ଏହି ଓଟିଟି ପ୍ଲାଟଫର୍ମରେ ଦେଖନ୍ତୁ ଭିକ୍କି କୌଶଲଙ୍କ ଫିଲ୍ମ 'Govinda Naam Mera'
ଏହି ଓଟିଟି ପ୍ଲାଟଫର୍ମରେ ଦେଖନ୍ତୁ ଭିକ୍କି କୌଶଲଙ୍କ ଫିଲ୍ମ 'Govinda Naam Mera'
ମୁମ୍ବାଇ: ବଲିଉଡ ଅଭିନେତା ଭିକ୍କି କୌଶଲ ନିଜ ଦମଦାର ଅଭିନୟ ପାଇଁ ବେଶ୍ ପ୍ରଶଂସା ସାଉଁଟିଥାନ୍ତି । ତାଙ୍କୁ ସିନେପରଦାରେ ଅନେକ ଚରିତ୍ରରେ ଦେଖିବା ପାଇଁ ମିଳିଛି ଏବଂ ପ୍ରତିଟି ଫିଲ୍ମରେ ସେ ନିଜ ଚରିତ୍ରକୁ ଜୀବନ୍ତ କରିଥାନ୍ତି । ବର୍ତ୍ତମାନ ପ୍ରଶଂସକମାନେ ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଗୋବିନ୍ଦା ନାମ ମେରା'କୁ ଅପେକ୍ଷା କରିଛନ୍ତି । ଏହି ଚଳଚ୍ଚିତ୍ରରେ କିଆରା ଆଡଭାନୀ ଏବଂ ଭୂମି ପେଡନେକର ମଧ୍ୟ ନଜର ଆସିବେ । ଧର୍ମା ପ୍ରଡକ୍ସନ୍ ବ୍ୟାନରରେ ନିର୍ମିତ ଏହି ଚଳଚ୍ଚିତ୍ରଟି OTT ରେ ରିଲିଜ୍ ହେବାକୁ ଯାଉଛି ।
ଏହି ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେବ ଫିଲ୍ମ 'Govinda Naam Mera'
କରଣ ଜୋହର ଭିକ୍କିଙ୍କ ସହ ଆଲୋଚନା କରୁଥିବାର ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ଫିଲ୍ମଟି OTT ପ୍ଲାଟଫର୍ମ ରିଲିଜ ହେବାକୁ ଯାଉଛି ଏବଂ ଏହି ଚଳଚ୍ଚିତ୍ରରେ ଭିକ୍କିଙ୍କ ଚରିତ୍ର କିପରି ରହିବ ସେ ବିଷୟରେ ପ୍ରକାଶ କରିଛନ୍ତି । ଫିଲ୍ମ 'ଗୋବିନ୍ଦା ନାମ ମେରା' ଡିସ୍ନି ପ୍ଲସ୍ ହଟଷ୍ଟାରରେ ମୁକ୍ତିଲାଭ କରିବ । ତେବେ କେଉଁ ଦିନ ଫିଲ୍ମ ଷ୍ଟ୍ରିମିଂ ହେବାକୁ ଯାଉଛି ତାହା ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ । କରଣଙ୍କର ଏହି ଭିଡିଓରେ ସିନେମାର କାହାଣୀ ସମ୍ପର୍କରେ ଓ ଅଭିନେତାଙ୍କ ଚରିତ୍ରକୁ ନେଇ ମଧ୍ୟ ଅନେକ ସୂଚନା ଦେଇଥିଲେ ।
ଡ୍ୟାନ୍ସର ଚରିତ୍ରରେ ନଜର ଆସିବେ ଭିକ୍କି କୌଶଲ
ଭିକ୍କି କୌଶଲ 'ଗୋବିନ୍ଦା ନାମ ମେରା'ରେ ଜଣେ ଡ୍ୟାନ୍ସର ଭୂମିକାରେ ନଜର ଆସିବେ । ପତ୍ନୀଙ୍କ ବ୍ୟତୀତ ସିନେମାରେ ତାଙ୍କର ଜଣେ ଗର୍ଲଫ୍ରେଣ୍ଡଙ୍କୁ ମଧ୍ୟ ଦେଖିବା ପାଇଁ ମିଳିବ । ନିଜ ଘର ପାଇବା ପାଇଁ ଗୋବିନ୍ଦାଙ୍କର ସଂଘର୍ଷ କାହାଣୀ ମଧ୍ୟ ଦେଖିବା ପାଇଁ ପାଇବେ ଦର୍ଶକ । ପ୍ରଥମେ ଫିଲ୍ମର ଟାଇଟେଲ୍ ଲୋକଙ୍କୁ ଦ୍ୱନ୍ଦରେ ପକାଇଥିଲା । ଅନେକ ଲୋକ ଭାବିଥିଲେ ଯେ ଏହି ଚଳଚ୍ଚିତ୍ରଟି ବଲିଉଡ ଅଭିନେତା ଗୋବିନ୍ଦାଙ୍କ ବାୟୋପିକ । ହେଲେ କରଣ ଏହା ସ୍ପଷ୍ଟ କରିଛନ୍ତି ଯେ ଏହା ଗୋବିନ୍ଦାଙ୍କ ବାୟୋପିକ ନୁହେଁ ବରଂ ଜଣେ ସାଧାରଣ ଡ୍ୟାନ୍ସରଙ୍କ ସଂଘର୍ଷର କାହାଣୀ ।

ଭୂମି ପେଡନେକର ଏବଂ କିଆରା ଆଡଭାନୀଙ୍କ ସହ ଭିକ୍କି କୌଶଲଙ୍କର ଏହା ପ୍ରଥମ ସିନେମା । ଏହି ଯୋଡିକୁ ପ୍ରଥମ ଥର ଏକାଠି ଦେଖିବା ପାଇଁ ଫ୍ୟାନ୍ସ ମଧ୍ୟ ବେଶ୍ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଅନ୍ୟପକ୍ଷରେ କରଣ ଜୋହରଙ୍କ ଏହି ଭିଡିଓଟି ଫିଲ୍ମକୁ ନେଇ ଦର୍ଶକଙ୍କ ଆଗ୍ରହ ଆହୁରି ବଢାଇଦେଇଛି । ଏବେ ଏପେକ୍ଷା ରିଲିଜ୍ ତାରିଖକୁ ।












Click it and Unblock the Notifications