ଏଥର ସଲମାନ ନୁହେଁ କଙ୍ଗନା ହୋଷ୍ଟ କରିବେ 'ବିଗ୍ ବସ୍ ୧୭'

Bigg Boss 17 News: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ୍ ବିଗ୍ ବସ୍ 17 ର ଆଗାମୀ ଏପିସୋଡରେ ନଜର ଆସିବେ । 'ବିଗ୍ ବସ୍ 17' ର ଏକ ପ୍ରୋମୋ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ କଙ୍ଗନା ସଲମାନ ଖାନଙ୍କ ଶୈଳୀରେ ଶୋ ହୋଷ୍ଟ କରୁଥିବାର ଦେଖିବା ପାଇଁ ମିଳୁଛି । ଏହି ଭିଡିଓ ଦେଖିବା ପରେ କିଛି ପ୍ରଶଂସକ ପ୍ରଶ୍ନ କରିଥିଲେ ଯେ, କ'ଣ ଏଥର ସଲମାନ ଖାନଙ୍କ ସ୍ଥାନରେ କଙ୍ଗନା ରଣାୱତ୍ ବିଗ୍ ବସ୍ ଶୋ' ହୋଷ୍ଟ କରିବେ କି ?

Bigg Boss 17

ଭିଡିଓରେ ସଲମାନ ଖାନ ମଧ୍ୟ କଙ୍ଗନାଙ୍କ ସହ ଫ୍ଲର୍ଟ କରୁଥିବା ନଜର ଆସିଛନ୍ତି । ଯାହା ଉପରେ ଅଭିନେତ୍ରୀ ତାଙ୍କୁ କହୁଛନ୍ତି ଯଦି ଆପଣଙ୍କ ପରି ସୁନ୍ଦର ମଣିଷ ପ୍ଲଟ୍ କରେ ତେବେ ମୁଁ ନିଶ୍ଚୟ କିଛି ବାଚାର କରିବି । କଙ୍ଗନା ତାଙ୍କ ଆଗାମୀ ଚଳଚ୍ଚିତ୍ର 'ତେଜସ'ର ପ୍ରସିଦ୍ଧ ସଂଳାପ ଭିଡିଓରେ "ଛେଡୋଗୋ ତୋ ଛୋଡେଙ୍ଗେ ନେହିଁ..." କହୁଥିବାର କହୁଥିବାର ନଜର ଆସୁଛନ୍ତି ।

ଭିଡିଓରେ କଙ୍ଗନା ଏବଂ ସଲମାନ ଖାନ ଦୀପିକା ପାଦୁକୋଣଙ୍କ ଫିଲ୍ମ 'ରାମ-ଲୀଲା'ର ଗରବା ଗୀତ 'ନାଗଡା ସାଙ୍ଗ ଢୋଲ୍ ବାଜେ'ରେ ଡ୍ୟାନ୍ସ ମଧ୍ୟ କରିଥିଲେ । ଉଭୟ କଙ୍ଗନା ଏବଂ ସଲମାନ ଗାରବା କରୁଥିବା ଦେଖିବା ପାଇଁ ମିଳିଥିଲା । କଙ୍ଗନା ଏବଂ ସଲମାନଙ୍କ ପୁରା ପ୍ରୋମୋ ଭିଡିଓରେ ଏକାଠି ଖୁବ୍ ମସ୍ତି କରୁଥିବାର ଦେଖିବା ପାଇଁ ମିଳିଥିଲା ।

ତେବେ ଭିଡିଓ ଆରମ୍ଭରୁ, କଙ୍ଗନା ସଲମାନ ଖାନଙ୍କ ଷ୍ଟାଇଲରେ ବିଗ୍ ବସ ମଞ୍ଚରେ ପ୍ରବେଶ କରିବା ସହ ସେ କହୁଛନ୍ତି, 'ନମସ୍କାର, ନମସ୍ତେ, ସଲାମ, ଆଜି ମୁଁ ଭାରତର ପ୍ରସିଦ୍ଧ ତଥା ଶ୍ରେଷ୍ଠ ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ ସ୍ୱାଗତ କରିବାକୁ ଯାଉଛି। ଏତିକି କହିବା ମଧ୍ୟରେ ପଛରୁ ଭାଇଜାନଙ୍କ ଏଣ୍ଟ୍ରି ହେଉଛି । ଯାହା ପରେ ଉଭୟ ପରସ୍ପରକୁ ହଗ୍ କରୁଥିବା ଦେଖିବା ପାଇଁ ମିଳୁଛି ।

ତେବେ କଙ୍ଗନା ଏବଂ ସଲମାନଙ୍କୁ ମଞ୍ଚରେ ଏକାଠି ଦେଖି ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିବା ବେଳେ ଅନେକ ପ୍ରଶଂସକ ମଧ୍ୟ ବେଶ୍ ଖୁସି ଅଛନ୍ତି। କଙ୍ଗନା, ଯିଏ ପ୍ରାୟତଃ ବଡ ବଲିଉଡ ତାରକାମାନଙ୍କଠାରୁ ଦୂରତା ରଖନ୍ତି, ତାଙ୍କୁ ସଲମାନଙ୍କ ସହ ଦେଖି ବେଶ୍ ଖସ୍ ଥିବାର ଦେଖିବା ପାଇଁ ମିଳିଥିଲା । ୱେଲ୍ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, କଙ୍ଗନା ବିଗ୍ ବସ୍ ହୋଷ୍ଟ ନୁହେଁ ବରଂ ନିଜ ଫିଲ୍ମକୁ ପ୍ରମୋଟ୍ କରିବା ପାଇଁ ଆସିଥିଲେ ।

ଭିଡିଓରେ ସଲମାନ କଙ୍ଗନାଙ୍କ ସହ ତାଙ୍କର ଆଗାମୀ ଚଳଚ୍ଚିତ୍ର ତେଜସ୍ ବିଷୟରେ ଆଲୋଚନା କରୁଥିବାର ଦେଖିବା ପାଇଁ ମିଳିଥିଲା । ଯାହା ଅକ୍ଟୋବର 27 ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+