ଏହି କାରଣରୁ ଫିଲ୍ମ 'ଆନିମଲ'ରେ ଅଭିନୟ କରିଥିଲେ ଅଭିନେତ୍ରୀ Tripti Dimri
Tripti Dimri On Animal: 2023 ମସିହାରେ ମୁକ୍ତିଲାଭ କରିଥିବା ବ୍ଲକବଷ୍ଟର ଚଳଚ୍ଚିତ୍ର ଆନିମଲରେ କାମ କରିବା ପରେ ବଲିଉଡ ଅଭିନେତ୍ରୀ 'Tripti Dimri'ଙ୍କୁ ଜାତୀୟ ସ୍ତରରେ ଏକ ନୂଆ ପରିଚୟ ମିଳିଛି । ଅଭିନେତ୍ରୀ ଏହି ଚଳଚ୍ଚିତ୍ରରେ ରଣବୀର କପୁରଙ୍କ ଅନ୍-ସ୍କ୍ରିନ୍ ଗର୍ଲଫ୍ରେଣ୍ଡ ଜୋୟା ଭୂମିକାରେ ଅଭିନୟ କରିଥିଲେ।
Tripti Dimriଙ୍କୁ ଏହି ସିନେମା ଜରିଆରେ ବେଶ୍ ଲୋକପ୍ରିୟତା ମିଳିଥିଲା । ଏହି ଚଳଚ୍ଚିତ୍ରରେ ଅଭିନେତ୍ରୀ ସହାୟକ ଅଭିନେତ୍ରୀ ଭାବରେ କାମ କରିଥିଲେ, କିନ୍ତୁ ଲୋକମାନେ ତାଙ୍କ କମ ସମୟ ଅଭିନୟରେ ଫ୍ୟାନ୍ ସାଜିଥିଲେ । ଏହି ଫିଲ୍ମରେ ଅଭିନୟ କରିବା ପରେ ସେ ରାତାରାତି ତାରକା ସାଜିଥିଲେ ।

ନିକଟରେ Tripti Dimri ଜୋୟାଙ୍କ ଚରିତ୍ରକୁ 'ସାହସୀ ଏବଂ ନିର୍ଦ୍ଦୋଷ' ବୋଲି କହିଛନ୍ତି। ସେ ରଣବୀର କପୁରଙ୍କ ଫିଲ୍ମ 'ଆନିମଲ୍' କାହିଁକି ଦସ୍ତଖତ କରିଛନ୍ତି ସେ ସେ ନେଇ ମଧ୍ୟ ସୂଚନା ଦେଇଛନ୍ତି । ଇଣ୍ଡିଆ ଟୁଡେ କନକ୍ଲେଭ 2024 ସମୟରେ ଏହି ସିନେମାରେ କାମ କରିବାର ପଛର କାହାଣୀ କହିଥିଲେ ।
ଅଭିନେତ୍ରୀ Tripti Dimri କହିଥିଲେ, ମୁଁ କମଫର୍ଟ ଜୋନରେ ରହି କାମ କରିବା ପାଇଁ ଚାହେଁ ନାହିଁ । 'ଆନିମଲ'ରେ ଅଭିନୟ କରିବା ଖୁବ୍ ଚ୍ୟାଲେଞ୍ଜିଂ ଥିଲା । ତେବେ ଏହି ଫିଲ୍ମର ଅଫର ମିଳିବା ପରେ ତାଙ୍କୁ ଏହି ସିନେମାରେ କାମ କରିବା ଜରୁରୀ ଭାବି ସେ ସାଇନ୍ କରିଥିଲେ । ଯେତେବେଳେ ସନ୍ଦୀପ ସାର୍ ମୋତେ ଜୋୟାଙ୍କ ଚରିତ୍ର ବିଷୟରେ କହିଥିଲେ, ମୁଁ ଠିକ୍ ଅନୁଭବ କଲି । ଏହି ଭୂମିକା ଉଭୟ ସାହସୀ ଏବଂ ନିର୍ଦ୍ଦୋଷ ମନେ ହେଉଥିଲା ଏବଂ ଏହା ମୋତେ ଉତ୍ସାହିତ କରିଥିଲା ।
2017 ରେ ତାଙ୍କର ଅଭିନୟ କ୍ୟାରିଅର୍ ଆରମ୍ଭ କରିଥିଲେ 'Tripti Dimri' । ଫିଲ୍ମ 'ପୋଷ୍ଟର ବଏଜ୍' ତାଙ୍କର ପ୍ରଥମ ସିନେମା । ଏହା ପରେ ସେ ଇମତିଆଜ ଅଲିଙ୍କ ଦ୍ୱାରା ନିର୍ମିତ' ଲାଲା ମଜନୁ'ରେ ଅବିନାଶ ତିୱାରୀଙ୍କ ସହ କାମ କରିଥିଲେ। ଯଦିଓ ଏହି ଚଳଚ୍ଚିତ୍ର ବକ୍ସ ଅଫିସରେ ବିଫଳ ହୋଇଥିଲା । ଏହା ପରେ ସେ କାଲା ଏବଂ ବ୍ୟାଡ୍ ନ୍ୟୁଜ୍, ବୁଲବୁଲ ପରି ଫିଲ୍ମରେ କାମ କରିଛନ୍ତି ଏବଂ ତାଙ୍କ ଅଭିନୟ ଦର୍ଶକଙ୍କ ମନ ଜିଣିବାରେ ସଫଳ ହୋଇଛି ।
-
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ନିର୍ବାଚନ ସରିଲେ ବାହାହେବେ ବିଜୟ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications