କ'ଣ ପାଇଁ ପାକିସ୍ତାନ ଛାଡିଥିଲେ ଗାୟକ ଅଦନାନ୍ ସାମି, ୨୦୧୬ରେ ଭାରତର ନାଗରିକତ୍ୱ ଗ୍ରହଣ କରିଥିଲେ

କ'ଣ ପାଇଁ ପାକିସ୍ତାନ ଛାଡିଥିଲେ ଗାୟକ ଅଦନାନ୍ ସାମି, ୨୦୧୬ରେ ଭାରତର ନାଗରିକତ୍ୱ ଗ୍ରହଣ କରିଥିଲେ

ମୁମ୍ବାଇ: ଅଦନାନ୍ ସାମି ଭାରତର ଜଣେ ଜଣାଶୁଣା ଗାୟକ । ଯିଏ ନିଜର ସୁନ୍ଦର ସ୍ୱରରେ ଲୋକଙ୍କ ହୃଦୟରେ ଏକ ବିଶେଷ ସ୍ଥାନ ସୃଷ୍ଟି କରିପାରିଛନ୍ତି । ତେବେ ଅଦନାନ୍ ପାକିସ୍ତାନର ନାଗରିକତ୍ୱ ଛାଡି ୨୦୧୬ ମସିହାରେ ଭାରତର ନାଗରିକତ୍ୱ ଗ୍ରହଣ କରିଥିଲେ ଏବଂ ବର୍ତ୍ତମାନ ସେ ଜଣେ ଭାରତୀୟ ନାଗରିକ। ଯେଉଁଥି ପାଇଁ ସେ ଖୁବ ଲାଇମଲାଇଟରେ ମଧ୍ୟ ରହିଥିଲେ ।

ADNAN SAMI

ନିକଟରେ ଅଦନାନ୍ ସାମି ଏକ ଟୁଇଟ୍ କରିଛନ୍ତି, ଯାହା ମାଧ୍ୟମରେ ସେ ପାକିସ୍ତାନକୁ କାହିଁକି ପସନ୍ଦ କରନ୍ତି ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଏହା ସହିତ ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ ପାକିସ୍ତାନରେ ତାଙ୍କୁ କିପରି ବ୍ୟବହାର କରାଯାଇଥିଲା ସେ ବିଷୟରେ ମଧ୍ୟ ସେ ଖୁବ ଶୀଘ୍ର ପ୍ରକାଶ କରିବେ ।


ଅଦନାନ୍ ସାମିଙ୍କ ଟ୍ୱିଟ୍
ଅଦନାନ୍ ତାଙ୍କ ଟ୍ୱିଟରେ ଲେଖିଛନ୍ତି, 'ଅନେକ ଲୋକ ମୋତେ ପଚାରନ୍ତି ମୁଁ କାହିଁକି ପାକିସ୍ତାନକୁ ଏତେ ଘୃଣା କରେ? କିନ୍ତୁ ଏହା ସତ ଯେ ପାକିସ୍ତାନର ଲୋକମାନଙ୍କ ପ୍ରତି ମୋର ଘୃଣା ନାହିଁ, ଯେଉଁମାନେ ମୋତେ ଭଲ ପାଇବା ଦେଇଛନ୍ତି, ଯେଉଁମାନେ ମୋତେ ଭଲ ପାଆନ୍ତି ମୁଁ ସେମାନଙ୍କୁ ଭଲ ପାଏ । ସେଠାରେ ଥିବା ଅନୁଷ୍ଠାନଗୁଡ଼ିକ ସହିତ ମୋର ଏକ ଅସୁବିଧା ରହିଥିଲା ଏବଂ ଯେଉଁମାନେ ମୋତେ ପ୍ରକୃତରେ ଜାଣନ୍ତି ସେମାନେ ମଧ୍ୟ ଜାଣିବେ ଯେ ଅନୁଷ୍ଠାନଗୁଡ଼ିକ ବହୁ ବର୍ଷ ଧରି ମୋ ପାଇଁ କ'ଣ କରିଥିଲେ,ମୋ ସହ କିପରି ବ୍ୟବହାର କରିଥିଲା । ଯେଉଁଥି ପାଇଁ ଶେଷରେ ମୋତେ ପାକିସ୍ତାନ ଛାଡିବାକୁ ବାଧ୍ୟ କରିଥିଲା । ମୁଁ ଅନେକ ବର୍ଷ ଧରି ନୀରବ ରହିଆସିଛି, କିନ୍ତୁ ଉପଯୁକ୍ତ ସମୟରେ ସବୁ କିଛି ନିଶ୍ଚୟ କହିବି' । ତେବେ ଅଦନାନ୍ ସାମିଙ୍କ ଟ୍ୱିଟ୍'କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏବଂ ସୋସିଆଲ ମିଡିଆରେ ଏହି ଟ୍ୱିଟ୍ ଏବେ ଟ୍ରେଣ୍ତ ମଧ୍ୟ କରୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+