Get Updates
Get notified of breaking news, exclusive insights, and must-see stories!

Flash back 2002: ବୟକଟ୍ କଲା ଟ୍ରେଣ୍ତ୍ , ପଛରେ ପଡିଲା ବଲିଉଡ, କିଛି ଖାସ୍ ନଥିଲା ୨୦୨୨

Year Ender 2022: ବୟକଟ୍ କଲା ଟ୍ରେଣ୍ତ୍ , ପଛରେ ପଡିଲା ବଲିଉଡ, କିଛି ଖାସ୍ ନଥିଲା ୨୦୨୨

Flash back 2002: ମନୋରଞ୍ଜନ ଜଗତ ସହ ବିବାଦର ପୂରୁଣା ସମ୍ପର୍କ ରହିଛି । ଏଭଳି ସ୍ଥିତିରେ ଚଳିତ ବର୍ଷ ଅର୍ଥାତ୍ ୨୦୨୨ ବଲିଉଡରେ ଚାଲିଥିଲା 'ବୟକଟ୍'ର ରାଜ୍ । ହିନ୍ଦୀ ଚଳଚ୍ଚିତ୍ର ପାଇଁ ଏହି ବର୍ଷ ବିଶେଷ କିଛି ଖାସ୍ ଲାଭଦାୟକ ହୋଇ ପାରିନାହିଁ । ୨୦୨୨ ମସିହାରେ ବଡ଼ ବଡ଼ ତାରକାଙ୍କ ଫିଲ୍ମ ଫ୍ଲପ୍ ହୋଇଯାଇଥିଲା । ଦର୍ଶକଙ୍କ ମନରେ ଷ୍ଟାରଡମର ଛାପ ଫିକା ପଡୁଥିବାର ଦେଖିବା ପାଇଁ ମିଳିଥିଲା । ଚଳିତ ବର୍ଷ ଏଭଳି ଅନେକ ବିବାଦ ଦେଖିବା ପାଇଁ ମିଳିଥିଲା ଯାହା ସମଗ୍ର ବିଶ୍ୱରେ ଚହଳ ସୃଷ୍ଟି କରିଥିଲା । ରଣଭୀର ସିଂଙ୍କ ନଗ୍ନ ଫଟୋସୁଟ୍ ହେଉ କିମ୍ବା ଆମୀର ଖାନଙ୍କ ଫିଲ୍ମ ଲାଲ ସିଂ ଚଢା ହେଉ । ଦର୍ଶକଙ୍କ ଯିଦ୍ ସାମ୍ନାରେ ହାର୍ ମାନିନେଇଥିଲେ ଏହି ଦାବି କଳାକାର । ଚାଲନ୍ତୁ ନଜର ପକାଇବା ୨୦୨୨ରେ, ବୟକଟ୍'ଟ୍ରେଣ୍ତ ଉପରେ ।

Year Ender 2022

ଅଜୟ ଦେବଗନ୍ ଏବଂ କିଛା ସୁଦୀପଙ୍କ ମଧ୍ୟରେ ବିତର୍କ
ସାରା ଦେଶରେ ଦକ୍ଷିଣ ଚଳଚ୍ଚିତ୍ରର ସଫଳତା ମଧ୍ୟରେ ଅଭିନେତା କିଛା ସୁଦୀପ ଟ୍ୱିଟ କରି କହିଥିଲେ ଯେ 'ହିନ୍ଦୀ ଆଉ ଜାତୀୟ ଭାଷା ନୁହେଁ ..' ଅଭିନେତା ପାନ ଇଣ୍ଡିଆ ଚଳଚ୍ଚିତ୍ରର ସଫଳତାକୁ ସେଲିବ୍ରେଟ୍ କରୁଥିବା ବେଳେ କରୁଥିବା ବେଳେ ବଲିଉଡ ଅଭିନେତା ଅଜୟ ଦେବଗନ ଏହାକୁ ବିରୋଧ କରି ପଚାରିଥିଲେ ଯେ ହିନ୍ଦୀ ଯଦି ରାଷ୍ଟ୍ରଭାଷା ନୁହେଁ ? ତେବେ ତୁମେ ସାଉଥ୍ ଚଳଚ୍ଚିତ୍ରକୁ କାହିଁକି ହିନ୍ଦୀରେ ରିଲିଜ୍ କରୁଛ? ହିନ୍ଦୀରେ ଡବଡ୍ ସଂସ୍କରଣକୁ କାହିଁକି ରିଲିଜ୍ କରାଯାଉଛି ? ଏହାକୁ ନେଇ ଦୁଇ କଳାକାରଙ୍କ ମଧ୍ୟରେ ଅନେକ ବିତର୍କ ହୋଇଥିଲା, ଯାହା ପରେ ବିବାଦ ବେଶ୍ ବଢିବା ସହ ଟ୍ରେଣ୍ତରେ ରହିଥିଲା ।

