ମୋ ସେକ୍ସ ଲାଇଫ୍ ସେତେ ମଜାଦାର ନୁହେଁ : ତାପସୀ ପନ୍ନୁ
Taapsee Pannu Says Her Sex Life Is Not Interesting:ମୋ ସେକ୍ସ ଲାଇଫ୍ ସେତେ ମଜାଦାର ନୁହେଁ-ତାପସୀ ପନ୍ନୁ
ମୁମ୍ବାଇ: ମୋ ସେକ୍ସ ଲାଇଫ୍ ସେତେ ମଜାଦାର ନୁହେଁ । ତେଣୁ ମୋତେ କାହିଁକି 'କଫି ୱିଥ୍ କରନ'କୁ ନିମନ୍ତ୍ରଣ କରାଯିବ । କରନ ସୋ'ପାଇଁ ଏପରି ମତ ରଖିଛନ୍ତି ଅଭିଚନେତ୍ରୀ । ସୋସିଆଲ ମିଡିଆରେ ତାପସୀଙ୍କୁ ନେଇ ଚର୍ଚ୍ଚା ଲାଗିରହିଛି । ଆଗକୁ ତାପସୀଙ୍କ ନୂଆ ଫିଲ୍ମ 'ଦୋବାରା'ଖୁବ ଶିଘ୍ର ରିଲିଜ୍ ହେବା ପାଇଁ ଯାଉଛି । ଯାହାର ପ୍ରମୋସନରେ ଏବେ ବିଜି ଅଛନ୍ତି ତାପସୀ । ନିକଟରେ ଅଭିନେତ୍ରୀ ଏକ ପ୍ରମୋସନରେ ଇଭେଣ୍ଟରେ ପହଞ୍ଚିଥିଲେ । ଯେଉଁଠି ତାଙ୍କୁ ପଚରାଯାଇଥିଲା ଯେ ତାଙ୍କୁ କ'ଣ ପାଇଁ 'କଫି ୱିଥ୍ କରନ'ରେ ଇନଭାଇଟ୍ କରାଯାଉ ନାହିଁ । ଯାହାର ଉତ୍ତର ଖୁବ ମଜାଳିଆ ଅନ୍ଦାଜରେ ଦେଇଥିଲେ ଅଭିନେତ୍ରୀ । ସେ କହିଥିଲେ 'ମୋ ସେକ୍ସ ଲାଇଫ୍ ସେତେ ମଜାଦାର ନୁହେଁ । ତେଣୁ ମୋତେ କଣ ପାଇଁ 'କଫି ୱିଥ୍ କରନ'କୁ ନିମନ୍ତ୍ରଣ କରାଯିବ। ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ତେବେ ଅଗଷ୍ଟ ୧୯ରେ ବକ୍ସ ଅଫିସରେ ମୁକ୍ତିଲାଭ କରିବା ପାଇଁ ଯାଉଛି 'ଦୋବାରା' । ଫିଲ୍ମ 'ଦୋବାରା'ରେ ବିଲକୁଲ୍ ଡିଫରେଣ୍ଟ ଲୁକରେ ଓ ଭୂମିକାରେ ନଜର ଆସିବେ ତାପସୀ । ଏହି ଫିଲ୍ମଟି ଏକ ନୂଆ ଯୁଗର ଥ୍ରିୀଲର ଫିଲ୍ମ । ରହସ୍ୟ ,ରୋମାଞ୍ଚରେ ଭରା ଫିଲ୍ମଟି ଦର୍ଶକଙ୍କୁ ପସନ୍ଦ କରିବେ ବୋଲି ଆଶା କରିଛନ୍ତି ତାପସୀ । ଏହି ଫିଲ୍ମରେ ତାପସୀ ଅଭିନେତା ପାୱେଲ ଗୁଲାଟୀଙ୍କ ସହ ସ୍କ୍ରିନ୍ ସେୟାର କରିବେ । ଏହା ଅନୁରାଗ କାଶ୍ୟପଙ୍କ ଦ୍ବାରା ନିର୍ଦ୍ଦେଶି ଫିଲ୍ମ ଯାହା ଶୋଭା କପୁର ଏବଂ ଏକତା କପୁରଙ୍କ କଲ୍ଟ ମୁଭି ଦ୍ୱାରା ପ୍ରସ୍ତୁତ କରାଯାଇଛି ।

ଅଭିନେତ୍ରୀ ତାପସୀ ପନ୍ନୁ ଇଣ୍ତଷ୍ଟ୍ରିର ଜଣେ ଦକ୍ଷ କଳାକାର । ନିଜ ନିପୁଣ ଅଭିନୟ ଜରିଆରେ ସେ ବଲିଉଡରେ ନିଜ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିବାରେ ସଫଳ ହୋଇଛନ୍ତି । ପିଙ୍କ' ଓ 'ସାବାସ୍ ମିଠୁ' ପରି ଫିଲ୍ମରେ କାମ କରିବା ପରେ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ଆଗକୁ ଶାହାରୁଖ ସହ ଫିଲ୍ମ ଡଙ୍କିରେ ମଧ୍ୟ ନଜର ଆସିବେ ତାପସୀ ।












Click it and Unblock the Notifications