Year Ender 2022: ଚଳିତ ବର୍ଷର ସୁପରହିଟ୍ ସାଉଥ୍ ଫିଲ୍ମ, ଦେଖନ୍ତୁ ଏହି ଓଟିଟି ପ୍ଲାଟଫର୍ମରେ
Year Ender 2022: ଚଳିତ ବର୍ଷର ସୁପରହିଟ୍ ସାଉଥ୍ ଫିଲ୍ମ, ଦେଖନ୍ତୁ ଏହି ଓଟିଟି ପ୍ଲାଟଫର୍ମରେ
Year Ender 2022: ଚଳିତ ବର୍ଷ ଅର୍ଥାତ୍ ୨୦୨୨ରେ ଦେଶବିଦଶର ସିନେମା ଇଣ୍ତଷ୍ଟ୍ରିରେ ଚହଳ ସୃଷ୍ଟି କରିଥିଲା ସାଉଥ ଫିଲ୍ମ । ପ୍ରତିଟି ଫିଲ୍ମ ସାଉଁଟିଥିଲା ଦର୍ଶକଙ୍କ ଭଲ ପାଇବା । 'RRR', 'KGF 2' ଭଳି ଚଳଚ୍ଚିତ୍ରର ଆୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ୨୦୨୨ ରେ ରିଲିଜ୍ ହୋଇଥିବା ସାଉଥର ସୁପରହିଟ୍ ଚଳଚ୍ଚିତ୍ରର ଲିଷ୍ଟ ଉପରେ ନଜର ପକାନ୍ତୁ, ଯଦି ଆପଣ ପ୍ରେକ୍ଷାଳୟରେ ଏହି ସମସ୍ତ ଫିଲ୍ମକୁ ଦେଖି ନାହାଁନ୍ତି ତେବେ ଆପଣ ଏହି ଓଟିଟି' ପ୍ଲାଟଫର୍ମରେ ଦେଖିପାରିବେ ।

କନ୍ତାରା
ସାଉଥ୍ ସିନେମାର ସୁପରହିଟ୍ ଫିଲ୍ମ 'କନ୍ତାରା' ଡିସେମ୍ବର ୯ରେ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିଛି । ଏହି ଫିଲ୍ମର ଓଟିଟି ରିଲିଜକୁ ଦର୍ଶକ ଉତ୍ସାହର ସହ ଅପେକ୍ଷା ମଧ୍ୟ କରିଥିଲେ । ୨୦୨୨ରେ, ଏହି ଚଳଚ୍ଚିତ୍ର ୪୦୦ କୋଟିରୁ ଅଧିକ ଆୟ କରି ରେକର୍ଡ ସୃଷ୍ଟି କରିଛି । ଏହି ରିଜିଓନାଲ ସିନେମାର ପ୍ରଶଂସା ଏବେ ଦେଶ ବିଦେଶରେ ହେଉଛି । ସାଧାରଣ ଲୋକଙ୍କଠୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ଅନେକ ଏହି ଫିଲ୍ମର ଗୁଣଗାନ କରୁଛନ୍ତି ।
କାର୍ତ୍ତିକେୟ ୨
ଏହି ସାଉଥ୍ ଚଳଚ୍ଚିତ୍ରରେ ଜଣେ ଡାକ୍ତରଙ୍କ କାହାଣୀ ଦେଖିବା ପାଇଁ ମିଳିଥିଲା । ଯିଏ ଇଶ୍ୱରଙ୍କର ରହସ୍ୟ ଜାଣିବା ପାଇଁ ଚାହୁଁଛନ୍ତି । ଏଥିରେ ଭାରତୀୟ ଇତିହାସ ଏବଂ ଆଧ୍ୟାତ୍ମିକତାର କାହଣୀ ଦେଖିବା ପାଇଁ ମିଳୁଛି । Zee5ରେ ଆପଣ ଏହି ଚଳଚ୍ଚିତ୍ରକୁ ହିନ୍ଦୀ ଭାଷାରେ ଦେଖି ପାରିବେ ।
ପୋନିୟାନ୍ ସେଲଭାନ୍ 1
ସାଉଥର ଏହି ବିଗ୍ ବଜେଟ୍ ସିନେମାର ରିଲିଜ୍ ପରେ ସାରା ବିଶ୍ୱରେ ଚହଳ ସୃଷ୍ଟି କରିଥିଲା ୫୦୦ କୋଟି ଟଙ୍କାରେ ନିର୍ମାଣ ହୋଇଥିବା ଏହି ଫିଲ୍ମରେ ଚୋଳ ସାମ୍ରାଜ୍ୟର ଐତିହାସିକ କାହାଣୀ ଦେଖିବା ପାଇଁ ମିଳିଥିଲା । ଏହି ଫିଲ୍ମଟି ହିନ୍ଦୀ, ତାମିଲ, କନ୍ନଡ ଏବଂ ମାଲାୟାଲମ୍ ଭାଷାରେ ରିଲିଜ୍ ହୋଇଥିଲା । ଏହି ସିନେମାଟି ଆପଣ ଆମାଜନ ପ୍ରାଇମ ଭିଡିଓରେ ଦେଖିପାରିବେ । ମଣି ରତ୍ନାମଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ସୁପରହିଟ୍ ହୋଇଥିଲା ।