'ପାନ ମସାଲା'କୁ ପ୍ରୋତ୍ସାହିତ କରି ଫିସିଥିଲେ ଅକ୍ଷୟ କୁମାର
ଅଜୟ ଦେବଗନ୍ ଏବଂ ଶାହରୁଖ ଖାନଙ୍କ ପରେ ଏହି ବର୍ଷ ଅକ୍ଷୟ କୁମାର ମଧ୍ୟ ଏକ ପ୍ରସିଦ୍ଧ ପାନ ମସଲା ବ୍ରାଣ୍ଡ ଭିମଲକୁ ପ୍ରମୋଟ୍ କରିଥିଲେ । ଯାହା ପରେ ଟ୍ରୋଲର୍ସ ଲଗାତାର ଅକ୍ଷୟଙ୍କୁ ଟ୍ରୋଲ କରିଥିଲେ । ସେହି ସମୟରେ ଅକ୍ଷୟଙ୍କର ଏକ ପୁରୁଣା ଭିଡିଓ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଥିଲା । ଯେଉଁଥିରେ ସେ କହିଥିଲେ ଯେ, ସେ କେବେ ଗୁଟଖା ବିଜ୍ଞାପନ କରିବେ ନାହିଁ । ବିବାଦ ଏତେ ବଢିଯାଇଥିଲା ଯେ ଅଭିନେତାଙ୍କୁ ନିଜ ପ୍ରଶଂସକଙ୍କ ପାଖରେ କ୍ଷମା ମାଗିବା ପାଇଁ ପଡିଥିଲା । ଅକ୍ଷୟ କହିଥିଲେ, ମୁଁ ମୋର ସମସ୍ତ ପ୍ରଶଂସକଙ୍କୁ କ୍ଷମା ମାଗୁଛି । ଆପଣଙ୍କ ପ୍ରତିକ୍ରିୟା ମଧ୍ୟ ଖୁବ ପ୍ରଭାବିତ କରିଛି । ମୁଁ ପୂରା ନମ୍ରତାର ସହିତ ଏହି ବିଜ୍ଞାପନରୁ ମୋର ନାଁ ପ୍ରତ୍ୟାହାର କରିନେଉଛି ।

