Get Updates
Get notified of breaking news, exclusive insights, and must-see stories!

୩୧ କୋଟି ଟଙ୍କା ଠକେଇ ମାମଲାରେ ପ୍ରଡ୍ୟୁସର ପ୍ରେରଣାଙ୍କ ବିରୋଧରେ ମାମଲା ରୁଜୁ

Wednesday registered a money laundering case against Bollywood film producer, Prerna Aror By ED .୩୧ କୋଟି ଟଙ୍କା ଠକେଇ ମାମଲାରେ ବଲିଉଡର ପ୍ରଡ୍ୟୁସର ପ୍ରେରଣା ଅରୋରାଙ୍କ ବିରୋଧରେ ଇଡି ମାମଲା ରୁଜୁ କରିଛି । ପୂର୍ବରୁ ଇଡି ତରଫରୁ ପ୍ରେରଣାଙ୍କୁ

ମୁମ୍ବାଇ : ପୁଣି ଚର୍ଚ୍ଚାରେ ବଲିଉଡର ଫେମସ୍ ପ୍ରଡ୍ୟୁସର ପ୍ରେରଣା ଅରୋରା । ମନି ଲଣ୍ଡରିଂ ମାମଲାରେ ଫସିଲେ ପ୍ରେରଣା ଅରୋରା । ୩୧ କୋଟି ଟଙ୍କା ଠକେଇ ମାମଲାରେ ବଲିଉଡର ପ୍ରଡ୍ୟୁସର ପ୍ରେରଣା ଅରୋରାଙ୍କ ବିରୋଧରେ ଇଡି ମାମଲା ରୁଜୁ କରିଛି । ପୂର୍ବରୁ ଇଡି ତରଫରୁ ପ୍ରେରଣାଙ୍କୁ ସମନ ପଠାଯାଇଥିଲା । ବୁଧବାର ଦିନ ଅର୍ଥାତ୍ ଆଜି ତାଙ୍କୁ ହାଜର ହେବାର ଥିଲା । କିନ୍ତୁ ମୁମ୍ବାଇ ବାହାରେ ଥିବାରୁ ସେ ଇଡି ଆଗରେ ଆଜି ହାଜର ହୋଇପାରିନଥିଲେ। ଯାହା ପରେ ଇଡି ତାଙ୍କ ନାଁ ରେ ଲଣ୍ଡରିଂ ମାମଲା ରୁଜୁ କରିଛି।

prerna

ତେବେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ୩୧.୬ କୋଟି ଟଙ୍କା ଫେରସ୍ତ ନକରିବାରୁ ପ୍ରସିଦ୍ଧ ନିର୍ମାତା ଭାସୁ ଭଗନାନୀଙ୍କ ଦ୍ୱାରା ପ୍ରେରଣା ବିରୋଧରେ ଏକ ମାମଲା ରୁଜୁ ହୋଇଛି । ବଲିଉଡ ପ୍ରଡ୍ୟୁସର ପ୍ରେରଣା KriArj ଏଣ୍ଟରଟେନ୍‌ମେଣ୍ଟ ପ୍ରଡକ୍ସନ ହାଉସ ଚଳାନ୍ତି। କେଦାରନାଥ , ପ୍ୟାଡମ୍ୟାନ୍ ରେ ପ୍ରଡ୍ୟୁସର ଭାବେ କାମ କରିସାରିଥିବା ପ୍ରେରଣା ପୂର୍ବରୁ ମଧ୍ୟ ୮ ମାସ ଜେଲ ରେ ରହିକି ଆସିସାରିଛନ୍ତି । ପରବର୍ତ୍ତି ସମୟରେ ପ୍ରେରଣା ଜାମିନରେ ମୁକୁଳି ଥିଲେ। ୩୧ କୋଟି ଟଙ୍କା ଠକେଇ ମାମଲାରେ ୨୦୧୯ରେ ପ୍ରରଣାଙ୍କ ବିରୋଧରେ ଇଡି ୧୭୬ ପୃଷ୍ଠା ବିଶିଷ୍ଟ ଚାର୍ଜସିଟ୍‌ ମଧ୍ୟ ଦାଖଲ କରିଥିଲା । ପଏହି ମାମଲା ଆଜି ତାଙ୍କୁ ହାଜର ହେବାକୁ କୁହାଯାଇଥିଲା। ହେଲେ ସେ ଆଜି ହାଜର ହୋଇ ନାହଁନ୍ତି ।

ପ୍ରେରଣାଙ୍କ ପ୍ରଡକ୍ସନ ହାଉସରେ ବଲିଉଡରେ ଅନେକ ସୁପରହିଟ୍ ଫିଲ୍ମ ଯେପରି ରୁସ୍ତମ, ଟଏଲେଟ-ଏକ ପ୍ରେମ କଥା, ପ୍ୟାଡମ୍ୟାନ୍‌ ଭଳି ଫିଲ୍ମ ପ୍ରସ୍ତୁତ୍ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+