ହାତରେ ନଥିଲା କାମ: ଘରେ ରୁଟି ଓ ପିଜା ବନାଉଥିଲେ ଶାହାରୁଖ ଖାନ
Shah Rukh Khan: ହିନ୍ଦୀ ସିନେମାର ସୁପରଷ୍ଟାର ଶାହାରୁଖ ଖାନ, କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ଏବଂ ଖାସ ପରିଚୟ ସୃଷ୍ଟି କରିଛନ୍ତି। ଶାହାରୁଖ ଖାନ ତିନି ଦଶନ୍ଧି ଧରି ନିରନ୍ତର ବଲିଉଡରେ ରାଜ କରୁଛନ୍ତି । ଶାହାରୁଖ ସେହି ଅଭିନେତାମାନଙ୍କ ମଧ୍ୟରୁ ଜଣେ ଯାହାଙ୍କ ପାଖରେ କେବେ ବି କାମର ଅଭାବ ନଥାଏ । ହେଲେ ଏପରି ଏକ ସମୟ ଥିଲା ଯେତେବେଳେ କିଙ୍ଗ୍ ଖାନଙ୍କ ପାଖରେ ମଧ୍ୟ କାମ ନଥିଲା ।
2023 ମସିହାରେ ବକ୍ସ ଅଫିସରେ ଶାହାରୁଖ ଖାନ ଧମାଲ କରିଥିଲେ । ପ୍ରଥମେ ପଠାନ ଏବଂ ଜୱାନ ପରି ବ୍ଲକବଷ୍ଟର ଚଳଚ୍ଚିତ୍ର ଦେଇଥିଲେ । ଏହା ପରେ ସେ 'ଡଙ୍କି' ପରି ଏକ ଚଳଚ୍ଚିତ୍ର ସହିତ ତାଙ୍କ ପ୍ରଶଂସକଙ୍କୁ ମନୋରଞ୍ଜନ କରିଥିଲେ । ନିକଟରେ ସେ ତାଙ୍କର ଆଗାମୀ ଚଳଚ୍ଚିତ୍ର 'କିଙ୍ଗ' କୁ ନେଇ ସୂଚନା ଦେଇଛନ୍ତି ଏବଂ କନଫର୍ମ କରିଛନ୍ତି । ଶାହାରୁଖ କ୍ରମାଗତ ଭାବରେ ଚଳଚ୍ଚିତ୍ର କରୁଛନ୍ତି କିନ୍ତୁ ଏକ ସମୟ ଥିଲା ଯେତେବେଳେ ତାଙ୍କର କାମ ନଥିଲା, ସେ ଘରେ ପିଜା ଏବଂ ରୁଟି ତିଆରି କରୁଥିଲେ । ଯାହା ପରେ ତାଙ୍କ ଛୁଆ ଶାହାରୁଖଙ୍କୁ ଘରୁ ବାହାର କରିଦେଇଥିଲେ । ଶାହାରୁଖ ନିଜେ ଏହି କଥା ସ୍ୱିକାର କରିଛନ୍ତି ।
ଚଳିତ ବର୍ଷ ଶାହାରୁଖ ଖାନ 'ଜି ସିନେ ଆୱାର୍ଡ'ରେ ଯୋଗ ଦେଇଥିଲେ। ଯେଉଁଠି ତାଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ପୁରସ୍କାର ପାଇବା ପରେ ଅଭିନେତା ତାଙ୍କ ଅଭିଭାଷଣରେ କହିଥିଲେ ଯେ, ଚାରି-ପାଞ୍ଚ ବର୍ଷ ପୂର୍ବେ, ଯେତେବେଳେ ଚଳଚ୍ଚିତ୍ରଗୁଡ଼ିକ ସଫଳ ହେଉନଥିଲା ସେତେବେଳେ ମୁଁ ଖୁବ୍ ଭାଙ୍ଗିପଡିଥିଲି ଏବଂ ଏହା ପରେ ମୁଁ ଚଳଚ୍ଚିତ୍ର କରିବା ବନ୍ଦ କରିଦେଇଥିଲି ଓ ଘରେ ବସି ସମୟ ବିତାଉଥିଲି ।

ଅଭିନେତା ଆହୁରି କହିଛନ୍ତି ଯେ, ମୁଁ ଘରେ ପିଜା ଏବଂ ରୁଟି ତିଆରି କରିବା ଆରମ୍ଭ କରିଥିଲି । ପିଲାମାନଙ୍କ ସହିତ ଖେଳିବା ଆରମ୍ଭ କରିଥିଲି । ଏହା ପରେ କରୋନା ମଧ୍ୟ ଆସିଥିଲା । ଏହା ପରେ ମୋ ଛୁଆ ମୋତେ କହିଥିଲେ ପାପା ତୁମେ ଘରେ ଜଣେ ଭଲ ମନୋରଞ୍ଜନକାରୀ । ତୁମେ ଘରେ ରହିଲେ ଭଲ ଲାଗୁଛି କିନ୍ତୁ ତୁମେ ମନୋରଞ୍ଜନ ପାଇଁ ତିଆରି । ଏହାପରେ ମୁଁ ବଡ ପରଦାକୁ ଫେରି ଆସିଲି । ଏହି ପୁରଷ୍କାର ନେବା ସମୟରେ ଶାହାରୁଖ କହିଥିଲେ ଏହି ପୁରଷ୍କାର ମୋ ପରିବାର ପାଇଁ । ଯେଉଁ ମାନେ ମୋତେ ଧକ୍କା ଦେଇ ଘରୁ ବାହାର କରିଦେଇଥିଲେ ।












Click it and Unblock the Notifications