World Diabetes Day 2024:୧୭ ବର୍ଷ ବୟସରେ ହୋଇଥିଲା ଡାଇବେଟିସ୍,ଏହି ଅଭିନେତାଙ୍କର ୮ ଦିନ ମଧ୍ୟରେ କମିଥିଲା ୧୦ କିଲୋ ଓଜନ
World Diabetes Day 2024: ଡାଇବେଟିସ୍ ଏପରି ଏକ ରୋଗ ଯାହା ଧିରେ ଧିରେ ମନୁଷ୍ୟ ଶରୀରକୁ ଦୁର୍ବଳ କରି ଦେଇଥାଏ । ଖାଦ୍ୟରେ କଣ୍ଟ୍ରୋଲ ନ ରଖିଲେ ଏହା ଅନେକ ଅଙ୍ଗ୍ ପ୍ରତ୍ୟଙ୍ଗକୁ ନଷ୍ଟ ମଧ୍ୟ କରିଦେଇ ଥାଏ । ଆଜିକା ତାରିଖରେ କମ୍ ବୟସର ପିଲା ମଧ୍ୟ ଡାଇବେଟିସର ଶିକାର ହେଉଛନ୍ତି । ସେହିପରି ଏନେକ ସେଲିବ୍ରିଟି ଅଛନ୍ତି ଯେଉଁମାନେ ମଧୁମେହ ରୋଗରେ ପିଡିତ ଅଛନ୍ତି । ଏପରି ଜଣେ ଷ୍ଟାର ଅଛନ୍ତି ଯାହାଙ୍କୁ ମାତ୍ର ୧୭ ବର୍ଷ ବୟସରେ ହୋଇଥିଲା ଡାଇବେଟିସ୍ ।
ଆଜି ବିଶ୍ୱ ଡାଇବେଟିସ୍ ଦିବସ, ସାରା ବିଶ୍ୱରେ ଏହି ଦିନକୁ ପାଳନ କରାଯାଉଛି । ଏହି ଦିବସ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ସତର୍କ କରିବା । ସୁ୍ସ୍ଥ ରହିବା ସହ କିପରି ଡାଇବେଟିସରୁ ଦୂରେଇ ରହିବେ ସେନେଇ ସତର୍କ କରିବା । ଭାରତରେ 10 ମିଲିୟନରୁ ଅଧିକ ଲୋକ ଡାଇବେଟିସ୍ ରୋଗରେ ପୀଡିତ ଅଛନ୍ତି। ତେବେ ମଧୁମେହ କେବଳ ଔଷଧ ଦ୍ୱାରା ନୁହେଁ ବରଂ ଜୀବନଶୈଳୀକୁ ପରିବର୍ତ୍ତନ କରିବା ଦ୍ୱାରା ହିଁ ନିୟନ୍ତ୍ରଣ କରାଯାଇପାରିବ । ଜଣେ ଅଭିନେତା ମଧ୍ୟ ବର୍ଷ ବର୍ଷ ଧରି ଏହି ରୋଗରେ ପୀଡିତ ଥିଲେ ଏବଂ ତାଙ୍କୁ ଇନସୁଲିନ୍ ମଧ୍ୟ ନେବାକୁ ପଡୁଥିଲା ।

ପାକିସ୍ତାନୀ ଅଭିନେତା ଫୱାଦ ଖାନ, ଯିଏ ଅନେକ ହିନ୍ଦୀ ସିନେମାରେ ମଧ୍ୟ ଅଭିନୟ କରିଛନ୍ତି । ସେ ଦୀର୍ଘ ଦିନ ଧରି ଡାଇବେଟିସ୍ ରୋଗରେ ପୀଡିତ ଥିଲେ। ଫୱାଦ ନିଜେ ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି ଯେ, ତାଙ୍କୁ ମାତ୍ର 17 ବର୍ଷ ବୟସରୁ ସେ ଟାଇପ -1 ଡାଇବେଟିସରେ ପୀଡିତ ଅଛନ୍ତି। ଏବଂ ଏହି ରୋଗ ହେତୁ ତାଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆସିଥିଲା ।
ବାସ୍ତବରେ, ୟୁଟ୍ୟୁବ୍ ଚ୍ୟାନେଲ୍ ଫ୍ରିଷ୍ଟାଇଲ୍ ମିଡିଲ୍ ଇଷ୍ଟ ସହିତ ଆଲୋଚନା ବେଳେ ଫୱାଦ କହିଛନ୍ତି ଯେ, 17 ବର୍ଷ ବୟସରେ ତାଙ୍କୁ ଜ୍ୱର ହୋଇଥିଲା, ଯାହା ପରେ ମାତ୍ର ଆଠ ଦିନରେ ତାଙ୍କ ଓଜନ ପ୍ରାୟ 10 କିଲୋଗ୍ରାମ ହ୍ରାସ ପାଇଥିଲା ।ଯାହାକୁ ନେଇ ପରା ପରିବାର ଚିନ୍ତାରେ ପଡିଯାଇଥିଲା କାରଣ ଖୁବ୍ ଅସୁସ୍ଥ ହୋଇ ପିଡିଥିଲେ ଅଭିନେତା । ସେ କହିଛନ୍ତି, "ମୁଁ 65 କିଲୋଗ୍ରାମ ଥିଲି ଏବଂ 17 ବର୍ଷ ବୟସରେ 55 କିଲୋଗ୍ରାମ ହୋଇଯାଇଥିଲି । ମୁଁ 17 ବର୍ଷ ବୟସରୁ ଇନସୁଲିନ୍ ନେଉଥିଲି ।

ଅଭିନେତା ଆହୁରି କହିଥିଲେ ଯେ, ଡାଇବେଟିସ୍ ଚିହ୍ନଟ ହେବା ପରେ ସେ ଅନୁଭବ କରିଥିଲେ ତାଙ୍କୁ ନିଜ ଜୀବନଶୈଳୀକୁ ପରିବର୍ତ୍ତନ କରିବା ପାଇଁ ପଡିବ । ଯାହା ପରେ ସେ କିଛି କିଛି ପରିବର୍ତ୍ତନ କରି ଆଜି 41 ବର୍ଷ ବୟସରେ ସୁସ୍ଥ ଅଛନ୍ତି ।












Click it and Unblock the Notifications