ଚଳଚ୍ଚିତ୍ର 'କାଳୀ' ପୋଷ୍ଟର ବିବାଦ
ଡକ୍ୟୁମେଣ୍ଟାରୀ ଫିଲ୍ମ 'କାଳୀ' ଫିଲ୍ମ ପୋଷ୍ଟରକୁ ନେଇ ଆରମ୍ଭ ହୋଇଥିବା ବିବାଦ । ତେବେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ଗତ ଜୁନ୍ ମାସରେ ଲୀନା ମଣିମେକଲଇ ଟ୍ୱିଟରରେ ଡକ୍ୟୁମେଣ୍ଟାରୀ 'କାଳୀ'ର ପୋଷ୍ଟର ପୋଷ୍ଟ କରିଥିଲେ। ସୋସିଆଲ ମିଡିଆରେ ପୋଷ୍ଟର ଭାଇରାଲ ହେବା ପରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । କାଳୀ ପୋଷ୍ଟର ବିବାଦକୁ ନେଇ ନିର୍ଦ୍ଦେଶକ ଲୀନା ମଣିମେକଲଇଙ୍କୁ ଅଯୋଧ୍ୟାର ଜଣେ ପୂଜାରୀ ଧମକ ମଧ୍ୟ ଦେଇଥିଲେ । ରିପୋର୍ଟ ଅନୁଯାୟୀ ପୂଜାରୀ ଲୀନା ମଣିମେକଲଇଙ୍କୁ ମୁଣ୍ଡକୁ ଶରୀରରୁ ଅଲଗା କରିବା ଭଳି ଧମକ ଦେଇଥିଲେ । କାଳୀ ପୋଷ୍ଟର ଉପରେ ହିନ୍ଦୁତ୍ୱ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ କ୍ରୋଧ ଅସାନ୍ତି ଭାବ ଦେଖିବାକୁ ମିଳିଥିଲା । ବିକ୍ଷୋଭକାରୀମାନେ କହିଥିଲେ ଯେ ପୋଷ୍ଟରରେ ଦେଖାଯାଇଥିବା ଅଭିନେତ୍ରୀ ମା'ଙ୍କ ରୁପରେ ସଜେଇ ହୋଇଛନ୍ତି ହେଲେ ସେ ହାତରେ ସିଗାରେଟ୍ ଏବଂଏଲ୍‌ଜିବିଟି ପତକା ଧରି ହିନ୍ଦୁମାନଙ୍କର ଧାର୍ମିକ ଭାବନାକୁ ଆଘାତ ଦେଉଛନ୍ତି । ଫିଲ୍ମ ନିର୍ମାତାଙ୍କ ବିରୋଧରେ ଏଫ୍‌ଆଇଆର୍‌ ମଧ୍ୟ ରୁଜୁ ହୋଇଥିଲା । ପରେ ନିର୍ମାତା ଏହି ପୋଷ୍ଟରକୁ ହଟାଇ କ୍ଷମା ମାଗିଥିଲେ।

ବୟକଟ୍' ପ୍ରଭାବ ପଡିଥିଲା ଆମୀରଙ୍କ ଫିଲ୍ମ 'ଲାଲ ସିଂ ଚଢା' ଉପରେ
ଚଳିତ ବର୍ଷ ଅର୍ଥାତ୍ ୨୦୨୨ରେ ବଲିଉଡକୁ ନେଇ ଅନେକ ବିବାଦ ଦେଖିବା ପାଇଁ ମିଳିଥିଲା । ବଲିଉଡର ମିଷ୍ଟର ପର୍‌ଫେକ୍ସନିଷ୍ଟ ଆମିର ଖାନ୍‌ଙ୍କ ଫିଲ୍ମ 'ଲାଲ ସିଂହ ଚଢା'ବି ଫ୍ଲପ୍‌ ଲିଷ୍ଟରେ ସାମିଲ ହୋଇଥିଲା । ଫିଲ୍ମ ରିଲିଜ୍ ହେବା ପୂର୍ବରୁ ଓ ପରେ ମଧ୍ୟ ଏହି ଫିଲ୍ମକୁ ଟ୍ରୋଲ କରାଯାଇଥିଲା । ବୟକଟ୍ 'ଲାଲ ସିଂହ ଚଢା'ମଧ୍ୟ ଟ୍ରେଣ୍ତ୍ ରେ ରହିଥିଲା । ଶେଷରେ ଆମିର ଖାନ ହାତ ଯୋଡି ନିଜ ଦର୍ଶକଙ୍କୁ କ୍ଷମା ମାଗିଥିଲେ । ଆଶ୍ଚର୍ଯ୍ୟ ଲାଗିଲେ ବି ଏହ ସତ୍ୟ । ତେବେ ଫିଲ୍ମ ଲାଲ୍ ସିଂ ଚଢା ରିଲିଜ୍ ସମୟରେ ସୋସିଆଲ ମିଡିଆରେ ଆମୀରଙ୍କର ଅନେକ ପୁରୁଣା ଭିଡିଓ ଭାଇରାଲ ହୋଇଥିଲା । ଯାହାର ପ୍ରଭାବ ତାଙ୍କ ଫିଲ୍ମ ଉପରେ ପଡିଥିଲା । ଫିଲ୍ମର ବକ୍ସଅଫିସରେ ଖୁବ୍ କମ ଆୟ କରିଥିଲା । ଅନ୍ୟଟେ ଏହି ଫିଲ୍ମକୁ ବିଦେଶରେ ଖୁବ ପ୍ରଶଂସା ମିଳିଥିଲା । ଭାରତ ତୁଳନାରେ ବିଦେଶରେ ଫିଲ୍ମର ଆୟ ଅଧିକ ମଧ୍ୟ ରହିଥିଲା ।

