Oscar 2024: ଭାରତରେ କେତେବେଳେ ଏବଂ କେଉଁ 'OTT'ପ୍ଲାଟଫର୍ମରେ ଦେଖିପାରିବେ 'ଓସ୍କାର 2024'ଲାଇଭ୍
Oscar 2024: ଦୁନିଆର ସବୁଠାରୁ ପ୍ରତିଷ୍ଠିତ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ପୁରସ୍କାର 'ଓସ୍କାର 2024' ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି । ଏହି ପୁରସ୍କାର ସମାରୋହକୁ ଦେଖିବା ପାଇଁ ପୁରା ବିଶ୍ୱ ଉତ୍ସାହର ସହ ଅପେକ୍ଷା କରିଥାଏ । ଏପରିକି ଭାରତରେ ମଧ୍ୟ ଲୋକମାନେ ଏହାକୁ ଦେଖିବା ପାଇଁ ବେଶ୍ ଉତ୍ସାହିତ ଅଛନ୍ତି ।
ଏଥର ଏକାଡେମୀ ପୁରସ୍କାର ୧୦ ମାର୍ଚ୍ଚ ୨୦୨୪ରେ ଅନୁଷ୍ଠିତ ହେବ । ହାସ୍ୟ ଅଭିନେତା ଜିମି କିମେଲ ଚତୁର୍ଥ ଥର ପାଇଁ ଏହି ସୋ ହୋଷ୍ଟ କରିବା ପାଇଁ ପ୍ରସ୍ତୁତ ଅଛନ୍ତି । ଭାରତରେ ଓସ୍କାରର ଲାଇଭ୍ ଟେଲିକାଷ୍ଟ ଏବଂ ଷ୍ଟ୍ରିମିଂ କେବେ ଏବଂ କେଉଁଠାରେ ଆପଣ ଦେଖିପାରିବେ ଚାଲନ୍ତୁ ଜାଣିବା ।

୧୦ ମାର୍ଚ୍ଚରେ କାଲିଫର୍ନିଆର ଡଲବି ଥିଏଟରରେ ଆୟୋଜିତ ହେବାକୁ ଥିବା 'ଓସ୍କାର 2024' ଅନୁଷ୍ଠିତ ହେବା ପାଇଁ ଯାଉଛି । ଆମେରିକାରେ, ରେଡ୍ କାର୍ପେଟ୍ ସମାରୋହ ଏବଂ ପୁରସ୍କାର ବିତରଣ ଉତ୍ସବ ରବିବାର ରାତିରେ ଅନୁଷ୍ଠିତ ହୋଇଥିବାବେଳେ ଭାରତରେ ଓସ୍କାର 2024 ର ଲାଇଭ୍ ଷ୍ଟ୍ରିମିଂ ସୋମବାର ସକାଳେ ଅର୍ଥାତ୍ ମାର୍ଚ୍ଚ ୧୧ରେ ଅନୁଷ୍ଠିତ ହେବ ।
ଭାରତୀୟ ଦର୍ଶକମାନେ ମାର୍ଚ୍ଚ ୧୧ରେ OTT ପ୍ଲାଟଫର୍ମ ଡିଜନି ପ୍ଲସ୍ ହଟଷ୍ଟାରରେ ଓସ୍କାର 2024 ଲାଇଭ୍ ଦେଖିପାରିବେ ଦର୍ଶକ । ମଙ୍ଗଳବାର ଦିନ, ଡିସ୍ନି ପ୍ଲସ୍ ହଟଷ୍ଟାରର ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟ୍ ଚଳିତ ବର୍ଷ ଓସ୍କାର ଦ୍ୱାରା ମନୋନୀତ ହୋଇଥିବା ଅଧିକାଂଶ ଚଳଚ୍ଚିତ୍ରର ଏକ ରିଲ୍ ସେୟାର୍ କରାଯାଇଛି । ଏହି ରିଲରେ କିଲର୍ ଅଫ୍ ଫୁଲ୍ ମୁନ୍, ଓପେନହାଇମର, ବାର୍ବି, ମାଏଷ୍ଟ୍ରୋ,ପୁଅର ଥିଙ୍ଗସ୍ ସାମିଲ ଅଛି ।












Click it and Unblock the Notifications