Amitabh Bachachan Crush: ଜାଣନ୍ତୁ କିଏ ଥିଲେ ଅମିତାଭ ବଚ୍ଚନଙ୍କ କ୍ରସ ?
Amitabh Bachachan Crush: ବଲିଉଡର ସୁପରଷ୍ଟାର ଅମିତାଭ ବଚ୍ଚନ ତାଙ୍କ ଶୋ' କୌନ ବାନେଗା କରୋଡପତୀ ସିଜନ୍ 15କୁ ନେଇ ବେଶ୍ ଚର୍ଚ୍ଚାରେ ଅଛନ୍ତି । ଅଭିନେତା ପ୍ରତ୍ୟେକ ଦିନ ଶୋ'ରେ ପ୍ରଶଂସକଙ୍କ ସହ ତାଙ୍କ ଜୀବନ ସହ ଜଡିତ ରୋମାଞ୍ଚକ କାହାଣୀ ସେୟାର କରିଥାନ୍ତି । ବର୍ତ୍ତମାନ ବିଗ୍ ବି ଏପରି ଏକ କଥା କହିଛନ୍ତି ଯାହା ପ୍ରଶଂସକମାନଙ୍କୁ ଆଶ୍ଟର୍ଯ୍ୟ କରିଛି ।
ନିକଟରେ ଅମିତାଭ ବଚ୍ଚନ 'କୌନ ବନେଗା କରୋଡପତି'ରେ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଗେମ୍ ଖେଳୁଥିବା ଦେଖିବାକୁ ମିଳିଥିଲା । ଏହି ସମୟରେ, ପ୍ରତ୍ୟେକ ଥର ପରି, ବିଗ୍ ବି ପ୍ରଶଂସକଙ୍କ ସହ ଖୁବ୍ ମସ୍ତି କରିଥିବା ଦେଖିବାକୁ ମିଳିଥିଲା । ଏହି ଶୋ'ରେ ଜଣେ ପ୍ରତିଯୋଗୀ କହିଥିଲେ ଯେ, ଅନେକ ଝିଅ ତାଙ୍କ ଭାଇଙ୍କୁ ବେଶ୍ ପସନ୍ଦ କରନ୍ତି । ଯାଗା ଶୁଣି ବିଗ୍ ବି ଖୁବ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ପ୍ରତିଯୋଗୀ ଶୋ'ରେ ଅମିତାଭ ବଚ୍ଚନଙ୍କୁ ସମାନ ପ୍ରଶ୍ନ ପଚାରିଥିଲେ, ସେ ପ୍ରଶ୍ନ କରିଥିଲେ ଯେତେବେଳେ ଆପଣ ସ୍କୁଲର ପାଠ ପଢୁଥିଲେ ସେତେବେଳେ ଆପଣ କେତେ ଜଣ ଝିଅଙ୍କୁ ପସନ୍ଦ କରୁଥଲେ । ଅଭିନେତାଙ୍କର ଏହି ପ୍ରଶ୍ନର ଉତ୍ତର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ବିଗ୍ ବି କହିଥିଲେ, ସ୍କୁଲରେ ପଢୁଥିବା ସମସ୍ତ ଝିଅଙ୍କ ଉପରେ ତାଙ୍କର କ୍ରସ୍ ଥିଲା । କାରଣ ସେମାନେ ସମସ୍ତେ ଦେଖିବାକୁ ଖୁବ୍ ସୁନ୍ଦର ଥିଲେ । ଏଠାରେ ବସିଥିବା ସମସ୍ତ ମହିଳା ମୋ କ୍ରସ୍ ଏବଂ ଏଠାରେ ଉପସ୍ଥିତ ଥିବା ସମସ୍ତ ପୁରୁଷ ମୋର ବନ୍ଧୁ । ଅମିତାଭ ବଚ୍ଚନଙ୍କ ଏହି ଉତ୍ତର ଶୁଣି ଶୋ'ରେ ଉପସ୍ଥିତ ସମସ୍ତ ଲୋକେ ତାଳି ମାରିବା ଆରମ୍ଭ କରିଦେଇଥିଲେ । ଯାହା ପରେ ଏହି ଶୋ'କୁ ଆସିଥିବା ଜଣେ ମହିଳା ଅମିତାଭଙ୍କ ପାଇଁ ଗୀତ ମଧ୍ୟ ଗାଇଥିଲେ ।












Click it and Unblock the Notifications