ରଣବୀର ସିଂଙ୍କ ନ୍ୟୁଡ୍ ଫୋଟସୁଟ ମାମଲା
ଚଳିତ ବର୍ଷ ଏକ ମ୍ୟାଗଜିନ୍ ପାଇଁ ରଣବୀର ସିଂ ନ୍ୟୁଡ୍ ଫୋଟସୁଟ କରାଇଥିଲେ । ଯାହାପରେ ତାଙ୍କ ଫଟୋକୁ ନେଇ ବିବାଦ ଦେଖିବ ପାଇଁ ମିଳିଥିଲା । ଅଭିନେତାଙ୍କ ବିରୋଧରେ ଅନେକ ମାମଲା ମଧ୍ୟ ରୁଜୁ ହୋଇଥିଲା । ଏପରିକି ଅନେକ ଲୋକ ତାଙ୍କୁ କପଡା ମଧ୍ୟ ଦାନ କରିଥିଲେ । ସୋସିଆଲ ମିଡିଆରେ ରଣବୀରଙ୍କ ଫଟୋ ଖୁବ ଭାଇରାଲ ହେବା ସହ ଟ୍ରୋଲର ଶିକାର ମଧ୍ୟ ହୋଇଥିଲେ ଅଭିନେତା । ହେଲେ ଅନେକ କଳାକାର ରଣବୀରଙ୍କୁ ସପୋର୍ଟ ମଧ୍ୟ କରିଥିଲେ । ତେବେ ପେପର୍ ମ୍ୟାଗାଜିନ ପାଇଁ ନ୍ୟୁଡ ଫୋଟସୁଟ କରି ବିବାଦରେ ଥିଲେ ରଣବୀର । ତାଙ୍କ ଫଟୋଗ୍ରାଫ୍ ମାଧ୍ୟମରେ ସେ ମହିଳାମାନଙ୍କ ସ୍ୱାଭିମାନଙ୍କୁ ଅପମାନିତ କରୁଛନ୍ତି ବୋଲି ବିଭିନ୍ନ ସଂଗଠନ ଅଭିଯୋଗ କରିଥିଲା ।

