Get Updates
Get notified of breaking news, exclusive insights, and must-see stories!

କ'ଣ ପାଇଁ କପିଲଙ୍କ ଶୋ'କୁ ଗଲେ ନାହିଁ ଐଶ୍ୱର୍ଯ୍ୟା !

କ'ଣ ପାଇଁ କପିଲଙ୍କ ଶୋ'କୁ ଗଲେ ନାହିଁ ଐଶ୍ୱର୍ଯ୍ୟା !

ମୁମ୍ବାଇ: ଖୁବ ଶୀଘ୍ର ଆସିବା ପାଇଁ ଯାଉଛି ବିଗ୍ ବଜେଟ୍ ଫିଲ୍ମ 'ପୋନିୟିନ୍ ସେଲଭଆନ୍' । ଏହି ଚଳଚ୍ଚିତ୍ର ଜରିଆରେ ଦୀର୍ଘ ବର୍ଷ ପରେ ପୁଣି ବଡ ପରଦାରେ ଦେଖିବା ପାଇଁ ମିଳିବ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ । ମଣି ରତ୍ନମଙ୍କ ନିର୍ଦ୍ଦେଶିତ ଫିଲ୍ମ PS1କୁ ନେଇ ଏବେ ଚର୍ଚ୍ଚା ଜୋରଧରିଛି । ସୂଚନା ଅନୁସାରେ ଏହି ଫିଲ୍ମ ୫୦୦ କୋଟି ବଜେଟରେ ନିର୍ମିତ । ଯେଉଁଥିରେ ଐଶ୍ୱର୍ଯ୍ୟା ରାୟଙ୍କୁ ଦୁଇଟି ଚରିତ୍ରରେ ଦେଖିବା ପାଇଁ ମିଳିପାରେ । ସେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ।

aishwarya rai

ତେବେ ଏହି ଚଳଚ୍ଚିତ୍ରରେ ଐଶ୍ୱର୍ଯ୍ୟା ହେଉଛନ୍ତି ଏକମାତ୍ର ବଲିଉଡ ଷ୍ଟାର । ଏହି ସିନେମାରେ ଦକ୍ଷିଣର ତାରକାମାନଙ୍କ ସହିତ ଐଶ୍ୱର୍ଯ୍ୟାଙ୍କୁ ଦେଖିବା ପାଇଁ ମିଳିବ । ଏପରି ପରିସ୍ଥିତିରେ, ଦ କପିଲ ଶର୍ମା ଶୋ'ରେ ଫିଲ୍ମର ପୁରା ଟିମ୍‌ ଫିଲ୍ମ ପ୍ରମୋସନ ପାଇଁ ପହିଁଚିଥିଲା କିନ୍ତୁ ଐଶ୍ୱର୍ଯ୍ୟା ଏଥିରେ ଦେଖିବାକୁ ମିଳି ନଥିଲା । ଯାହାକୁ ନେଇ ଫ୍ୟାନ୍ସଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି । ସୋଶାଲ ମିଡିଆରେ ଲଗାତାର ଅଭିନେତ୍ରୀଙ୍କୁ ଏ ନେଇ ପ୍ରଶ୍ନ ମଧ୍ୟ କରାଯାଉଛି ।

ବିକ୍ରମ, ଶୋଭିତା ଧୁଲିପାଲ, ତ୍ରିଶା କୃଷ୍ଣନ, କାର୍ତ୍ତି ଏବଂ ଜୟମ ରବି କପିଲଙ୍କ ଶୋ' ରେ ପହଞ୍ଚି ଥିଲେ । ହେଲେ ଦର୍ଶକଙ୍କୁ ମିଳି ନଥିଲା ଐଶ୍ୱର୍ଯ୍ୟାଙ୍କ ଝଲକ । ଯାହା ଅନେକଙ୍କୁ ଚକିତ କରିଛି । ସେପଟେ ନିଜ ଫିଲ୍ମକୁ ସାଉଥର ଅନେକ ସ୍ଥାନକୁ ଜାଇ ପ୍ରମୋସନ କରୁଛନ୍ତି ଅଭିନେତ୍ରୀ ।

ବିଗ୍ ବଜେଟ୍ ଫିଲ୍ମ 'ପୋନିୟିନ୍ ସେଲଭାନ୍' ଫିଲ୍ମର କଳାକାର ,ଟିଜର୍ ,ଫାଷ୍ଟଲୁକ୍ ସବୁକିଛିକୁ ନେଇ ବେଶ୍ ଚର୍ଚ୍ଚା ଲାଗିରହିଛି । ନିକଟରେ ଏହି ଫିଲ୍ମର ପାର୍ଟ-୧ର ଟ୍ରେଲର ରିଲିଜ୍ ହୋଇଥିଲା । ଯାହା ସୋଶାଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା ଓ ଦର୍ଶକଙ୍କର ଭଲ ରେସପନ୍ସ ମଧ୍ୟ ମିଳିଥିଲା । ଫିଲ୍ମ ଟ୍ରେଲରରେ ଦମଦାର୍ ଆକ୍ସନ ସହ ଆକର୍ଷଣୀୟ VFX ଦେଖିବା ପାଇଁ ମିଳିଥିଲା । ତେବେ ଚଳିତ ମାସ ୩୦ ତାରିଖରେ ଫିଲ୍ମଟି ରିଲିଜ୍ ହେବା ପାଇଁ ଯାଉଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+