ଜାଣନ୍ତୁ କେମିତି ଅଛନ୍ତି ସୈଫ୍ ଅଲ୍ଲୀ ଖାନ, କେବେ ହେବେ ଡିସଚାର୍ଜ
Saif Ali Khan Attacked: ଗତ ରାତିରେ ଛୁରୀ ଆକ୍ରମଣ ପରେ ସୈଫ ଅଲ୍ଲୀ ଖାନଙ୍କୁ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅସ୍ତ୍ରୋପଚାର ପରେ ତାଙ୍କୁ ICU'ରେ ରଖାଯାଇଛି । ଅଭିନେତା ଜଣକ ଏବେ ବିପଦମୁକ୍ତ ଅଛନ୍ତି। ଡାକ୍ତର ସୈଫଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ମଧ୍ୟ ସୂଚନା ଦେଇଛନ୍ତି ଏବଂ ସୈଫଙ୍କୁ କେବେ ହସ୍ପିଟାଲରୁ ଡିସଚାର୍ଜ କରାଯିବ ତାହା ମଧ୍ୟ କହିଛନ୍ତି।
ଲୀଳାବତୀ ହସ୍ପିଟାଲରେ ସୈଫଙ୍କ ଅସ୍ତ୍ରୋପଚାର କରିଥିବା ଡାକ୍ତରମାନେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ କହିଛନ୍ତି, 'ସୈଫ ଅଲ୍ଲୀ ଖାନଙ୍କୁ ରାତି ପ୍ରାୟ ୨ଟା ସମୟରେ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଜଣେ ଅଜଣା ବ୍ୟକ୍ତି ତାଙ୍କ ଉପରେ ଆକ୍ରମଣ କରିଥିଲେ। ତାଙ୍କ ବେକ ଏବଂ ହାତରେ ଆଘାତ ଲାଗିଥିଲା। ତାଙ୍କ ମେରୁଦଣ୍ଡରେ ଏକ ବଡ଼ ଆଘାତ ଲାଗିଥିଲା। ତାଙ୍କ ମେରୁଦଣ୍ଡରେ ଲାଗିଥିବା ଛୁରୀକୁ ଅସ୍ତ୍ରୋପଚାର ମାଧ୍ୟମରେ ବାହାର କରାଯାଇଛି। ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି ।

ଲୀଳାବତୀ ହସ୍ପିଟାଲର ସିଓଓ ଡାକ୍ତର ନୀରଜ ଉତ୍ତମନୀ କହିଛନ୍ତି ଯେ ସୈଫ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ତାଙ୍କୁ ଗୋଟିଏ ଦିନ ପାଇଁ ହସ୍ପିଟାଲରେ ରଖାଯିବ। ତାଙ୍କୁ ଆସନ୍ତାକାଲି ହସ୍ପିଟାଲରୁ ଡିସଚାର୍ଜ କରାଯାଇ ପାରେ। ଡାକ୍ତର ଏହା ମଧ୍ୟ କହିଥିଲେ ଯେ ସୈଫଙ୍କର ଦୁଇଟି ଗଭୀର ଆଘାତ ଲାଗିଛି । ତାଙ୍କ ମେରୁଦଣ୍ଡରୁ ଅଢ଼େଇ ଇଞ୍ଚର ଏକ ଛୁରୀ ଖଣ୍ଡ ବାହାର କରାଯାଇଛି।
ଡାକ୍ତରମାନେ ଏହା ମଧ୍ୟ କହିଛନ୍ତି ଯେ ଅସ୍ତ୍ରୋପଚାର ପରେ ଅଭିନେତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟ ଉପରେ ସମ୍ପୂର୍ଣ୍ଣ ନଜର ରଖାଯାଇଛି। ଆସନ୍ତାକାଲି ପୁଣି ଥରେ ଲୀଳାବତୀ ହସ୍ପିଟାଲ ପକ୍ଷରୁ ଅଭିନେତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଏକ ସ୍ୱାସ୍ଥ୍ୟ ବୁଲେଟିନ୍ ଜାରି କରାଯିବ।












Click it and Unblock the Notifications