Yuzi Chahal: ଅଲଗା ହେବେ ଚହଲ-ଧନଶ୍ରୀ, ଇନଷ୍ଟାଗ୍ରାମ ଷ୍ଟୋରୀ...
ଭାରତୀୟ ଦଳର ଲେଗ ସ୍ପିନର ଚହଲ ଓ କୋରିଓଗ୍ରାଫର ଧନଶ୍ରୀ ବର୍ମାଙ୍କ ବିବାହ ବିଚ୍ଛେଦରେ ପରିଣତ ହେବାକୁ ଯାଉଛି । ନିଜେ ଚହଲ ଇନଷ୍ଟାଗ୍ରାମ ଷ୍ଟୋରୀ ଜରିଆରେ ଏହା ସ୍ପଷ୍ଟ କରିଛନ୍ତି। ଡିଭୋର୍ସକୁ ସ୍ପଷ୍ଟ କରି ନଥିଲେ ମଧ୍ୟ ଏହାକୁ ସମ୍ପୂର୍ଣ୍ଣ ନା ମଧ୍ୟ କହି ନାହାନ୍ତି। ବିଗତ କିଛି ମାସ ହେବ ଏହି ତାରକା ଦମ୍ପତିଙ୍କ ଡିଭୋର୍ସ ଖବର ଚର୍ଚ୍ଚାରେ ରହିଛି।
ଇନଷ୍ଟାଗ୍ରାମ ଷ୍ଟୋରୀରେ ଚହଲ ଫ୍ୟାନ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହା ସହିତ ଫ୍ୟାନ ମାନଙ୍କ ସମର୍ଥନ ବିନା କ୍ୟାରିୟରରେ ସେ ଏତେ ବାଟ ଆସି ପାରି ନଥାନ୍ତେ ବୋଲି ଲେଖିଛନ୍ତି। ମୋ ନିକଟରେ ଆହୁରି ଅନେକ ଓଭର ବାକି ରହିଛି। ଦେଶ ପାଇଁ, ମୋ ଦଳ ପାଇଁ ଓ ସମର୍ଥକ ମାନଙ୍କ ପାଇଁ ଆହୁରି ଅନେକ ଓଭର ବୋଲିଂ କରିବାର ଅଛି। ଜଣେ କ୍ରୀଡାବିତ ଭାବେ ମୁଁ ସର୍ବଦା ଗର୍ବିତ। ତେବ କ୍ରୀଡାବିତ ହେବା ସହିତ ମୁଁ ଜଣେ ପୁଅ, ଭାଇ ଓ ବନ୍ଧୁ। ମୋ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବା ନିମନ୍ତେ ସମସ୍ତେ ଆଗ୍ରହୀ ଏହାକୁ ମୁଁ ସମ୍ମାନ ମଧ୍ୟ ଜଣାଉଛି। ତେବେ ନିକଟରେ କିଛି ସୋସିଆଲ ମିଡିଆ ପୋଷ୍ଟ ଆସିଛି। ଏହା ମଧ୍ୟରୁ କିଛି ସତ୍ୟ ମଧ୍ୟ ହୋଇପାରେ।

ଜଣେ ପୁଅ, ଭାଇ ଓ ବନ୍ଧୁ ଭାବେ ମୁଁ ସମସ୍ତଙ୍କୁ ଏଭଳି ଗୁଜବରୁ ଦୂରେଇ ରହିବା ପାଇଁ ଅନୁରୋଧ କରୁଛି। ଏହା ମୋତେ ଓ ମୋର ପରିବାରକୁ ବେଶ ଆଘାତ ଦେଉଛି । ଅନ୍ୟ ମାନଙ୍କ ଉନ୍ନତି ଆଶା କରିବା ସହିତ ସଫଳତା ପାଇଁ କଠିନ ପରିଶ୍ରମ କରିବାକୁ ମୋ ପରିବାର ସର୍ବଦା ଶିକ୍ଷା ଦେଇଛି। ମୁଁ ଶର୍ଟକଟ ନନେଇ କଠିନ ପରିଶ୍ରମ କରିବାରେ ବିଶ୍ବାସ କରିଥାଏ। ମୁଁ ସର୍ବଦା ଆପଣ ମାନଙ୍କ ସହଯୋଗ ଆଶା କରିବି ଦୟା ନୁହେଁ ବୋଲି ଚହଲ ଲେଖିଛନ୍ତି।୨୦୨୦ରେ ଏହି ଷ୍ଟାର ଦମ୍ପତି ବିବାହ କରିଥିବା ବେଳେ ୨୦୨୩ରେ ପ୍ରଥମ ଥର ଡିଭୋର୍ସ ଖବର ସାମ୍ନାକୁ ଆସିଥିଲା। ୨୦୨୩ରେ ଧନଶ୍ରୀ ନିଜ ଇନଷ୍ଟାଗ୍ରାମ ପ୍ରୋଫାଇଲରୁ ଚହଲ ହଟାଇ ଦେଇଥିଲେ। ପରେ ଶେୟସ ଆୟରଙ୍କ ସହିତ ଧନଶ୍ରୀଙ୍କ ନାମ ମଧ୍ୟ ଯୋଡା ଯାଇଥିଲା। ନିକଟରେ ଉଭୟ ଚହଲ ଓ ଧନଶ୍ରୀ ପରସ୍ପରକୁ ଇନଷ୍ଟାଗ୍ରାମରେ ଅନଫଲୋ କରିଥିଲେ। ଉଭୟ ପରସ୍ପର ସହିତ ରହିଥିବା ଫଟୋ ଗୁଡିକ ମଧ୍ୟ ଡିଲିଟ କରିଥିଲେ। ଏହା ସହିତ ଉଭୟ ବର୍ତ୍ତମାନ ଅଲଗା ରହୁଛନ୍ତି।












Click it and Unblock the Notifications