ମୃତ୍ୟୁ ପୂର୍ବରୁ ଥାଇଲ୍ୟାଣ୍ତ ଯାଇଥିଲେ ପୁନମ ପାଣ୍ତେ, ଏପରି ଭିଡିଓ ହେଲା ଭାଇରାଲ
Poonam Pandey Passes Away: ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ତଥା ମଡେଲ ପୁନମ ପାଣ୍ଡେଙ୍କ ଆକସ୍ମିକ ମୃତ୍ୟୁ ଖବର ସମସ୍ତଙ୍କୁ ଚକିତ କରିଛି । ମିଡିଆ ରିପୋର୍ଟରେ ଦର୍ଶାଯାଇଛି ଯେ ସେ ଗର୍ଭାଶୟ କର୍କଟ ରୋଗରେ ପିଡିତ ଥିଲେ । ତାଙ୍କ ମୃତ୍ୟୁ ବିଷୟରେ ସୂଚନା ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଆଜି ସକାଳ ଦିଆଯାଇଛି। ପରେ ଅଭିନେତ୍ରୀଙ୍କ ମ୍ୟାନେଜର ମଧ୍ୟ ତାଙ୍କ ମୃତ୍ୟୁ ଖବରକୁ ନିଶ୍ଚିତ କରିଛନ୍ତି ।
ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, 32 ବର୍ଷିୟ ପୁନମ ପାଣ୍ଡେଙ୍କ ଦେହାନ୍ତ ଖବର ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟିଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କୁହାଯାଉଛି ଯେ, ଅଭିନେତ୍ରୀ ଦୀର୍ଘ ଦିନ ହେବ କର୍କଟ ରୋଗରେ ପିଡିତ ଥିଲେ । ଶେଷରେ ଗତାକାଲି ରାତିରେ 1 ଫେବ୍ରୁଆରୀ 2023ରେ ତାଙ୍କୁର ମୃତ୍ୟୁ ହୋଇଛି । ତାଙ୍କ ଟିମ୍ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଅଭିନେତ୍ରୀଙ୍କ ଦେହାନ୍ତ ନିଜ ସହର କାନପୁରରେ ହୋଇଛି ।

ବର୍ତ୍ତମାନ ସୋସିଆଲ ମିଡିଆରେ ଲୋକେ ଅଭିନେତ୍ରୀ ପୁନମ ପାଣ୍ତେଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା କରୁଛନ୍ତି ଏବଂ ସମସ୍ତଙ୍କ ମନରେ ରହିଛି ଅନେକ ପ୍ରଶ୍ନ । ପୁନମ୍ ପାଣ୍ଡେଙ୍କର ଅନେକ ଭିଡିଓ ମଧ୍ୟ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି । ଯାାହା ମଧ୍ୟରେ ରହିଛି ପୁନମଙ୍କର ଥାଇଲ୍ୟାଣ୍ତ ଭିଡିଓ । ୱେଲ୍ ଅଭିନେତ୍ରୀ ନିଜ ବର୍ଥ ଡେ ସେଲିବ୍ରେଟ୍ କରିବା ପାଇଁ ଥାଇଲ୍ୟାଣ୍ତ ଯାଇଥିଲେ ଏବଂ ମୃତ୍ୟୁ ପରେ ଏବେ ଥାଇଲ୍ୟାଣ୍ଡରୁ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଅଭିନେତ୍ରୀ ପୁନମ୍ ପାଣ୍ଡେଙ୍କର ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ରହିଛି । ଯେଉଁଥିରେ ଅଭିନେତ୍ରୀ ନିଜ ଜୀବନର ଅନେକ ଛୋଟ ବଡ଼ କଥା ସେୟାର କରନ୍ତି । ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲ୍ ନାଁ ପୁନମ ପାଣ୍ତେ ଟିଭି । ଏହି ଚ୍ୟାନେଲରେ ହିଁ ସେ ନିଜ ଥାଇଲ୍ୟାଣ୍ତ ଭିଡିଓ ସେୟାର କରିଛନ୍ତି କୁହାଯାଉଛି ଯେ, ସେ ଭାରତ ଫେରିବା ପରେ ହିଁ ନିଜ ରୋଗ ବିଷୟରେ ଜାଣିବା ପାଇଁ ପାଇଥିଲେ । ହେଲେ ସେତେବେଳେ ଖୁବ୍ ବିଳମ୍ବ ହୋଇଯାଇଥିଲା ।
ଅଭିନେତ୍ରୀଙ୍କ ମୃତ୍ୟୁ ଖବର ତାଙ୍କ ମ୍ୟାନେଜର ନିଶ୍ଚିତ କରିଛନ୍ତି। ପୁନମଙ୍କ ମ୍ୟାନେଜର ପାରୁଲ ଚାୱଲା ଇଣ୍ଡିଆ ଟୁଡେକୁ କହିଛନ୍ତି ଯେ, କିଛି ସମୟ ପୂର୍ବରୁ କର୍କଟ ରୋଗ ବିଷୟରେ ସେ ଜାଣିବା ପାଇଁ ପାଇଥିଲେ । ମୃତ୍ୟୁ ବେଳକୁ ସେ ତାଙ୍କ ଜନ୍ମ ସ୍ଥାନ ଉତ୍ତରପ୍ରଦେଶର କାନପୁର ସହରରେ ଥିଲେ। ତାଙ୍କର ଶେଷ ରୀତିନୀତି ସେଠାରେ ହେବା ନେଇ ଖବର ରହିଛି ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications