Get Updates
Get notified of breaking news, exclusive insights, and must-see stories!

Year Ender 2022: OTT'ରେ ଡେବ୍ୟୁ କରିଛନ୍ତି ଏହି ସୁପରଷ୍ଟାର

Year Ender 2022: ୨୦୨୨ରେ ଏହି କଳାକାର କରିଥିଲେ OTT'ରେ ଡେବ୍ୟୁ

Year Ender 2022: OTT'ପ୍ଲାଟଫର୍ମ ଚଳଚ୍ଚିତ୍ର ବ୍ୟବସାୟକୁ ଏକ ନୂତନ ଦିଗ ଦେଇଛି ଏବଂ ସମୟ ବିତିବା ସହ ଓଟିଟି ପ୍ଲାଟଫର୍ମର ଲୋକପ୍ରିୟତା ମଧ୍ୟ ବଢିବାରେ ଲାଗିଛି । ବଲିଉଡର ଭେଟେରାନ ତାରକାମାନେ ମଧ୍ୟ ଓଟିଟି' ମୁହାଁ ହେଲେଣି । ଚାଲନ୍ତୁ ଜାଣିବା କେଉଁ ତାରକାମାନେ ଚଳିତ ବର୍ଷ ଓଟଟିରେ ଡେବ୍ୟୁ କରିଛନ୍ତି ।

ମାଧୁରୀ ଦିକ୍ଷିତ
ଧକ୍-ଧକ୍ ଗର୍ଲ ନାମରେ ବଲିଉଡରେ ନିଜର ପରିଚୟ ସୃଷ୍ଟି କରିଥିବା ମାଧୁରୀ ଦୀକ୍ଷିତ ମଧ୍ୟ ଚଳିତ ବର୍ଷ OTT'ରେ ପାଦ ଦେଇଥିଲେ । ନେଟଫ୍ଲିକ୍ସରେ ଷ୍ଟ୍ରିମ୍ ହୋଇଥିବା ୱେବ୍ ସିରିଜ୍ 'ଫେମ୍ ଗେମ୍' ସହିତ ଏହି ଅଭିନେତ୍ରୀ OTT' ରେ ଏଣ୍ଟ୍ରି କରିଥିଲେ । ଏହି ୱେବ୍ ସିରିଜରେ ମାଧୁରୀଙ୍କ ଅଭିନୟ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା । ସିରିଜକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା ।

ଅଜୟ ଦେବଗନ୍
ନିଜ ଚମତ୍କାର ଅଭିନୟ ପାଇଁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧ ଅଜୟ ଦେବଗନ୍ ଚଳିତ ବର୍ଷ ହଟଷ୍ଟାରରେ ମୁକ୍ତିଲାଭ କରିଥିବା ୱେବ୍ ସିରିଜ୍ 'ରୁଦ୍ର ଦ ଏଜ୍ ଅଫ ଡାର୍କନେସ୍' ଜରିଆରେ ଓଟିଟିରେ ଡେବ୍ୟୁ କରିଥିଲେ । ଅଜୟଙ୍କ ଦମଦାର୍ ଅଭିନୟ ଓଟିଟି ଫ୍ୟାନ୍ସଙ୍କୁ ବେଶ୍ ଆକୃଷ୍ଟ କରିଥିଲା । ଅଜୟ ଦେବଗନଙ୍କ ଏହି ୱେବ୍ ସିରିଜ୍ ପାଇଁ ବେସ୍ ପ୍ରଶଂସା ମଧ୍ୟ ସାଉଁଟିଥିଲେ ।

ଜୁହି ଚାୱଲା
ନିଜ ସୁନ୍ଦର ହସ ପାଇଁ ସେ ସିନେପ୍ରେମୀଙ୍କ ମନରେ ରାଜ୍ କରନ୍ତି । ୯୦ ଦଶକର ଅନେକ ସୁପରହିଟ୍ ଫିଲ୍ମରେ ସେ ବଲିଉଡକୁ ଭେଟି ଦେଇଛନ୍ତି । ତେବେ ଓଟିଟି'ର କ୍ରେଜ୍ କେଉଁଠି ନା କେଉଁଠି ଜୁହିଙ୍କ ପାଖରେ ମଧ୍ୟ ଦେଖିବା ପାଇଁ ମିଳିଥିଲା । ଆମାଜନ ପ୍ରାଇମ ଭିଡିଓରେ ପ୍ରସାରିତ 'Hush Hush'ଜରିଆରେ ସେ OTT'ରେ ପାଦ ଦେଇଥିଲେ । ଏହି ୱେବ୍ ସିରିଜରେ, ଜୁହି ଚାୱଲାଙ୍କର ଏକ ଭିନ୍ନ ଅନ୍ଦାଜ୍ ଦର୍ଶକଙ୍କୁ ଦେଖିବାକୁ ମିଳିଥିଲା ​​।

ରଣଦୀପ ହୁଡା

ରଙ୍ଗରସିଆ ଭଳି ଚଳଚ୍ଚିତ୍ରରେ ନିଜର ଅଭିନୟର ଯାଦୁ ଦେଖାଇସାରିଥିବା ରଣଦୀପ ହୁଡା ମଧ୍ୟ 2022 ମସିହାରେ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିଥିବା ୱେବ୍ ସିରିଜ୍ 'କ୍ୟାଟ୍' ସହିତ OTT ପ୍ଲାଟଫର୍ମରେ ଡେବ୍ୟୁ କରିଛନ୍ତି। ବଲିଉଡ ପରି ରଣଦୀପ OTT'ରେ ମଧ୍ୟ ଦର୍ଶକଙ୍କୁ ଇମପ୍ରେସ୍ କରିବାର ମୌକା ହାତ ଛଡା କରିନଥିଲେ ।

ସୁନୀଲ ଶେଟ୍ଟୀ

ନିଜର ଉଜ୍ଜ୍ୱଳ ବ୍ୟକ୍ତିତ୍ୱ ପାଇଁ ଜଣାଶୁଣା ଅଭିନେତା ସୁନୀଲ ଶେଟ୍ଟୀ ବଲିଉଡର ଜଣେ ଭେଟେରାନ୍ ଅଭିନେତା ଏବଂ ଚଳିତ ବର୍ଷ ସୁନୀଲ ଶେଟ୍ଟୀ MX ପ୍ଲେୟାରର ୱେବ୍ ସିରିଜ୍ 'ଧରାବୀ ବ୍ୟାଙ୍କ' ମାଧ୍ୟମରେ OTT'ପ୍ଲାଟଫର୍ମରେ ଡେବ୍ୟୁ କରିଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+