Get Updates
Get notified of breaking news, exclusive insights, and must-see stories!

ଖୁବ୍ ଶୀଘ୍ର ବିବାହ କରିପାରନ୍ତି ଅଭିନେତ୍ରୀ କଙ୍ଗନା ରଣାୱତ୍ ! ଅଜଣା ବ୍ୟକ୍ତିଙ୍କ ସହ ଆସିଲେ ନଜର

Entertaiment News: ବଲିଉଡ କୁଇନ୍ କଙ୍ଗନା ରଣାୱତ ପ୍ରାୟତଃ ନିଜ ଚଳଚ୍ଚିତ୍ର ଏବଂ ବିବାଦୀୟ ବିୟାନ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି । ଅଭିନେତ୍ରୀ ପ୍ରତ୍ୟେକ ପ୍ରସଙ୍ଗରେ ଖୋଲାଖୋଲି ଭାବେ ନିଜର ମତ ରଖିବା ପାଇଁ ପଛଘୁଞ୍ଚା ଦିଅନ୍ତି ନାହିଁ, ହେଲେ ଏବେ କଙ୍ଗନା ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଲାଇମଲାଇଟରେ ଅଛନ୍ତି ।

ବାସ୍ତବରେ ସୋସିଆଲ ମିଡିଆରେ କଙ୍ଗନା ରଣାୱତଙ୍କର ଏକ ଫଟୋ ଭାଇରାଲ ହେଉଛି । ଯେଉଁଥିରେ ଅଭିନେତ୍ରୀ ଜଣେ ଅଜଣା ବ୍ୟକ୍ତିଙ୍କ ହାତ ଧରିଥିବା ଦେଖିବା ପାଇଁ ମିଳୁଛି । ଏହି ଫଟୋ ଭାଇରାଲ ହେବା ପରେ ପ୍ରଶଂସକଙ୍କର ଅନେକ ପ୍ରଶ୍ନର ବର୍ଷା ହେଉଛି । ସମସ୍ତେ ଜାଣିବା ପାଇଁ ଯାଉଛନ୍ତି ଅଭିନେତ୍ରୀଙ୍କ ହାତ ଧରିଥିବା ଏହି ବ୍ୟକ୍ତି ଜଣକ କିଏ । କିଛି କିଛି ଲୋକ ଦାବି କରୁଛନ୍ତି ଯେ, ଅଭିନେତ୍ରୀ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସ ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।

Entertaiment News

ଟାଇମ୍ସ ନାଉକୁ ଦେଇଥିବା ଏକ ସାକ୍ଷାତକାରରେ କଙ୍ଗନା ରଣାୱତ କହିଥିଲେ, ସେ ଆଗାମୀ ୫ ବର୍ଷ ମଧ୍ୟରେ ବିବାହ କରିବେ, ଏବଂ ପିଲା ଜନ୍ମ କରିବି । ଅଭିନେତ୍ରୀ କହିଥିଲେ, ଆଗାମୀ ପାଞ୍ଚ ବର୍ଷରେ, ମୁଁ ନିଜକୁ ପତ୍ନୀ ଏବଂ ମା ଭାବରେ ଦେଖିବାକୁ ଚାହେଁ । ଅଭିନେତ୍ରୀ ଆହୁରି କହିଛନ୍ତି, ସେ ଜଣେ ପାରିବାରିକ ବ୍ୟକ୍ତି ତେଣୁ ସେ ଶୀଘ୍ର ବିବାହ କରିବାର ଯୋଜନା କରୁଛନ୍ତି ।

କଙ୍ଗନାଙ୍କୁ ଆହୁରି ପ୍ରଶ୍ନ କରାଯାଇଥିଲା ସେ ପ୍ରେମ ବିବାହ କରିବା ପାଇଁ ଚାହୁଁଛନ୍ତି ନା ଆରେଞ୍ଜ ମ୍ୟାରେଜ କରିବା ପାଇଁ । ଏହାର ଉତ୍ତର ଦେଇ ଯଦି ମୋତେ କିଏ ଭଲ ବ୍ୟକ୍ତି ମିଳନ୍ତି ତେବେ ନିଶ୍ଚୟ ପ୍ରେମ ବିବାହ କରିବି । ଯେତେବେଳେ ଅଭିନେତ୍ରୀଙ୍କୁ ତାଙ୍କ ସାଥୀ ବିଷୟରେ ପଚରାଯାଇଥିଲା ସେତେ ବେଳେ ସେ କହିଥିଲେ ଯେ ସେ ଶୀଘ୍ର ସମସ୍ତଙ୍କୁ ଏ ବିଷୟରେ ଜଣାଇବେ ।

ଗତ ଶୁକ୍ରବାର ଦିନ କଙ୍ଗନା ରଣାୱତଙ୍କୁ ଜଣେ ଅଜଣ ବ୍ୟକ୍ତିଙ୍କ ସ୍ପଟ୍ କରାଯାଇଥିଲା । ଉଭୟେ ପରସ୍ପରର ହାତ ଧରି ଏକ ସେଲୁନରୁ ବାହାରକୁ ଆସୁଥିବାର ଦେଖିବା ପାଇଁ ମିଳିଥିଲା । ବର୍ତ୍ତମାନ ସୁଦ୍ଧା ଏହି ଫଟୋରେ କଙ୍ଗନା ରଣାୱତ ଠାରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇ ନାହିଁ । କିନ୍ତୁ ପ୍ରଶଂସକମାନେ ଦାବି କରୁଛନ୍ତି ଯେ ଉଭୟ ପରସ୍ପରକୁ ଡେଟ୍ କରୁଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+