ଅଭିନେତ୍ରୀ ସମନ୍ଥାଙ୍କ ଯାଦୁ, ସିନେମା ଘରେ ବଢୁଛି ଦର୍ଶକଙ୍କ ଭିଡ଼, 'Yashoda'କରୁଛି ଭଲ ଆୟ

ଅଭିନେତ୍ରୀ ସମନ୍ଥାଙ୍କ ଯାଦୁ, ସିନେମା ଘରେ ବଢୁଛି ଦର୍ଶକଙ୍କ ଭିଡ଼, 'Yashoda'କରୁଛି ଭଲ ଆୟ

ମୁମ୍ବାଇ: ସାଉଥ୍ ଅଭିନେତ୍ରୀ ସମନ୍ଥା ରୁଥ ପ୍ରଭୁଙ୍କ ଫିଲ୍ମ 'Yashoda'ପ୍ରେକ୍ଷାଳୟରେ ରିଲିଜ୍ ହୋଇସାରିଛି । ଫିଲ୍ମକୁ ଦର୍ଶକଙ୍କ ବେଶ୍ ଭଲ ରେସପନ୍ସ ମଧ୍ୟ ମିଳୁଛି । ସରୋଗେସି ସ୍କାମ ଉପରେ ଆଧାରିତ ଫିଲ୍ମ 'ଯଶୋଦା'କୁ ଦର୍ଶକଙ୍କ ସକରାତ୍ମକ ପ୍ରତିକ୍ରିୟା ମିଳୁଛି । ରିଲିଜ୍ ହେବାର ଚତୁର୍ଥ ଦିନରେ ମଧ୍ୟ ସିନେମା ଘର ବାହାରେ ଦେଖିବା ପାଇଁ ମିଳୁଛି ଦର୍ଶକଙ୍କ ଭିଡ଼ । ସମନ୍ଥାଙ୍କ ଚମତ୍କାର ଅଭିନୟ ସିନେପ୍ରେମୀଙ୍କୁ ମତୁଆଲ କରୁଛି । ବକ୍ସ ଅଫିସରେ ଆୟର ଗ୍ରାଫ୍ ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି । ଏହି ଚଳଚ୍ଚିତ୍ର ଓପନିଂ ସପ୍ତାହରେ ୧୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିବାରେ ସଫଳ ହୋଇଥିଲା ।

Yashoda
ସମନ୍ଥାଙ୍କ ଅଭିନୟର ଯାଦୁ ପ୍ରେକ୍ଷାଳୟରେ ସିନେପ୍ରେମୀଙ୍କର ଭଡ ହିଁ ବଖାଣୁଛି । 'ଯଶୋଦା' କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ଆୟରେ ରହିଛି ଆଗରେ । ବାଣିଜ୍ୟ ରିପୋର୍ଟ ଅନୁଯାୟୀ, ଫିଲ୍ମଟି ପ୍ରଥମ ସପ୍ତାହରେ ଆମେରିକାରେ 445K ଡଲାର ଆୟ କରିଛି । ଅନ୍ୟପକ୍ଷରେ, ନଭେମ୍ବର 14 ସୋମବାର ଦିନ ଭାରତରେ 'ଯଶୋଦା'ର ଚତୁର୍ଥ ଦିନର ଆୟ ଉପରେ ନଜର ପକାଇଲେ ଏହି ଚଳଚ୍ଚିତ୍ର ଦେଶରେ 1.35-1.45 କୋଟି ଟଙ୍କା ସଂଗ୍ରହ କରିଛି । ଏହା ସହିତ ଫିଲ୍ମର ମୋଟ୍ ଆୟ ବର୍ତ୍ତମାନ ପ୍ରାୟ 12 କୋଟିରେ ପହଞ୍ଚିଛି । ସେପଟେ ଚଳିତ ସପ୍ତାହ ବ୍ରିଟେନର ବକ୍ସ ଅଫିସରେ ମଧ୍ୟ ଏକ ନମ୍ବର ଭାରତୀୟ ଚଳଚ୍ଚିତ୍ର ସ୍ଥାନରେ ରହିଥିଲା 'ଯଶୋଦା' ।

ମହିଳା କଳାକାରଙ୍କ ପ୍ରଥମ ପ୍ୟାନ୍ ଇଣ୍ଡିଆ ଚଳଚ୍ଚିତ୍ର ।
ସମନ୍ଥା ରୁଥ ପ୍ରଭୁଙ୍କ ଫିଲ୍ମ ଭଲ ଓପିନିଂ ରହିଥିଲା । ପ୍ରଥମ ଦିନରେ 3.06 କୋଟି ଟଙ୍କା ରୋଜଗାର କରିଥିଲା ​​। ଶନିବାର ଦିନ ଫିଲ୍ମର ରୋଜଗାରରେ 3.64 କୋଟି ଟଙ୍କା ସାମାନ୍ୟ ବୃଦ୍ଧି ପାଇଥିଲା । ରିପୋର୍ଟ ଅନୁଯାୟୀ ତୃତୀୟ ଦିନ ଅର୍ଥାତ୍ ରବିବାର ଦିନ ଫିଲ୍ମ 3.50 କୋଟି ଟଙ୍କା ବ୍ୟବସାୟ କରିବାରେ ସଫଳ ହୋଇଛି । ଏହା ସହିତ ଫିଲ୍ମର ମୋଟ୍ ଆୟ 10.20 କୋଟି ଟଙ୍କାକୁ ବୃଦ୍ଧି ପାଇଛି । ତାମିଲ, ତେଲୁଗୁ, ମାଲାୟାଲମ୍, କନ୍ନଡ ଏବଂ ହିନ୍ଦୀ ସମେତ ପାଞ୍ଚଟି ଭାଷାରେ ମୁକ୍ତିଲାଭ କରିଥିଲା ଏହି ଫିଲ୍ମ । ତେବେ ଏହା ଜଣେ ଅଭିନେତ୍ରୀଙ୍କର ପ୍ରଥମ ପ୍ୟାନ୍ ଇଣ୍ଡିଆ ଚଳଚ୍ଚିତ୍ର ।

'ଯଶୋଦା'ର କାହାଣୀ
ଏହି ଚଳଚ୍ଚିତ୍ରରେ ସାମନ୍ଥାଙ୍କୁ ଜଣେ ସରୋଗେଟ୍ ମା' ଭୂମିକାରେ ଦେଖିବା ପାଇଁ ମିଳୁଛି । ଯିଏ ମେଡିକାଲରେ ଚାଲିଥିବା ଏକ ବଡ଼ ସ୍କାମ ଉପରୁ ପରଦା ଉଠାଇଛନ୍ତି । ଫିଲ୍ମରେ ସାମନ୍ଥାଙ୍କ ଚରିତ୍ର ପ୍ରଥମେ 'ଇଭା' ନାମକ ଏକ କମ୍ପାନୀରେ ପ୍ରବେଶ କରେ, ଏହି କମ୍ପାନୀ ସରୋଗେସି ମାଧ୍ୟମରେ ଲୋକଙ୍କୁ ପିତାମାତା ହେବାକୁ ସାହାଯ୍ୟ କରୁଥାଏ । ତେବେ ଏହି ସମଗ୍ର ପ୍ରକ୍ରିୟାରେ କମ୍ପାନୀରେ ଅନେକ ଅପରାଧ ଏବଂ ସ୍କାମ ଚାଲିଥାଏ । ସାମନ୍ତଙ୍କ ବ୍ୟତୀତ ଉନି ମୁକୁନ୍ଦନ, ରାଓ ରମେଶ, ମୁରଲୀ ଶର୍ମା, ସମ୍ପଦ ରାଜ, ମଧୁରିମା, ଦିବ୍ୟାଙ୍କ ଭଳି ଅଭିନେତା ଏହି ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସୁଛନ୍ତି । ହରି ଏବଂ ହରିଶଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ 'ଯଶୋଦା' ଶ୍ରୀଦେବୀ ଚଳଚ୍ଚିତ୍ରର ବ୍ୟାନରରେ ନିର୍ମିତ । ଏହାକୁ ଶିବଲେଙ୍କା କୃଷ୍ଣ ପ୍ରସାଦ ପ୍ରସ୍ତୁତ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+