ମେଜର
ମେଜର ସନ୍ଦୀପ ଉନିକ୍ରିଷ୍ଣନଙ୍କ ଜୀବନୀ ଉପରେ ଆଧାରିତ ଏହି ଫିଲ୍ମଟି ଦର୍ଶକଙ୍କ ବେଶ୍ ଭଲ ପାଇବା ସାଉଁଟିଥିଲା । ଆପଣ ଏହି ଚଳଚ୍ଚିତ୍ରକୁ ନେଟଫ୍ଲିକ୍ସରେ ହିନ୍ଦୀ ଭାଷାରେ ଦେଖିପାରିବେ । ଏହା ୨୬/୧୧ ମୁମ୍ବାଇ ଆକ୍ରମଣରେ ସହିଦ ହୋଇଥିବା ମେଜର ସନ୍ଦୀପ୍ ଉନିକ୍ରିଷ୍ଣନ ଜୀବନ କାହଣୀ ଉପରେ ଆଧାରିତ ।
777 ଚାର୍ଲି
ଏହି ଫିଲ୍ମ ହେଉଛି ଏକ ଯୁବକର କାହାଣୀ, ଯିଏ ଜୀବନ ସହ କରୁଛି ସଂର୍ଘଷ । ନିଶା ତା ବଞ୍ଚିବାର ଏକ ମାତ୍ର ସାହାରା ପାଲଟିଛି ହେଲେ ତା ଜୀବନ ଏକ ଛୋଟ କୁକୁର ପରିବର୍ତ୍ତନ କରିଦେଇଛି । ଯାହାର ନାଁ ଚାର୍ଲି । ଏହି ଚଳଚ୍ଚିତ୍ର କୁକୁର ଏବଂ ମଣିଷର ବନ୍ଧୁତାର କାହଣୀ । ଯାହା ଆପଣ voot ଏବଂ ଆମାଜନ ପ୍ରାଇମରେ ହିନ୍ଦୀରେ ଦେଖିପାରିବେ ।
ସୀତା ରମନ
ରଶ୍ମିକା ମନ୍ଦନା, ମୃଣାଲ ଠାକୁର ଏବଂ ଦୁଲକର୍ ସଲମାନଙ୍କର ଏହି ଚଳଚ୍ଚିତ୍ରରେ ଏକ ସୁନ୍ଦର ପ୍ରେମ କାହାଣୀ ଦେଖିବା ପାଇଁ ମିଳିଥିଲା । ହିନ୍ଦୀ ଏବଂ ସାଉଥର ସମସ୍ତ ଦର୍ଶକଙ୍କର ମନ ଜଣିଥିଲା ଏହି ସିନେମା । ଆପଣ ଆମାଜନ ପ୍ରାଇମରେ ସୀତା ରମନ ଦେଖିପାରିବେ ।
କେଜିଏଫ୍-2
ଯଦି ଆପଣ କେଜିଏଫ୍ ଦେଖି ସାରିଛନ୍ତି ତେବେ କେଜିଏଫ୍-2 ଦେଖିବା ପାଇଁ ଭୁଲନ୍ତୁ ନାହିଁ । ଆଉ ଯଦି ସିନେମା ହଲରେ କୌଣସି କାରଣରୁ ଦେଖି ପାରିନାହାଁନ୍ତି ତେବେ ଏହି ଫିଲ୍ମଟି ଆପଣ ଆମାଜନ ପ୍ରାଇମରେ ହିନ୍ଦୀରେ ଦେଖିପାରିବେ । ତେବେ ଦେଖନ୍ତୁ ଓ ଜାଣନ୍ତୁ ରକି ଭାଇଙ୍କ ପୁରା କାହାଣୀ ।
RRR
ଯଦି ଆପଣ ଏସ୍ ଏସ୍ ରାଜା ମୌଲିଙ୍କ ଫିଲ୍ମ ଟ୍ରିପଲ୍ ଆର୍ ଦେଖି ନାହାଁନ୍ତି, ତେବେ ଆପଣ ଏହାକୁ OTT ପ୍ଲାଟଫର୍ମରେ ଦେଖି ପାରିବେ । ଏହି ଚଳଚ୍ଚିତ୍ରଟି ସମଗ୍ର ବିଶ୍ୱରେ ଭଲ ଆୟ କରିବା ସହ ଅନେକ ରେକର୍ଡ ମଧ୍ୟ ଭାଙ୍ଗିଛି । ଆପଣ ନେଟଫ୍ଲିକ୍ସରେ ହିନ୍ଦୀରେ ରାମ ଚରଣ ଏବଂ ଜୁନିଅର ଏନଟିଆରଙ୍କ ଏହି ଫିଲ୍ମ ଦେଖିପାରିବେ ।












Click it and Unblock the Notifications