For Quick Alerts
Turn On Notification  
For Daily Alerts
Oneindia App Download

ଲଣ୍ଡନରେ ବି ଅନୁଭବଙ୍କ ପିଛା ଛାଡୁନି ବର୍ଷା ! ଦେଖନ୍ତୁ, ଏହି ଭିଡିଓ...

ଆଗାମୀ ମୁଭି ପାଇଁ ଲଣ୍ଡନରେ ସୁଟିଂ ଚାଲିଥିବା ବେଳେ ବର୍ଷା ସୁଟିଂ କୁ ଖରାପ କରୁଥିବା ଉକ୍ତ ଭିଡିଓରେ ଅନୁଭବ କହୁଛନ୍ତି ଏବଂ ଆମେ ମଧ୍ୟ ଆପଣଙ୍କୁ ସେଇଆ ଜଣାଇବାକୁ ଚେଷ୍ଟା କରୁଛୁ । ହେଲେ ବର୍ଷାକୁ ନେଇ ଆପଣଙ୍କ ଭାବନା ଆପଣଙ୍କ ଉପରେ ନିର୍ଭର କରେ । ଏଥିରେ ନା ଆମର ନା

|

ନାମ ନେଉଛୁ ଏଠି... ବର୍ଷା ବହୁତ ହଇରାଣ କଲାଣି । ଯୁଆଡେ ଗଲେ ଏ ବର୍ଷା ପିଛା ଛାଡୁନି । ଆରେ ଟିକେ ଦୟାକର । କାମ କରିବୁ କି ନାଇ ବାହାରେ ଟିକେ...

Anubhav Mohanty

ଉପରେ ଲେଖା ହୋଇଥିବା କେଇ ଧାଡ଼ି ଆମ ମୁଖ ନିଶୃତ ନୁହେଁ । ବରଂ ଏହା ଓଡିଲଉ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ କଥା । ଲଣ୍ଡନ ରାସ୍ତାରେ ବର୍ଷାକୁ ଏମିତି ଅନୁରୋଧ କରୁଛନ୍ତି ଅନୁଭବ । କାମ କରିବାକୁ ଦିଅ ବୋଲି ବର୍ଷାକୁ ସେ ନେହୁରା ହେଉଛନ୍ତି । ଆଉ ବର୍ଷା ଲଣ୍ଡନରେ ମଧ୍ୟ ତାଙ୍କ ପିଛା ଛାଡୁ ନଥିବା ସେ ଭିଡିଓରେ କହୁଛନ୍ତି ।

ଦେଖନ୍ତୁ ଭିଡିଓ-

ଭିଡିଓ ଦେଖିଲେ ତ... ଏବେ ବୁଝି ବି ସାରିଥିବେ ଅନୁଭବ କେଉଁ ବର୍ଷାକୁ ଅନୁରୋଧ କରୁଛନ୍ତି । କେଉଁ ବର୍ଷା ଅନୁଭବଙ୍କ ପିଛା ଛାଡୁନି ।ଉଁ... ଆମେ ଏଠି ଅନ୍ୟ କିଛି କଥା କହୁ ନାହୁଁ କିମ୍ବା ସାଂସଦ ତଥା ଅଭିନେତା ଅନୁଭବ ମଧ୍ୟ ଅନ୍ୟ କିଛି କହୁ ନାହାନ୍ତି । ତାଙ୍କର ଆଗାମୀ ମୁଭି ପାଇଁ ଲଣ୍ଡନରେ ସୁଟିଂ ଚାଲିଥିବା ବେଳେ ବର୍ଷା ସୁଟିଂକୁ ଖରାପ କରୁଥିବା ଉକ୍ତ ଭିଡିଓରେ ଅନୁଭବ କହୁଛନ୍ତି ଏବଂ ଆମେ ଆପଣଙ୍କୁ କେବଳ ସେଇଆ ଜଣାଇବାକୁ ଚେଷ୍ଟା କରୁଛୁ । ହେଲେ ବର୍ଷାକୁ ନେଇ ଆପଣଙ୍କ ଭାବନା ଉପରେ ଆମର କୌଣସି ନିୟନ୍ତ୍ରଣ ନାହିଁ । ତେଣୁ ଅନୁଭବଙ୍କ କହିବା ଓ ଆମର ଲେଖିବାରେ କୌଣସି ତ୍ରୁଟି ନାହିଁ । କାରଣ ଅନୁଭବ ମହାନ୍ତିଙ୍କ ସୁଟିଂରେ ବର୍ଷା ହିଁ ବାଧକ ସାଜିଛି ।

ସୂଚନାଥାଉ କି, ଆସିବାକୁ ଯାଉଛି ଓଲିଉଡ୍ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଆଗାମୀ ଚଳିଚ୍ଚିତ୍ର ଲଭ୍ ଇନ୍ ଲଣ୍ଡନ୍ । ଯାହାର ସୁଟିଂ ଏବେ ଲଣ୍ଡନରେ ଜୋରସୋରରେ ଚାଲିଛି । ଫିଲ୍ମଟିର ରିଲିଜ୍ ତାରିଖ ଓ ଷ୍ଟାରକାଷ୍ଟ ବିଷୟରେ ଜଲଦି ଘୋଷଣା ହେବ ବୋଲି ଅନୁଭବ ଏକ ସୋସିଆଲ ମିଡିଆ ଭି଼ଡିଓରେ କହିଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Watch: Video of Ollywood Superstar Anubhav Mohanty New Movie 'Love In London' Shooting
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X