ଖିଲାଡି କୁମାର ଦେଲେ ଜନ୍ମଦିନ ଉପହାର, ରିଲିଜ୍ ହେଲା 'Welcome To The Jungle'ର ଟିଜର୍
Welcome To The Jungle Teaser Released: ବଲିଉଡର ଖିଲାଡି କୁମାର ଅର୍ଥାତ୍ ଅକ୍ଷୟ କୁମାର ଆଜି ନିଜର ୫୬ତମ ଜନ୍ମଦିନ ସେଲିବ୍ରେଟ୍ କରୁଛନ୍ତି । ଏହି ଅବସରରେ ସେଲିବ୍ରିଟିଙ୍କ ସମେତ ପ୍ରଶଂକମାନେ ତାଙ୍କୁ ଅଭିନନ୍ଦନ ଜଣାଉଛନ୍ତି । ନିଜ ଜନ୍ମଦିନ ଅବସରରେ ଅକ୍ଷୟ କୁମାର ଫ୍ୟାନ୍ସଙ୍କୁ ଦେଇଛନ୍ତି ଏକ ବଡ଼ ଉପହାର । ବାସ୍ତବରେ, ଅଭିନେତାଙ୍କ ଜନ୍ମଦିନ ଅବସରରେ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'Welcome To The Jungle'ର ଟିଜର୍ ରିଲିଜ୍ ହୋଇଯାଇଛି । ଏହା ସହିତ ଫିଲ୍ମର ରିଲିଜ୍ ତାରିଖ ଏବଂ ଷ୍ଟାର କାଷ୍ଙଙ୍କ ନାଁ ମଧ୍ୟ ଘୋଷଣା କରାଯାଇଛି ।
'Welcome To The Jungle' ଟିଜର ବିଷୟରେ କହିବା ପାଇଁ ଗଲେ ଏହା ଏକ କମେଡି ଫିଲ୍ମ । ଟିଜର ଆରମ୍ଭ ଏକ ଜଙ୍ଗଲରୁ ହେଉଛି । ଯେଉଁଠାରେ ଫିଲ୍ମର ପୁରା ଷ୍ଟାର କାଷ୍ଟ ଆର୍ମି ପୋଷାକ ପିନ୍ଧିଥିବାର ଦେଖିବା ପାଇଁ ମିଳୁଛି । ଏହାସହ ସମସ୍ତେ ଫିଲ୍ମର ଟାଇଟେଲ୍ ଟ୍ରାକ୍ ଗାଉଥିବାର ଦେଖିବା ପାଇଁ ମିଳୁଛି । ଦିଶା ପଟାନି ଏବଂ ଅକ୍ଷୟ କୁମାରଙ୍କ ମଧ୍ୟରେ ଝଗଡ଼ା ହେଉଥିବାର ଦୃଶ୍ୟ ଦେଖିବା ପାଇଁ ମିଳୁଛି, ଏହାରି ମଧ୍ୟ ରବିନା ଟଣ୍ତନ ଉଭୟଙ୍କ ଝଗଡ଼ା ବ୍ରେକ୍ କରୁଥିବାର ନଜର ଆସୁଛନ୍ତି ।
Khud ko aur aap sab ko ek birthday gift diya hai aaj. If you like it and say thanks, I’d say Welcome(3) 😬#WelcomeToTheJunglehttps://t.co/gzy8l325fZ
In cinemas, Christmas - 20th December, 2024. #Welcome3 pic.twitter.com/eqWePNPrtJ
— Akshay Kumar (@akshaykumar) September 9, 2023
'Welcome To The Jungle' କେବେ ରିଲିଜ୍ ହେବ
