ଏହି କାରଣରୁ ଶୁକ୍ରବାର ରିଲିଜ୍ ହୁଏ ବଲିଉଡ ଫିଲ୍ମ
ଚଳିତ ସପ୍ତାହର ଶୁକ୍ରବାର ଦିନ ପ୍ରେକ୍ଷାଳୟରେ ରଣବୀର କପୁରଙ୍କ ଅଭିନୀତ 'ଆନିମଲ' ଏବଂ ବିକି କୌଶଲଙ୍କ ଫିଲ୍ମ 'ସାମ ବାହାଦୂର' ପ୍ରେକ୍ଷାଳୟରେ ରିଲିଜ୍ ହୋଇଛି ।
ତେବେ ପ୍ରାୟତଃ ସପ୍ତାହ ଶୁକ୍ରବାର ଦିନ ହିଁ ଚଳଚ୍ଚିତ୍ର ରିଲିଜ୍ କରାଯାଇଥାଏ, ହେଲେ କେବେ ଚିନ୍ତା କରିଛନ୍ତି କାହିଁ ବଲିଉଡ ଫିଲ୍ମ କେବଳ ଶୁକ୍ରବାର ହିଁ ମୁକ୍ତିଲାଭ ହୋଇଥାଏ ।
ତେବେ ଆଜି ଆମେ ଏହି ଟ୍ରେଣ୍ତ ପଛର କାହାଣୀ ଆପଣଙ୍କୁ ଜଣାଇବୁ ।

ଭାରତୀୟ ସିନେମାରେ କେବଳ ଶୁକ୍ରବାର ଦିନ ଫିଲ୍ମ ରିଲିଜ କରିବାର ପ୍ରଭା ରହିଛି, ଏହି ଟ୍ରେଣ୍ତ ଦୀର୍ଘ ଦିନ ହେବା ଚାଲିଆସୁଛି । ତେବେ ଏହାର ସବୁଠାରୁ ବଡ କାରଣ ହେଉଛି ଶୁକ୍ରବାର ଦିନ କାର୍ଯ୍ୟ ଦିବସ ଶେଷରେ ପଡିଥାଏ ଅର୍ଥାତ୍ ଏହା ପରଦିନ ଶନିବାର ଏବଂ ରବିବାର ଛୁଟିଦିନ ଦିନ ଥାଏ । ୱିକେଣ୍ତ ଥିବାରୁ ଲୋକେ ନିଜ ପରିବାର ଏବଂ ସାଙ୍ଗସାଥୀଙ୍କ ସହ ସିନେମା ଦେଖିବା ପସନ୍ଦ କରନ୍ତି । କାର୍ଯ୍ୟ ଭାର କମ୍ ଥିବାରୁ ଦୁଇ ଦିନ ସିନେମା ହଲ ହାଉସ୍ ଫୁଲ ରହିଥାଏ, ଯାହା ପ୍ରଭାବ ଫିଲ୍ମ ଆୟ ଉପରେ ମଧ୍ୟ ପଡିଥାଏ ।
ତେବେ ଏହାର ଆଉ ଏକ କାରଣ ହେଉଛି, ସ୍ୱାଧିନତାର ବହୁ ଦିନ ପର୍ଯ୍ୟନ୍ତ ଲୋକଙ୍କ ପାଖରେ ରଙ୍ଗିନ୍ ଟିଭି ନଥିଲା । ଯେଉଁ କାରଣରୁ ଲୋକମାନେ ଚଳଚ୍ଚିତ୍ର ଦେଖିବା ପାଇଁ ପ୍ରେକ୍ଷାଳୟକୁ ଯାଉଥିଲେ। ତେଣୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର କର୍ମଚାରୀମାନଙ୍କୁ ଶୁକ୍ରବାର ଦିନ ଅଧା ଦିନ ଛୁଟି ଦିଆଯାଇଥିଲା, ଯାହାଫଳରେ ସେମାନେ ନିଜ ପରିବାର ସହିତ ଚଳଚ୍ଚିତ୍ର ଦେଖିପାରିବେ, ଯାହା ଫଳରେ ଫିଲ୍ମଟି ମଧ୍ୟ ଭଲ ବ୍ୟବସାୟ କରିଥିଲା ।
ଶୁକ୍ରବାର ଦିନ ଚଳଚ୍ଚିତ୍ର ରିଲିଜ କରିବାର ଭାରତର ନିଜର ପ୍ରଥା ଅଛି, କିନ୍ତୁ ଏହି ପ୍ରଥା ଆରମ୍ଭରୁ ଭାରତରେ ନଥିଲା। ଏହା ପ୍ରାୟ 1940 ମସିହାରେ ହଲିଉଡରେ ଆରମ୍ଭ ହୋଇଥିଲା | 1960 ପୂର୍ବରୁ ଭାରତରେ ଚଳଚ୍ଚିତ୍ର ରିଲିଜ୍ ପାଇଁ କୌଣସି ନିର୍ଦ୍ଦିଷ୍ଟ ଦିନ ନଥିଲା । 1960 ମସିହାରେ, ମୋଗଲ-ଏ-ଆଜମ ନାମକ ଏକ ଐତିହାସିକ ଚଳଚ୍ଚିତ୍ର 5 ଅଗଷ୍ଟରେ ମୁକ୍ତିଲାଭ କରିଥିଲା । ତେବେ 5, 1960 ଶୁକ୍ରବାର ଥିଲା ଏବଂ ଏହି ଚଳଚ୍ଚିତ୍ରଟି ଲାଇମ ଲାଇଟରେ ରହିଥିଲା । ସେବେଠାରୁ ଫିଲ୍ମ ନିର୍ମାତାମାନେ ଚଳଚ୍ଚିତ୍ର ରିଲିଜ୍ ପାଇଁ ଶୁକ୍ରବାର ଚୟନ କରିଛନ୍ତି।












Click it and Unblock the Notifications