ ସଂଘର୍ଷର ଦିନ ରହିଛି । ଆମେ ମଧ୍ୟ ନିଜ ସହରରେ ଏଭଳି ସଂଘର୍ଷର କରି ଆଗକୁ ବଢିଛୁ । ହେଲେ 'Zwigato'ର କାହାଣୀ ସମ୍ପୂର୍ଣ୍ଣ ଭିନ୍ନ ।

'Zwigato' କେବେ ମୁକ୍ତିଲାଭ କରିବ?
କପିଲ ଶର୍ମାଙ୍କ ଆଗାମୀ ଚଳଚ୍ଚିତ୍ର 'Zwigato'କୁ ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ନନ୍ଦିତା ଦାସ ନିର୍ଦ୍ଦେଶନା ଦେଇଛନ୍ତି । ଏହି ଚଳଚ୍ଚିତ୍ରର ମାର୍ଚ୍ଚ ୧୭ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଏହି ସିନେମା ପାଇଁ କପିଲ ଦୀର୍ଘ ଦିନ ହେବ ଚର୍ଚ୍ଚାରେ ରହିଆସୁଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+