ଫ୍ରି'ରେ କାମ କିରବା ପାଇଁ ପ୍ରସ୍ତୁତ ଅଙ୍କିତା ଲୋଖଣ୍ତେ, କ୍ୟାରିୟରକୁ ନେଇ ଚିନ୍ତାରେ ଅଭିନେତ୍ରୀ
Bigg Boss 17 Fame Ankita Lokhande: 'ବିଗ୍ ବସ୍ 17' ଫେମ୍ ଅଙ୍କିତା ଲୋଖଣ୍ତେ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି । ଅଭିନେତ୍ରୀ ଟିଭି ଶୋ'ପବିତ୍ର ରିସତା'ରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ଏହି ଶୋ'ରୁ ହିଁ ତାଙ୍କୁ ଟେଲିଭିଜନ ଇଣ୍ତଷ୍ଟ୍ରିରେ ଏକ ନୂଆ ପରିଚୟ ମିଳିପାରିଥିଲା । ଟେଲିଭିଜନରୁ ଧିରେ ଧିରେ ସେ ସିନେମା ଇଣ୍ତଷ୍ଟ୍ରିରେ ଏଣ୍ଟ୍ରି କରିଥିଲେ ଏବଂ ଆଜି ଅଙ୍କିତାଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ । ଆଜିକା ତାରିଖରେ ଅଙ୍କିତାଙ୍କ ଫ୍ୟାନ୍ ଫଲୋଇଙ୍ଗ୍ ଖୁବ୍ ଅଧିକ ।
ନିକଟରେ ଅଙ୍କିତା ଲୋଖଣ୍ଡେ ତାଙ୍କ ସ୍ୱାମୀ ବିକି ଜୈନଙ୍କ ସହ ରିଅଲିଟି ସୋ ବିଗ୍ ବସ୍ 17 ରେ ନଜର ଆସିଥିଲେ। ଏହି ଶୋ'ରେ ଦମ୍ପତିଙ୍କ ମଧ୍ୟରେ ଅନେକ ଥର ଝଗଡ଼ା ହେଉଥିବାର ଦେଖିବା ପାଇଁ ମିଳିଥିଲା । ଖିବ୍ ଚର୍ଚ୍ଚାରେ ରହିଥିଲା ଏହି ଯୋଡି । ହେଲେ ଶୋ'ରୁ ବାହାରିବା ପରେ ଉଭୟଙ୍କୁ ଖୁବ୍ ରୋମାଣ୍ଟିକ୍ ଅନ୍ଦାଜରେ ଦେଖିବା ପାଇଁ ମିଳିଥିଲେ। ପରସ୍ପର ଉପରେ ପ୍ରେମର ବର୍ଷା କରୁଥିବାର ନଜର ଆସିଥିଲେ ଭିକ୍କି-ଅଙ୍କିତା ।

ମାର୍ଚ୍ଚ ୨୨ରେ ଅଙ୍କିତା ଲୋଖଣ୍ଡେଙ୍କ ଫିଲ୍ମ 'ଭୀର ସାବରକର' ରିଲିଜ ଅପେକ୍ଷାରେ ରହିଛି ଏହି ଚଳଚ୍ଚିତ୍ର ଅଭିନେତା ରଣଦୀପ ହୁଡା ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି । ନିକଟରେ ଫିଲ୍ମ ରିଲିଜ ହେବା ପୂର୍ବରୁ ଅଙ୍କିତା ତାଙ୍କ କ୍ୟାରିୟର ବିଷୟରେ କିଛି ଆଶ୍ଚର୍ଯ୍ୟଜନକ କଥା କହିଥିଲେ । ଅଭିନେତ୍ରୀ କହିଥିଲେ ତାଙ୍କ କ୍ୟାରିୟରରେ ଟଙ୍କା ନୁହେଁ ବରଂ ଅଭିନୟ ଏବଂ ଭୂମିକା ଗୁରୁତ୍ୱପୂର୍ଣ୍ଣ ।
ଅଙ୍କିତା କହିଥିଲେ 'ତାଙ୍କ ପାଇଁ ଟଙ୍କା ସର୍ବଦା ଦ୍ୱିତୀୟ ସ୍ଥାନରେ ରହିଥାଏ । ମୋ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ଅଭିନୟ ଏବଂ ଚରିତ୍ର । ଟଙ୍କା ପଛରେ କେବେ ମୁଁ ଦୌଡେ ନାହିଁ । ଆଜିର ସମୟରେ, ମୁଁ ମାଗଣାରେ ଶୋ ଏବଂ ଚଳଚ୍ଚିତ୍ର କରିବାକୁ ମଧ୍ୟ ପ୍ରସ୍ତୁତ ।












Click it and Unblock the Notifications