ବିବାଦରେ ଫସିଲେ ହ୍ୟୁମାନ୍ ସାଗର, ପତ୍ନୀ ଆଣିଲେ ଶାରିରୀକ ନିର୍ଯାତନା ଅଭିଯୋଗ
ଶାରିରୀକ ନିର୍ଯାତନା ଅଭିଯୋଗ ହ୍ୟୁମାନଙ୍କ ପତ୍ନୀ ଶ୍ରୀୟା ମିଶ୍ର । ତାଙ୍କୁ ଉଭୟ ଶାରିରୀକ ଓ ମାନସିକ ନିର୍ଯାତନା ଦିଆଯାଇଛି ବୋଲି ମଙ୍ଗଳବାର ସେ କଟକ ମହିଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
କଟକ: ଓଡିଆ କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗରଙ୍କ ନାଁରେ ଥାନାରେ ଅଭିଯୋଗ । ଶାରିରୀକ ନିର୍ଯାତନା ଅଭିଯୋଗ ହ୍ୟୁମାନଙ୍କ ପତ୍ନୀ ଶ୍ରୀୟା ମିଶ୍ର । ତାଙ୍କୁ ଉଭୟ ଶାରିରୀକ ଓ ମାନସିକ ନିର୍ଯାତନା ଦିଆଯାଇଛି ବୋଲି ମଙ୍ଗଳବାର ସେ କଟକ ମହିଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତା ସହିତ କଟକ ଡିସିପି ପିନାକ ମିଶ୍ରଙ୍କୁ ଭେଟି ଶ୍ରୀୟା ମାମଲାରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିବା ସୂଚନା ମିଳିଛି ।

ତେବେ ଆସନ୍ତାକାଲି ଥାନାରେ ହାଜର ହେବେ ହ୍ୟୁମାନ ସାଗର । କଟକ ଡିସିପି ଏ ନେଇ ସୂଚନା ଦେଇଛନ୍ତି । ହ୍ୟୁମାନ୍ ଏବଂ ତାଙ୍କ ପତ୍ନୀଙ୍କୁ କାଉନସେଲିଂ କରାଯିବ । ତେବେ ଶ୍ରେୟା ଅଭିଯୋଗ ଅନୁସାରେ, ଗତ କିଛି ମାସ ହେବ ହ୍ୟୁମାନ ତାଙ୍କୁ ଅବହେଳା କରିବା ସହ ଶାରିରୀକ ଓ ମାନସିକ ନିର୍ଯାତନା ଦେଉଛନ୍ତି । ମଦ ପିଇ ପିଟାମରା ବି କରୁଥିବା ଶ୍ରୀୟା ଅଭିଯୋଗ କରିଛନ୍ତି । ଡିସିପି ଏହି ଘଟଣାର ତଦନ୍ତ ପାଇଁ ମହିଳା ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଖବର ଅନୁସାରେ, ହ୍ୟୁମାନ ସାଗରଙ୍କ ଠାରୁ ନିର୍ଯାତନାର ଶିକାର ହେବା ପରେ ଶ୍ରୀୟା ତାଙ୍କ ଶ୍ୱଶୁର ଘର ସିଡିଓ ସେକ୍ଟର-୬କୁ ଛାଡ଼ି ଏବେ ବାଲେଶ୍ୱରରେ ବାପଘରେ ରହୁଛନ୍ତି । କହିରଖୁ କି, ୨୦୧୭ ରିୟଲିଟି ଶୋ 'ଭିଏସ୍ ଅଫ୍ ଓଡ଼ିଶା ସିଜ-୨'ରେ ଉଭୟ ଶ୍ରେୟା ଓ ହ୍ୟୁମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପରେ ଦୁହେଁ ବିବାହ ମଧ୍ୟ କରିଥିଲେ। ଗାୟକ ଦମ୍ପତିଙ୍କର ଏକ ଛୋଟ ଝିଅ ବି ରହିଛି ।












Click it and Unblock the Notifications