ମୃତ୍ୟୁ ପୂର୍ବରୁ କାହିଁକି ଥାନାକୁ ଗଲେ ରାଇ, ବଢୁଛି ସସପେନ୍ସ
ଅଭିନେତା ରାଇମୋହନ ପରିଡାଙ୍କ ମୃତ୍ୟୁକୁ ନେଇ ବଢୁଛି ସସପେନ୍ସ । ପ୍ରତିଦିନ ଅନେକ ନୂଆ ତଥ୍ୟ ପଦାକୁ ଆସୁଛି । ତେବେ ଏବେ ପ୍ରଶ୍ନ ଉଠୁଛି ମୃତ୍ୟୁର କିଛି ଦିନ ପୂର୍ବରୁମଞ୍ଚେଶ୍ବର ଥାନା ଯାଇଥିଲେ ରାଇମୋହନ ।
ଭୁବନେଶ୍ବର: ଅଭିନେତା ରାଇମୋହନ ପରିଡାଙ୍କ ମୃତ୍ୟୁକୁ ନେଇ ବଢୁଛି ସସପେନ୍ସ । ପ୍ରତିଦିନ ଅନେକ ନୂଆ ତଥ୍ୟ ପଦାକୁ ଆସୁଛି । ତେବେ ଏବେ ପ୍ରଶ୍ନ ଉଠୁଛି ମୃତ୍ୟୁର କିଛି ଦିନ ପୂର୍ବରୁମଞ୍ଚେଶ୍ବର ଥାନା ଯାଇଥିଲେ ରାଇମୋହନ । କେଉଁ ମାମଲା ନେଇ ରାଇ ଥାନାର ଦ୍ବାରସ୍ଥ ହୋଇଥିଲେ ତାହା ଜଣାପଡିନି । ବର୍ତ୍ତମାନ ରାଇ ମୋହନ ମୃତ୍ୟୁ ମାମଲାର ତଦନ୍ତ ଚାଲିଥିବା ନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ପ୍ରତୀକ ସିଂ ।

ରାଇମୋହନ କିଛି ଦିନ ହେଲା ମାନସିକ ଅବସାଦରେ ଥିଲେ ବୋଲି ଡିସିପି ପ୍ରତୀକ ସିଂ କହିଛନ୍ତି । ପରିବାର ସମେତ ସମ୍ପର୍କୀୟ ଓ ଡ୍ରାଇଭରଙ୍କୁ ତଦନ୍ତ ପରିସରଭୂକ୍ତ କରାଯାଉଛି । ସେଥିରୁ କିଛି ତଥ୍ୟ ମିଳିପାରେ ବୋଲି କହିଛନ୍ତି ଡିସିପି । ବ୍ୟବଚ୍ଛେଦ ରିପୋର୍ଟରେ ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ଜଣାପଡିଛି ।
କିଛି ବ୍ୟକ୍ତିଗତ ମାମଲା ନେଇ ସେ ଥାନାକୁ ଆସିଥାଇ ପାରନ୍ତି। ସେହି ମାମଲା ସହ ତାଙ୍କର ମୃତ୍ୟୁର କିଛି ସଂପର୍କ ଥାଇ ପାରେ । କାହା ନାମରେ ଅଭିଯୋଗ ଆଣିଥିଲେ ନା ତାଙ୍କ ନାମରେ କିଏ ଅଭିଯୋଗ ଆଣିଥିଲେ ସେ ଉପରୁ ତଦନ୍ତ ପରେ ହିଁ ପରଦା ହଟିବ ।












Click it and Unblock the Notifications