ଜାଣନ୍ତୁ, କେବେ OTTରେ ରିଲିଜ୍ 500 କୋଟି ବଜେଟ୍ ମୁଭି ଆଦିପୁରୁଷ ?
Adipurush OTT Release: ଆଦିପୁରୁଷ ମୁଭିକୁ ନେଇ ସିନେ ଦୁନିଆରେ ଚର୍ଚ୍ଚା ଜାରି ରହିଛି । ଇତି ମଧ୍ୟରେ ଆସନ୍ତା 16 ତାରିଖ ( ଫିଲ୍ମ ଫ୍ରାଇଡ଼େ) ରେ ବଡ଼ ପରଦାକୁ ଆସିବ 500 କୋଟିର ଏହି ବିଗ୍ ବଜେଟ୍ ମୁଭି ।
ତେବେ ସାଉଥ ସୁପରଷ୍ଟାର ପ୍ରଭାସ, ବଲିଉଡ଼ ଅଭିନେତ୍ରୀ କ୍ରିତି ସାନନ ଏବଂ ରାବଣ ଭୂମିକାରେ ବେଶ ଚର୍ଚ୍ଚାରେ ଥିବା ସୈଫଲ୍ଲୀ ଖାନ ଷ୍ଟାରର ଏଙି ମୁଭି ପାଇଁ ପ୍ରି-ବୁକ୍ଂ ଖୁବଜୋର ସୋରରେ ଚାଲିଛି । ଆସନ୍ତା 16 ତାରିଖ ଅର୍ଥାତ ଶେଷ ରଜରେ ପ୍ରେକ୍ଷାଳୟରେ ହଇଚଇ ସୃଷ୍ଟି କରିବ ଏହି ଫିଲ୍ମ । ପ୍ରଶଂସକମାନେ ମଧ୍ୟ ଉତ୍ସାହର ସହିତ ଏହି ଚଳଚ୍ଚିତ୍ର ଦେଖିବାକୁ ଅପେକ୍ଷା କରି ରହିଛନ୍ତି ।

ତେବେ ଭିଏଫଏକ୍ସରେ ଭରପୁର ଥିବା ଏହି ଚଳଚିତ୍ରର ଟ୍ରେଲର ଏବଂ ଟିଜରକୁ ବହୁତ ପସନ୍ଦ କରିଛନ୍ତି ଲୋକେ । ଏହି ଚଳଚ୍ଚିତ୍ର ପାଇଁ ଆଡଭାନ୍ସ ବୁକିଂ 1.50 କୋଟିରୁ ଅଧିକ ପାଇଁ କରାଯାଇଛି । ଏକ ଆକଳନ ଅନୁଯାୟୀ, ଏହି ଚଳଚ୍ଚିତ୍ର ପ୍ରଥମ ଦିନରେ 50 କୋଟିରୁ ଅଧିକ ରୋଜଗାର କରିପାରେ ।
ତେବେ ସିନେମା ହଲରେ ଏହି ଚଳଚିତ୍ର ରିଲିଜ ହେବାର ପ୍ରାୟ 6 ସପ୍ତାହ ପରେ ଫିଲ୍ମଟି OTT ରେ ରିଲିଜ ହେବ ବୋଲି ଖବର ଆସୁଛି । ସେହି ଅନୁଯାୟୀ, ଏହି ଚଳଚ୍ଚିତ୍ର ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ଆମାଜନ ପ୍ରାଇମ OTT ରେ ମୁକ୍ତିଲାଭ କରିପାରେ ବୋଲି କୁହାଯାଉଛି ।












Click it and Unblock the Notifications