ସମନ୍ଥା ବଢାଇଲେ ଫ୍ୟାନ୍ସଙ୍କ ଚିନ୍ତା ,ସୋସିଆଲ ମିଡିଆରେ ପ୍ରଶଂସକ କଲେ ଅନେକ ପ୍ରଶ୍ନ
Where is Samantha ??? Fans missing in social media its been 15days...ସମନ୍ଥା ବଢାଇଲେ ଫ୍ୟାନ୍ସଙ୍କ ଚିନ୍ତା ,ସୋସିଆଲ ମିଡିଆରେ ସମନ୍ଥାଙ୍କୁ ନେଇ ପ୍ରଶଂସକ କଲେ ଅନେକ ପ୍ରଶ୍ନ
ମୁମ୍ବାଇ: ସାଉଥ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୃ । ନିଜ ଅଭିନୟ ଓ ସୁନ୍ଦରତା ପାଇଁ ସେ ଲକ୍ଷ ଲକ୍ଷ ଫ୍ୟାନ୍ସଙ୍କ ମନରେ ରାଜ କରନ୍ତି । ସୋସିଆଲ୍ ମିଡିଆରେ ମଧ୍ୟ ଫ୍ୟାନ୍ ଫଲୋଇଙ୍ଗ ଖୁବ ଅଧିକ । ପ୍ରତ୍ୟକ ଦିନ ଭିନ୍ନ ଭିନ୍ନ ଫଟୋ ,ଭିଡିଓ ପୋଷ୍ଟ କରି ସେ ଫ୍ୟାନ୍ସଙ୍କ ମନୋରଞ୍ଜନ କରିବା ସହ ପ୍ରତ୍ୟର ଟିକ୍ ନିକ୍ ଅବଡେଟ୍ ମଧ୍ୟ ଦିଅନ୍ତି । ସେଥିପାଇଁ ତାଙ୍କୁ 'ସୋସିଆଲ ମିଡିଆର ପ୍ରଜାପତି'ବୋଲି ମଧ୍ୟ କୁହାଯାଏ ।

ହେଲେ ଏବେ ଫ୍ୟାନ୍ସ ସମନ୍ଥାଙ୍କ ପାଇଁ ଅଛନ୍ତି ଖୁବ ଚିନ୍ତାରେ ।କାରଣ ଅଭିନେତ୍ରୀ ଗତ ୧୫ ଦିନ ଧରି ସୋସିଆଲ ମିଡିଆରେ ନଜର ଆସୁ ନାହାନ୍ତି କୌଣସି ଅବଡେଟ୍ ମଧ୍ୟ ସେୟାର କରୁ ନାହଁନ୍ତି ।ସାମନ୍ଥା ୩୦ଜୁନ୍ ରୁ କୌଣସି ପୋଷ୍ଟ ସେୟାର କରି ନାହାଁନ୍ତି । ଫ୍ୟାନ୍ସ ଏବେଚିନ୍ତିତ ଅଛନ୍ତି ଯେ ଅଭିନେତ୍ରୀଙ୍କ ସହିତ ସବୁକିଛି ଠିକ ଅଛି ନା ନାହିଁ ।
ତେବେ ସାମନ୍ଥା ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ୍ ରହୁଥିବା ଅଭିନେତ୍ରୀ ଏବେ ହଟାତ୍ ଏପରି ଗାଏବ ହୋଇଯିବା କଥାକୁ ସହଜରେ ସ୍ୱିକାର କରିପାରୁ ନାହଁନ୍ତି ଫ୍ୟାନ୍ସ ।ତେବେ ବୋଧହୁଏ ସମନ୍ଥା ନିଜ ଆଗାମି ଫିଲ୍ମର ଶୁଟିଂରେ ବିଜି ଥାଇ ପାରନ୍ତି । ସେଥିପାଇଁ ସେ କିଛି ଦିନ ପାଇଁ ସୋସିଆଲ ମିଡିଆରୁ ବ୍ରେକ୍ ନେଇଛନ୍ତି । ଆଶା କରାଯାଉଛି ସେ ଖୁବ ଶିଘ୍ର ସୋସିଆଲ ମିଡିଆରେ ପ୍ରତ୍ୟାବର୍ତ୍ତନ କରିବେ।












Click it and Unblock the Notifications