କାହିଁକି ସୋଶାଲ ମିଡ଼ିଆରେ ଟ୍ରେଣ୍ଡ କରୁଛି #ShahRukhKhan

ଜାଣନ୍ତୁ କ'ଣ ପାଇଁ ସୋସିଆଲ ମିଡିଆରେ ଟ୍ରେଣ୍ତ କରୁଛି #ShahRukhKhan

ମୁମ୍ବାଇ: ବଲିଉଡର କିଙ୍ଗ ଖାନ ଶାହରୁଖ ଖାନଙ୍କର ସାରା ବିଶ୍ୱରେ ଏବଂ ସୋସିଆଲ ମିଡିଆରେ ବେଶ୍ ବଡ ଫ୍ୟାନ୍ ଫଲୋଇଙ୍ଗ ରହିଛି । ତାଙ୍କର ପ୍ରତ୍ୟକ ଫିଲ୍ମକୁ ପ୍ରଶଂସକ ମାନେ ଉତ୍ସାହର ସହିତ ଅପେକ୍ଷା କରିଥାନ୍ତି । ଏବେ ବାଦଶାହଙ୍କର କୌଣସି ଫିଲ୍ମ ରିଲିଜ୍ ହୋଇ ନାହିଁ ହେଲେ ଟ୍ୱିଟରରେ ଟ୍ରେଣ୍ତ କରୁଛି #ShahRukhKhan । ଏପରିକି ଶାହରୁଖ ଙ୍କ ଘର 'ମନ୍ନତ' ବାହାରେ ଲାଗିଛି ଫ୍ୟାନ୍‌ ମାନଙ୍କ ଭିଡ । କାରଣ ଖୁବ ଶୀଘ୍ର ଅର୍ଥାତ୍ ନଭେମ୍ବର ୨ରେ ସୁପରଷ୍ଟାରଙ୍କ ଜନ୍ମଦିନ ଏବଂ ତାଙ୍କ ଜନ୍ମଦିନ ପ୍ରଶଂସକଙ୍କ ପାଇଁ କୌଣସି ଉତ୍ସବଠାରୁ କମ୍ ନୁହେଁ । ଜଣେ ପ୍ରଶଂସକ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ରବିବାର ଦିନ ଶାହାରୁଖଙ୍କ ଘର ବାହାରେ ଦେଖିବା ପାଇଁ ମିଳିଥିଲା ଫ୍ୟାନ୍ସଙ୍କ ଭିଡ ।

 Shah Rukh Khan

SRKଙ୍କ ଜନ୍ମଦିନ ପୂର୍ବରୁ ମନ୍ନତ ବାହାରେ ଜମିଲାଣି ଫ୍ୟାନ୍ସଙ୍କ ଭିଡ ।

ଭିଡିଓରେ ବହୁସଂଖ୍ୟାରେ ପ୍ରଶଂସକ ତାଙ୍କ ପ୍ରିୟ ଅଭିନେତାଙ୍କର ଏକ ଝଲକ ପାଇବା ପାଇଁ ଘଣ୍ଟା ଘଣ୍ଟା ଧରି ତାଙ୍କ ବଙ୍ଗଳା ବାହାରେ ଠିଆ ହୋଇଥିବାର ଦେଖିବାକୁ ମିଳିଥିଲା । ଟ୍ୱିଟରରେ ଏହି ଭିଡିଓ ସେୟାର କରିଥିବା ପ୍ରଶଂସକ ଲେଖିଛନ୍ତି, Straight from #Mannat , Shah Rukh Khan ke liye pyaar, beshumaar. ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବା ସହ ଟ୍ରେଣ୍ତ୍ କରୁଛି ।

ଶାହାରୁଖଙ୍କ ଜନ୍ମଦିନରେ 'ପଠାନ୍' ଟିଜର ହୋଇପାରେ ରିଲିଜ୍
ଶାହାରୁଖଙ୍କ ଜନ୍ମଦିନ ପାଇଁ ପ୍ରସ୍ତୁତି ଏବେଠୁ ଆରମ୍ଭ ହୋଇଯାଇଛି । ସୂଚନା ଏହା ମଧ୍ୟ ରହିଛି ଯେ ଶାହାରୁଖ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ପଠାନ'ର ଟିଜର ତାଙ୍କ ଜନ୍ମଦିନରେ ମୁକ୍ତିଲାଭ କରିପାରେ, ହେଲେ ଏ ପର୍ଯ୍ୟନ୍ତ ମେକର୍ସଙ୍କ ତରଫରୁ ଏହି ଖବରକୁ ନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ । ତେବେ ଶେଷ ଥର ପାଇଁ ଶାହାରୁଖ ଖାନ ଅନୁଷ୍କା ଶର୍ମା ଏବଂ କ୍ୟାଟ୍ରିନା କୈଫଙ୍କ ସହ ଆନନ୍ଦ ଏଲ ରାୟଙ୍କ ଫିଲ୍ମ 'ଜିରୋ'ରେ ନଜର ଆସିଥିଲେ । ଚାରି ବର୍ଷ ପରେ, ସେ 'ପଠାନ' ଜରିଆରେ ପୁଣି ଥରେ ନିଜ ଜଲୱା ଦେଖାଇବା ପାଇଁ ଆସୁଛନ୍ତି । ଯେଉଁଥିରେ ତାଙ୍କ ସହ ଦୀପିକା ପାଦୁକୋଣ ଏବଂ ଜନ୍ ଅବ୍ରାହମ୍ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଏହି ଚଳଚ୍ଚିତ୍ର ଜାନୁଆରୀ 2023 ରେ ପ୍ରେକ୍ଷାଳୟରେ ମୁକ୍ତି ଲାଭ କରିବ ।

SRKଙ୍କର ଆଗାମୀ ଚଳଚ୍ଚିତ୍ର
ଏହା ବ୍ୟତୀତ ବଲିଉଡର ବାଦଶାହା ରାଜକୁମାର ହିରାନୀଙ୍କ ଫିଲ୍ମ 'ଡଙ୍କି'ରେ ତାପସୀ ପନ୍ନୁ, ବିଜୟ ସେତୁପଥି, ନୟନତାରା ଏବଂ ସାନ୍ୟା ମଲହୋତ୍ରାଙ୍କ ସହ ଫିଲ୍ମ 'ଜୱାନ'ରେ ମଧ୍ୟ ନଜର ଆସିବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+