'ଇଣ୍ତିଆନ୍ ଆଇଡଲ୍ ୧୩' କୁ 'BOYCOTT' ଦାବି
ସୋଶାଲ ମିଡିଆରେ ରିଆଲିଟି ଶୋ 'ଇଣ୍ତିଆନ୍ ଆଇଡଲ୍ ୧୩'କୁ ବୟକଟ୍ କରିବା ପାଇଁ ଦାବି କରାଯାଇଥିଲା । ଯାହା ଖୁବ୍ ଟ୍ରେଣ୍ତରେ ମଧ୍ୟ ରହିଥିଲା । ପୂର୍ବରୁ ମଧ୍ୟ ଏହି ଶୋ'କୁ ନେଇ ବିବାଦ ଦେଖିବା ପାଇଁ ମିଳିଥିଲା । ଅନେକ ଦାବି କରିଥିଲେ ଯେ ଏହି ଶୋ' ଅର୍ଥାତ୍ 'ଇଣ୍ତିଆନ୍ ଆଇଡଲ୍' ସ୍କ୍ରିପ୍ଟେଡ୍ ବୋଲି । ତେବେ ଏହି ବିବାଦ ଆରମ୍ଭ ହୋଇଥିଲା ଅରୁଣାଚଳପ୍ରଦେଶର ବାସିନ୍ଦା ରୀତୋ ରୀବାଙ୍କୁ ନେଇ । ସେ ଜଣେ ଫେମସ ୟୁଟ୍ୟୁବର । ସୋଶାଲ ମିଡିଆରେ ତାଙ୍କ ଅନେକ ଫ୍ୟାନଫଲୋଇଙ୍ଗ ମଧ୍ୟ ରହିଛି । ପୂର୍ବରୁ ହିଁ ସେ ନିଜ ଗୀତ ପାଇଁ ବେଶ୍ ଫେମସ୍ । ନିକଟରେ ସେ 'ଇଣ୍ତିଆନ୍ ଆଇଡଲ୍ ୧୩' ରେ ଭାଗ ନେଇ ନିଜ କମ୍ପୋଜିସନର ଏକ ଗୀତ ଗାଇଥିଲେ । ଯାହାକୁ ଜଜେସ୍ ମଧ୍ୟ ଖୁବ ପସନ୍ଦ କରିଥିଲେ । ହେଲେ ତାଙ୍କୁ ସିଲେକ୍ଟ କରାଯାଇନଥିଲା । ଟପ୍ ୧୫ ଲିଷ୍ଟରେ ନଥିଲା ତାଙ୍କ ନାଁ । ଯାହାକୁ ନେଇ ୟୁଜର୍ସଙ୍କ ମଧ୍ୟରେ ଅସନ୍ତୋଷ ଦେଖିବା ପାଇଁ ମିଳିଥିଲା ।

ବିଗ୍ ବସ୍ ରେ ସାଜିଦ୍ ଖାନଙ୍କ ଏଣ୍ଟ୍ରୀ
ସଲମାନ ଖାନଙ୍କ ସୁପରହିଟ୍ ରିଆଲିଟି ସୋ 'ବିଗ୍ ବସ୍' ଚଳିତ ବର୍ଷ ଅନେକ ବିବାଦ ଭିତରକୁ ଆସିଥିଲା । 'ବିଗ୍ ବସ୍ 16 #MeTooର ଅଭିଯୁକ୍ତ ଫିଲ୍ମ ନିର୍ମାତା ସାଜିଦ୍ ଖାନ୍ ଜଣେ ପ୍ରତିଯୋଗୀ ଭାବରେ ଯୋଗ ଦେଇଥିଲେ, କିନ୍ତୁ ଲୋକମାନେ ଏହାକୁ ସହଜରେ ଗ୍ରହଣ କରି ପାରି ନଥିଲେ । ସୋସିଆଲ ମିଡିଆ ଅଲି ଫୈଜଲ, ସୋନା ମହାପାତ୍ରଙ୍କ ସମେତ ବଲିଉଡର ଅନେକ ସେଲିବ୍ରିଟି ସାଜିଦଙ୍କୁ ଶୋ'ରୁ ହଟାଇବାକୁ ଦାବି କରିଥିଲେ କିନ୍ତୁ ନିର୍ମାତାମାନେ ସେମାନଙ୍କ ନିଷ୍ପତ୍ତିରେ ପରିବର୍ତ୍ତନ କରିନଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+