ଜଣାଶୁଣା ୟୁଟ୍ୟୁବ କମେଡିଆନ୍ ମିଷ୍ଟର ଡୋଲୁଙ୍କ ପରଲୋକ
ପଶ୍ଚିମ ଓଡ଼ିଶାର ଜଣାଶୁଣା କମେଡିଆନ୍ ମିଷ୍ଟର ଡୋଲୁଙ୍କ ପରଲୋକ । ବିଦ୍ୟୁତ୍ ଆଘାତରେ ପ୍ରାଣ ହରାଇଲେ ଡୋଲୁ । ଗତକାଲି (ରବିବାର) ରାତିରେ ଘଟଣା ଘଟିଥିବା ନେଇ ସୂଚନା ମିଳିଛି । ମୃତ୍ୟୁ ବେଳକୁ ଡୋଲୁଙ୍କୁ ୩୦ ବର୍ଷ ହୋଇଥିଲା ।
ଭୁବନେଶ୍ବର: ପଶ୍ଚିମ ଓଡ଼ିଶାର ଜଣାଶୁଣା କମେଡିଆନ୍ ମିଷ୍ଟର ଡୋଲୁଙ୍କ ପରଲୋକ । ବିଦ୍ୟୁତ୍ ଆଘାତରେ ପ୍ରାଣ ହରାଇଲେ ଡୋଲୁ । ଗତକାଲି (ରବିବାର) ରାତିରେ ଘଟଣା ଘଟିଥିବା ନେଇ ସୂଚନା ମିଳିଛି । ମୃତ୍ୟୁ ବେଳକୁ ଡୋଲୁଙ୍କୁ ୩୦ ବର୍ଷ ହୋଇଥିଲା ।

ସେ ସନ୍ଧ୍ୟା ୪ଟା ୩୦ରେ କୁଲର୍ ରେ ପାଣି ଭରୁଥିବା ସମୟରେ ଖାଲି ପାଦରେ ଥିଲେ । କୁଲରରୁ ବିଦ୍ୟୁତ୍ ଆଘାତ ହେବାରୁ ସେହି ସ୍ଥାନରେ ଗୁରୁତର ହୋଇ ପଡିଲେ । ତାପରେ ତାଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନା ନିଆ ଯାଇଥିଲା । ସେଠାରେ ରାତି ୧୦ଟା ୩୦ରେ ତାଙ୍କ ପରଲୋକ ହୋଇଥିଲା ।
ସେ ଅନେକ ହାସ୍ୟରସରେ ଭରପୁର କମେଡି ଭିଡିଓ କରି ତାଙ୍କ ୟୁ-ଟ୍ୟୁବ୍ ଚ୍ୟାନେଲ୍ ମାଧ୍ୟମରେ ଲୋକଙ୍କ ମନୋରଞ୍ଜନ କରୁଥିଲେ । ସେ ଖୁବ୍ କମ୍ ଦିନରେ ୪ ଲକ୍ଷରୁ ଅଧିକ ପ୍ରଶଂସକ ଜୁଟାଇ ପାରିଥିଲେ ।












Click it and Unblock the Notifications