Get Updates
Get notified of breaking news, exclusive insights, and must-see stories!

ସୁପରଷ୍ଟାର ସଲମାନଙ୍କ ପାଖରେ ନଥିଲା ସାର୍ଟ କିଣିବା ପାଇଁ ଟଙ୍କା, ଏହି ଅଭିନେତା କରିଥିଲେ ସାହାଯ୍ୟ

ମୁମ୍ବାଇ:ବଲିଉଡ ଭାଇଜାନ ସଲମାନ ଖାନ ନିଜ ଉଦାରତା ପାଇଁ ବେଶ୍ ଜଣାସୁଣା । ବଲିଉଡ ଇଣ୍ତଷ୍ଟ୍ରିର ଅନେକ ଅଭିନେତା-ଅଭିନେତ୍ରୀଙ୍କୁ ସଲମାନ ସାହାଯ୍ୟ କରିଛନ୍ତି । ଏପରିକି ମନୋରଞ୍ଜନ ଜଗତ ବାହାରର ଅନେକ ବ୍ୟକ୍ତିଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି ସୁଲତାନ । ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଦିନେ ସଲମାନ ଖାନଙ୍କ ପାଖରେ ସାର୍ଟ କିଣିବା ପାଇଁ ମଧ୍ୟ ଟଙ୍କା ନଥିଲା ।

ସେହି ସମୟରେ ଜଣେ ଅଭିନେତା ତାଙ୍କୁ ସାହାଯ୍ୟ କରିଥିଲେ । ଏକ ପୁରସ୍କାର କାର୍ଯ୍ୟକ୍ରମରେ ଯୋଗ ଦେବା ବେଳେ ସଲମାନ ନିଜ ଜୀବନ ବିଷୟରେ ଏହି ଅଜଣା କାହାଣୀ ବିଷୟରେ ଫ୍ୟାନ୍ସଙ୍କୁ ଜଣାଇଥିଲେ । ଏହି ସମୟରେ ଖୁବ ଭାବୁକ ହୋଇପଡିଥିଲେ ସୁଲତାନ । ଆଜି କୋଟି କୋଟି ଟଙ୍କାର ମାଲିକ ସଲମାନ ଖାନ ଦିନେ ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲେ । ଏପରି ସମୟ ଥିଲା ଯେତେବେଳେ ତାଙ୍କ ପାଖରେ ଟଙ୍କା ନଥିଲା ଏବଂ ପ୍ରତ୍ୟେକ ଜୀନିଷ ପାଇଁ ତାଙ୍କୁ ନିଜ ଇଚ୍ଛାକୁ ମାରିବା ପାଇଁ ପଡୁଥିଲା ।

salman khan

IIFA ପୁରସ୍କାର 2023 ସମୟରେ, ଯେତେବେଳେ ସଲମାନ ଖାନ ତାଙ୍କ ଜୀବନର ଏହି ପୃଷ୍ଠା ବିଷୟରେ ଉଲ୍ଲେଖ କରିଥିଲେ, ତାଙ୍କ ଆଖିରେ ଲୁହ ଥିଲା । ଏହି ଇଭେଣ୍ଟରେ ଯୋଗ ଦେଇଥିବା ପ୍ରତ୍ୟେକ ସେଲିବ୍ରିଟି ମଧ୍ୟ ଭାବୁକ ହୋଇପଡିଥିଲେ ।

ସଲମାନ ଖାନ କହିଥିଲେ,'କିଛି ବର୍ଷ ତଳେ ତାଙ୍କ ପାଖରେ ଟଙ୍କା ନଥିଲା । କିଛି କିଣିବା ପୂର୍ବରୁ ତାଙ୍କୁ ଅନେକ ଥର ଚିନ୍ତା କରିବାକୁ ପଡୁଥିଲା । ଥରେ ସେ ସୁନୀଲ ଶେଟ୍ଟୀଙ୍କ ଦୋକାନ ଯାଇଥିଲେ ଯେଉଁଠି ବୋହୁ ମହଙ୍ଗା ପୋଷାକ ଥିଲା । ସଲମାନ ଜିନ୍ସ ଏବଂ ସାର୍ଟ କିଣିବା ପାଇଁ ଯାଇଥିଲେ ହେଲେ ତାଙ୍କ ପାଖରେ ଜିନ୍ସ କିଣିବା ପାଇଁ ଟଙ୍କା ଥିଲା । ହେଲେ ସେହି ସମୟରେ ସୁନୀଲ ଶେଟ୍ଟୀ ଦୋକାନରେ ଉପସ୍ଥିତ ଥିଲେ ଏବଂ ସେ ତାଙ୍କୁ ଏକ ଦାବି ସାର୍ଟ ଉପହାର ଦେଇଥିଲେ ।

ନିଜ ଜୀବନର ଏହି କାହାଣୀ ବର୍ଣ୍ଣନା କରିବା ବେଳେ ସଲମାନ ଖୁବ ଇମୋସନାଲ୍ ହୋଇପଡିଥିଲେ ଏବଂ ତାଙ୍କ ଆଖିରେ ଲୁହ ମଧ୍ୟ ଥିଲା ।
ସେ ଆହୁରି କହିଥିଲେ, କିଛି ଦିନ ପରେ ସୁନୀଲ ଶେଟ୍ଟୀ ସଲମାନଙ୍କୁ ଡାକି ତାଙ୍କୁ ଏକ ପର୍ସ ମଧ୍ୟ ଉପହାର ଦେଇଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+