ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲାରେ ଅଭିନେତା ଗିରଫ
ଉତ୍ତର ଦିଲ୍ଲୀ ସିଭିଲ ଲାଇନ ଅଞ୍ଚଳରେ ଏକ ପାର୍ଟିରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲାରେ ଟିଭି ଅଭିନେତା ଆଶିଷ କପୁରଙ୍କୁ ପୁଲିସ ଗିରଫ କରିଛି। ଆଶିଷଙ୍କୁ ପୁଣେରୁ ଗିରଫ କରାଯାଇଥିବା ଡିସିପି ରାଜା ବାନ୍ଥିଆ କହିଛନ୍ତି। ୨୪ ବର୍ଷୀୟା ପୀଡ଼ିତା ଅଭିଯୋଗ କରିଥିଲେ ଯେ, ସେ ପଞ୍ଜାବୀ ବାଗରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିଲେ। ଗତ ଅଗଷ୍ଟରେ ଏକ ପାର୍ଟିରେ ସେ ଯୋଗଦେଇଥିଲେ।

ତାଙ୍କର ଜଣେ ବନ୍ଧୁଙ୍କ ନିମନ୍ତ୍ରଣକ୍ରମେ ସେ ଯାଇଥିଲେ। ସେଠାରେ ଆଶିଷଙ୍କ ସମେତ ଅନ୍ୟ କେତେଜଣ ଯୁବକ ତାଙ୍କୁ ନିଶା ଦେଇ ଗଣଦୁଷ୍କର୍ମ କରିଥିଲେ। ପାର୍ଟିରେ ତାଙ୍କ ବନ୍ଧୁ ଏବଂ ଜଣେ ମହିଳାଙ୍କ ସମେତ ୫ ଜଣ ଥିଲେ। ତାଙ୍କ ମୃଦୁ ପାନୀୟରେ ନିଶାଦ୍ରବ୍ୟ ମିଶାଇ ତାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ସେ ଅଭିଯୋଗ କରିଥିଲେ। ଏପରି ତାଙ୍କୁ ମାଡ଼ ମରାଯିବା ସହିତ ଭିଡିଓ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଥିଲା। ଏ ନେଇ ଗତ ଅଗଷ୍ଟ ୧୧ରେ ଏକ ମାମଲା ରୁଜୁ ହୋଇଥିଲା।












Click it and Unblock the Notifications