ଭାରତରେ କେଉଁ ଦିନ ରିଲିଜ୍ ହେବ 'Squid Game Season 2'
Squid Game Season 2 Release Date: ନେଟଫ୍ଲିକ୍ସର ଫେମସ୍ ସିରିଜ୍ 'Squid Game Season 2'ରିଲିଜ୍ ହେବାକୁ ଯାଉଛି । ଏହି ସିରିଜକୁ ନେଇ ଭାରତୀୟ ଦର୍ଶକଙ୍କ ମଧ୍ୟରେ ଖୁବ୍ ଉତ୍ସାହ ରହିଛି। ଏହି ଥ୍ରୀଲର ସିରିଜର ପ୍ରଥମ ପାର୍ଟକୁ ବେଶ୍ ଲୋକପ୍ରିୟତା ମିଳିଥିଲା । ସ୍କ୍ୱିଡ୍ ଗେମର ସିଜନ୍ 2 ଡିସେମ୍ବର 26, 2024 ରେ ନେଟଫ୍ଲିକ୍ସରେ ରିଲିଜ୍ ହେବ । ଦ୍ୱିତୀୟ ସିରିଜରେ 7 ଟି ଏପିସୋଡ୍ ରହିଛି ଏବଂ ସମସ୍ତ ସାତୋଟି ପାର୍ଟ ଏକା ସହିତ ରିଲିଜ୍ ହେବା ନେଇ ସୂଚନା ରହିଛି ।

'Squid Game' ସିଜନ୍ 2 ବିଶ୍ୱର ବିଭିନ୍ନ ଦେଶରେ ବିଭିନ୍ନ ସମୟରେ ଷ୍ଟ୍ରିମିଂ ହେବ । ତେବେ ଭାରତୀୟ ଦର୍ଶକଙ୍କ ପାଇଁ ଏହି ସିରିଜ୍ ମଧ୍ୟାହ୍ନ 12.30ରେ ରିଲିଜ୍ ହେବ । ଡିସେମ୍ବର 26 ତାରିଖରେ ଆପଣ ଏହି ସିରିଜ୍ ଦେଖିପାରିବେ । ଏହି କୋରିଆ ସିରିଜ୍ ପୁରା ବିଶ୍ୱର ମନ ଜିଣିଥିଲା । କାହାଣୀଟି ଆରମ୍ଭ ପୁରୁଣା ସିରିଜ୍ ଶେଷ ହୋଇଥିବା ଠାରୁ ହେବ । ଗତଥର ଭଳି ଏହି ସିରିଜ୍ ମଧ୍ୟ ଖୁବ ଦର୍ଶକଙ୍କ ମନୋରଞ୍ଜନ କରିବ ବୋଲି ମେକର୍ସ ଆଶା କରିଛନ୍ତି ।












Click it and Unblock the Notifications