ଏହି କାରଣରୁ ଉର୍ଫିଙ୍କୁ ଗିରଫ କଲା ମୁମ୍ବାଇ ପୋଲିସ !
Uorfi Jawed Arrested: ବିଗ୍ ବସ୍ OTT ଫେମ୍ ଉର୍ଫି ଜାଭେଦ୍ ତାଙ୍କର ହଟ୍-ବୋଲ୍ଡ ପୋଷାକ ପାଇଁ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି । ଏବେ ପୁଣି ହେଡଲାଇନରେ ଅଛନ୍ତି ଅଭିନେତ୍ରୀ । ଉର୍ଫିଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି। ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ଦୁଇଜଣ ମହିଳା କନଷ୍ଟେବଳ ଉର୍ଫିଙ୍କୁ ଗିରଫ କରି ସାଙ୍ଗରେ ନେଇଥିବାର ଦେଖିବା ପାଇଁ ମିଳୁଛି । ଯାହା ଏବେ ସୋସିଆଲ ମିଡିଆରେ ହେଉଛି ଭାଇରାଲ ।
ଏହି ଭିଡିଓ ଇନଷ୍ଟାଣ୍ଟ ବଲିଉଡ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛି । ଭିଡିଓରେ ଉର୍ଫି ଏକ ରେଷ୍ଟୁରାଣ୍ଟ ଭିତରୁ ବାହାରକୁ ଆସୁଥିବା ଦେଖିବାକୁ ମିଳିଛି। ସେ ବାହାରକୁ ଆସିବା ମାତ୍ରେ ଦୁଇଜଣ ଲେଡି ପୋଲିସ୍ କନଷ୍ଟେବଳ ତାଙ୍କ ସାମ୍ନାକୁ ଆସି ତାଙ୍କ ସହ ଯିବାକୁ କହୁଛନ୍ତି । ଏହା ଶୁଣି ଉର୍ଫି ସେମାନଙ୍କୁ ପଚାରୁଛନ୍ତି ଯେ ସେ କଣ ପାଇଁ ତାଙ୍କ ସହ ଯିବେ । ଏହାର ଉତ୍ତରରେ ଜଣେ ପୋଲିସ୍ କନଷ୍ଟେବଳ କହିଛନ୍ତି ଯେ ତୁମେ ଛୋଟ ପୋଷାକ ପିନ୍ଧି ବୁଲୁଛ, ତେଣୁ ତୁମକୁ ଆମ ସହିତ ଥାନାକୁ ଯିବା ପାଇଁ ପଡିବ । ଉର୍ଫି ଗୋଟିଏ କିମ୍ବା ଦୁଇଟି ପ୍ରଶ୍ନ ପଚାରି ଚୁପ୍ ଚାର୍ ପୋଲିସ ଅଧିକାରୀଙ୍କ ଗାଡ଼ିରେ ଯାଇ ବସିଯାଉଥିର ଦେଖିବା ପାଇଁ ମିଳୁଛି ।

ବର୍ତ୍ତମାନ ଏହି ଭିଡିଓ ଭାଇରାଲ ହେବା ପେର ସୋସିଆଲ ମିଡ଼ିଆରେ ୟୁଜର୍ସ ଅନେକ ପ୍ରଶ୍ନ କରିବା ଆରମ୍ଭ କରିଦେଇଛନ୍ତି । କିଛି ୟୁଜର୍ସ ଦାବି କରୁଛନ୍ତି ଯେ, ଏହା କେବଳ ପ୍ରଚାର ପ୍ରସାର ପାଇଁ । କିଛି ଲୋକ ଏହାକୁ ନକଲି ଏବଂ ସ୍କ୍ରିପ୍ଟିଂ ବୋଲି କହୁଛନ୍ତି ।ଆଉ ଜଣେ ଉପଭୋକ୍ତା ମନ୍ତବ୍ୟ ଦେଇଛନ୍ତି ଏବଂ ଲେଖିଛନ୍ତି - 'ବର୍ତ୍ତମାନ ପୋଲିସ୍ ମଧ୍ୟ ରିଲ୍ ତିଆରି କରିବା ଆରମ୍ଭ କରିବା ଉଚିତ୍' । ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି, 'ଡ୍ରାମା କମ୍ପାନୀ'। ଉର୍ଫିଙ୍କର ଏହି ଏବେ ଟ୍ରେଣ୍ତରେ ରହିଛି ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications