World Heart Day 2022: ହୃଦଘାତରେ ହୋଇଥିଲା ଏହି ସେଲିବ୍ରିଟିଙ୍କ ମୃତ୍ୟୁ

ହୃଦଘାତରେ ହୋଇଥିଲା ଏହି ସେଲିବ୍ରିଟିଙ୍କ ମୃତ୍ୟୁ

World Heart Day 2022: ଗତ କିଛିବର୍ଷ ମଧ୍ୟରେ ଅନେକ ସେଲିବ୍ରିଟି ହୃଦଘାତ ଯୋଗୁଁ ପ୍ରାଣ ହରାଇଛନ୍ତି । ଖାସ କରି ଏବେ ଯୁବକମାନେ ଅଧିକ ହୃଦଘାତ ବା କାର୍ଡିୟକ ଆଟାକର ସମ୍ମୁଖୀନ ହେଉଛନ୍ତି । ତେବେ ଆସନ୍ତୁ ଆଜି 'ବିଶ୍ୱ ହୃଦୟ ଦିବସ' ଅବସରରେ, ସେହି କଳାକାର ମାନଙ୍କ ବିଷୟରେ ଜାଣିବା ।

ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ
ଏହି ତାଲିକାର ପ୍ରଥମ ନାମ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କର ରହିଛି, ୨୧ ସେପ୍ଟେମ୍ବରରେ ସମସ୍ତଙ୍କ ଆଖିରେ ଲୁହ ଦେଇ ଆରପାରିକୁ ଚାଲିଜାଇଛନ୍ତି ସେ । ଖବର ଅନୁଯାୟୀ, ହୃତଘାତର ଶିକାର ହୋଇଥିଲେ ଅଭିନେତା । ୪୨ ଦିନ କାଳ ଭେଣ୍ଟିଲେଟର ସପୋର୍ଟରେ ଥିଲେ ରାଜୁ । କିନ୍ତୁ ତାଙ୍କ ଅବସ୍ଥାରେ କିଛି ସୁଧାର ଆସୁ ନଥିଲା । ଶେଷରେ ଦ୍ୱିତୀୟ ଥର ହାର୍ଟ ଅଟାକ୍ ହେବାରୁ ତାଙ୍କର ଦେହାନ୍ତ ହୋଇଥିଲା ।

World Heart Day 2022

ପ୍ରସିଦ୍ଧ ଗାୟକ କେ.କେ
ବଲିଉଡର ଜଣାଶୁଣା ଗାୟକ କେ.କେ (କୃଷ୍ଣକୁମାର କୁନ୍ନାଥ) ଚଳିତ ବର୍ଷ 31 ମଇରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। କୋଲକାତାରେ ଏକ କନ୍ସର୍ଟ ସମୟରେ ତାଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଯାଇଥିଲା। ଖବର ଅନୁଯାୟୀ, ତାଙ୍କ ମୃତ୍ୟୁର କାରଣ
ହୃଦଘାତ ବୋଲି କୁହାଯାଇଥିଲା ।

ଟିଭି ଅଭିନେତା ଦୀପେଶ ଭାନ
ସିରିଏଲ 'ଭାବୀ ଜୀ ଘର ପର୍‌ ହୈ'ଫେମ୍ ଅଭିନେତା ଦୀପେଶ ଭାନ, ସୂଚନା ଅନୁସାରେ ଜୁଲାଇ ୨୩ରେ କ୍ରିକେଟ୍ ଖେଳୁଥିବା ବେଳେ ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କର ଜବରଦସ୍ତ ଫିଟ୍‌ନେସ୍‌ ଯୋଗୁଁ ସେ ସୋଶାଲ ମିଡିଆରେ ଅନେକ ସମୟରେ ଚର୍ଚ୍ଚାରେ ରହୁଥିଲେ ।

ସୁପରଷ୍ଟାର୍ ପୁନିତ୍ ରାଜକୁମାର
ସାଉଥ୍‌ ସୁପର୍‌ଷ୍ଟାର୍‌ ପୁନିତ୍ ରାଜକୁମାରଙ୍କର ହୃଦ୍‌ଘାତରେ ପରଲକୋ ହୋଇଥିଲା । ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ପରି ସେ ମଧ୍ୟ ବ୍ୟାୟାମ କରିବା ସମୟରେ ଅସୁସ୍ଥ ହୋଇପଡିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୬ ବର୍ଷ ହୋଇଥିଲା ।

ଅଭିନେତା ସିଦ୍ଧାର୍ଥ ଶୁକ୍ଳା
ପ୍ରସିଦ୍ଧ ଅଭିନେତା ଓ 'ବିଗ୍ ବସ୍ ୧୩' ୱିନର ଅଭିନେତା ସିଦ୍ଧାର୍ଥ ଶୁକ୍ଳା । ତାଙ୍କର ହଠାତ୍ ଦେହାନ୍ତ ଖବର ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । 40 ବର୍ଷୀୟ ସିଦ୍ଧାର୍ଥଙ୍କ ମୃତ୍ୟୁର କାରଣ ମଧ୍ୟ ହୃଦଘାତ ବୋଲି କୁହାଯାଇଥିଲା। ଚଳିତ ବର୍ଷ, ସେପ୍ଟେମ୍ବର 2 ରେ, ତାଙ୍କ ଦେହାନ୍ତକୁ ଏକ ବର୍ଷ ପୂରଣ ହୋଇଛି ।

ଚଳଚ୍ଚିତ୍ର ନିର୍ମାତା ରାଜ କୌଶଲ

ଅଭିନେତ୍ରୀ ମନ୍ଦିରା ବେଦୀଙ୍କ ସ୍ୱାମୀ ତଥା ଚଳଚ୍ଚିତ୍ର ନିର୍ମାତା ରାଜ କୌଶଲ ହୃଦଘାତ କାରଣରୁ 30 ଜୁନ୍ 2021 ରେ 50 ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+