ସୋସିଆଲ ମିଡିଆରେ ଟିଜର ସେୟାର କରି ଅକ୍ଷୟ କୁମାର ଲେଖିଛନ୍ତି, 'ଆଜି ମୁଁ ନିଜକୁ ଏବଂ ଆପଣ ସମସ୍ତଙ୍କୁ ଜନ୍ମଦିନ ଉପହାର ଦେଉଛି'...ଯଦି ଆପଣ ଏହାକୁ ପସନ୍ଦ କରନ୍ତି ଏବଂ ମୋତେ ଧନ୍ୟବାଦ ଜଣାଉଛନ୍ତି ତେବେ ମୁଁ କହିବି 'Welcom 3' । ଏହା ସହିତ ଅକ୍ଷୟ ଫିଲ୍ମର ରିଲିଜ୍ ତାରିଖ ମଧ୍ୟ ଘୋଷଣା କରିଛନ୍ତି। ଅଭିନେତାଙ୍କ ସୂଚନା ଅନୁସାରେ ଆସନ୍ତା ବର୍ଷ ଅର୍ଥାତ୍ 2024 ଡିସେମ୍ବର 20ରେ ଏହି ସିନେମା ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।

'Welcome To The Jungle' ୱେଲକମ୍ ଫ୍ରାଞ୍ଚାଇଜର ତୃତୀୟ ଫିଲ୍ମ । ଏହାର ପ୍ରଥମ ଦୁଇଟି ଭାଗ ସୁପରହିଟ୍ ହୋଇଥିଲା ଏବଂ ବର୍ତ୍ତମାନ 'Welcom 3'ବା 'Welcome To The Jungle' ନିଜ କମେଡିରେ ଦର୍ଶକଙ୍କ ମନ ଜିଣିବା ପାଇଁ ପ୍ରସ୍ତୁତ ଅଛି । ଏହି ଚଳଚ୍ଚିତ୍ରରେ ଅନେକ ବି-ଟାଉନ୍ କଳାକାରଙ୍କୁ ଏକାଠି ଦେଖିବାର ମୌକା ମିଳିବ । ଏହି ଫିଲ୍ମରେ ଅକ୍ଷୟ କୁମାର, ଦିଶା ପଟାନି, ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍, ପରେଶ ରାୱଲ, ସୁନୀଲ ଶେଟ୍ଟୀ, ସଞ୍ଜୟ ଦତ୍ତ, ଜନି ଲିଭର, ରାଜପାଲ ଯାଦବ, କୃଷ୍ଣ ଅଭିଷେକ, କିକୁ ଶାରଦା, ଅର୍ଶଦ ୱାର୍ସି, ଡାଲର ମେହେନ୍ଦୀ, ମିକା ସିଂ, ରବିନା ଟଣ୍ତନ, ମୁକେଶ ତିୱାରୀ, ତୁଷାର କପୁର, ଜାକିର ହୁସେନ୍, ଯଶପାଲ ଶର୍ମାଙ୍କ ସମେତ ଅନେକ ତାରକାଙ୍କୁ ଏକାଠି ଦେଖିବାର ମୌକା ମିଳିବ । ତେବେ ଖାସ୍ କଥା ହେଲେ ଦୀର୍ଘ ଦିନ ପରେ ଅକ୍ଷୟ କୁମାର ଏବଂ ରବିନା ଟଣ୍ତନଙ୍କୁ ଏକାଠି ଦେଖିବାର ମୌକା ମିଳିବି ।
ଖବରଥାଉ ଯେ, ଏହି ଚଳଚ୍ଚିତ୍ରରେ ୨୪ କଳାକାରଙ୍କୁ ଏକାଠି ଦେଖିବା ପାଇଁ ମିଳିବ । ଏହି ଚଳଚ୍ଚିତ୍ରଟି ବର୍ତ୍ତମାନ ପ୍ରି-ପ୍ରଡକ୍ସନ୍ ରେ ଅଛି ଏବଂ '20 ଡିସେମ୍ବର 2024 'ରେ ଏହାର ଗ୍ରାଣ୍ଡ୍ ଥିଏଟର ରିଲିଜ୍ ହେବ । ନିର୍ମାତାମାନେ ସିନେପ୍ରେମୀଙ୍କୁ କମେଡି ତଡକା ଦେବା ପାଇଁ ରେଡି ଅଛନ୍ତି ।












Click it and Unblock the Notifications