ବିବାହ କାର୍ଡ ଛପା ସରିଥିଲା, ହେଲେ ଏହି କାରଣରୁ ଭାଙ୍ଗି ଯାଇଥିଲା Sangeeta Bijlani ଏବଂ ସଲମାନଙ୍କ ବିବାହ
Salman Khan-Sangeeta Bijlani: ସମୟ ଥିଲା ଯେତେବେଳେ ସଂଗୀତା ବିଜଲାନି ଏବଂ ସଲମାନ ଖାନ ବଲିଉଡର ଲୋକପ୍ରିୟ ଦମ୍ପତିମାନଙ୍କ ମଧ୍ୟରୁ ଜଣେ ଥିଲେ । ଏକ ଟିଭି ବିଜ୍ଞାପନ ସମୟରେ ଏହି ଦମ୍ପତିଙ୍କର ପ୍ରଥମେ ଦେଖା ହୋଇଥିଲା । ଯାହା ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା, ଏପରିକି ବିବାହ ପର୍ଯ୍ୟନ୍ତ ମଧ୍ୟ କଥା ଯାଇଥିଲା ।

ସଂଗୀତା ବିଜଲାନି ଏବଂ ସଲମାନ ଖାନ ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ କରୁଥିଲେ, ଯାହା ପରେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ଉଭୟଙ୍କ ଭାଗ୍ୟର କିଛି ଭିନ୍ନ ରହିଥିଲା । ଏହି ଦମ୍ପତିଙ୍କ ବିବାହ କାର୍ଡ ଛପା ଯାଇଥିଲା, କିନ୍ତୁ ଶେଷ ମୁହୂର୍ତ୍ତରେ ସଲମାନ ଖାନଙ୍କ କାରଣରୁ ଏହି ବିବାହ ଭାଙ୍ଗି ଯାଇଥିଲା । ନିକଟରେ ସଂଗୀତା ବିଜଲାନି ଅତିଥି ଭାବରେ ଇଣ୍ଡିଆନ୍ ଆଇଡଲ୍ ସୋ'ରେ ଯୋଗ ଦେଇଥିଲେ ।
ସୋ' ସମୟରେ ପ୍ରତିଯୋଗୀ ଅଭିନେତ୍ରୀଙ୍କୁ ପ୍ରଶ୍ନ କରିଥିଲେ ସେ ତାଙ୍କ ଜୀବନରେ ସେ କେଉଁ ଜିନିଷ ବଦଳାଇବାକୁ ଚାହୁଁଛନ୍ତି । ଏହାର ଜବାବରେ ସଙ୍ଗୀତା ବିଜଲାନି କହିଥିଲେ, "ଯିଏ ମୋ ଏକ୍ସ ଥିଲେ, ତାଙ୍କ ନାଁ ମୁଁ ନେବାକୁ ଚାହୁଁ ନାହିଁ । ହେଲେ ସେହି ସମୟରେ ମୋତେ ଛୋଟ ପୋଷାକ ପିନ୍ଧିବା ମନାଥିଲା । ମୁଁ ବର୍ତ୍ତମାନ ଯାହା ପିନ୍ଧିଛି ତାହା ପିନ୍ଧିବାକୁ ମୋତେ ଅନୁମତି ଦିଆଯାଇନଥିଲା। ମୋତେ ସବୁ ପ୍ରକାରର ପୋଷାକ ପିନ୍ଧିବା ପାଇଁ ମନା ଥିଲା ।
ସଲମାନ ଖାନଙ୍କ ସହ ବିବାହ କାର୍ଡ ଛାପିବା ବିଷୟରେ ପ୍ରତିଯୋଗୀ ସଂଗୀତା ବିଜଲାନିଙ୍କୁ ପ୍ରଶ୍ନ ପଚାରିଥିଲେ, ଏହାର ଉତ୍ତରରେ ଅଭିନେତ୍ରୀ କହିଥିଲେ, ହଁ ଏହା ମିଥ୍ୟା ନୁହେଁ। ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ ତେବେ ସୋମି ଅଲିଙ୍କ ସହ ସଲମାନଙ୍କୁ ଏକାଠି ଦେଖିବା ପରେ ସେ ସଲମାନଙ୍କ ସହ ବିବାହ କରିବା ପାଇଁ ଇଚ୍ଛା କରି ନଥିଲେ ।












Click it and Unblock the Notifications