ପୁଣି ୟୁଟ୍ୟୁବର ଏଲ୍ଭିଶ୍ଙ୍କ ବଢ଼ିଲା ଅଡ଼ୁଆ, ନାଁରେ ରୁଜୁ ହେଲା ମାମଲା
ୟୁଟ୍ୟୁବର ଏଲ୍ଭିଶ୍ ଯାଦବଙ୍କ ବିରୋଧରେ ମାମଲା। ଏକ ବିଭ୍ରାନ୍ତିକର ଭିଡିଓ ପୋଷ୍ଟ କରିବା ଅଭିଯୋଗରେ ଏଲ୍ଭିଶଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଭିଡିଓରେ ସେ ଦାବି କରିଛନ୍ତି ଯେ, ଜୟପୁରରେ ମ୍ୟୁଜିକ ଭିଡିଓ ଶୁଟ୍ କରିବା ସମୟରେ ରାଜସ୍ଥାନ ପୁଲିସ ତାଙ୍କୁ ସୁରକ୍ଷା ପ୍ରଦାନ କରିଥିଲା।

ଅଧିକାରୀମାବେ ବୁଧବାର ଏନେଇ ସୂଚନା ଦେଇଛନ୍ତି। ଏଲ୍ଭିଶଙ୍କ ଦାବିକୁ ପୁଲିସ ଖଣ୍ଡନ କରିଛି ଏବଂ କହିଛି ଯେ, ଏଲ୍ଭିଶ ଯାଦବଙ୍କୁ କୌଣସି ସରକାରୀ ସୁରକ୍ଷା ପ୍ରଦାନ କରାଯାଇ ନଥିଲା। ରାଜସ୍ଥାନ ପୁଲିସର ଭାବମୂର୍ତ୍ତିକୁ ମଳିନ କରିବା ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଜୟପୁର ପୁଲିସ କମିଶନର ବିଜୁ ଜର୍ଜ ଜୋସେଫ କହିଛନ୍ତି ଯେ,'' ୟୁଟ୍ୟୁବରଙ୍କୁ କୌଣସି ଏସକର୍ଟ ପ୍ରଦାନ କରାଯାଇନାହିଁ। ଏହି ଏହି ମାମଲାରେ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।''












Click it and Unblock the Notifications