ମର୍ଡର ମିଷ୍ଟ୍ରି ଏବଂ ସସପେନ୍ସରେ ପରିପୂର୍ଣ୍ଣ, ଦେଖନ୍ତୁ ବଲିଉଡର ଏହି ଥ୍ରୀଲର ଚଳଚ୍ଚିତ୍ର
ଦେଖନ୍ତୁ ବଲିଉଡର ଏହି ଥ୍ରୀଲର ଚଳଚ୍ଚିତ୍ର, ମର୍ଡର ମିଷ୍ଟ୍ରି ଏବଂ ସସପେନ୍ସରେ ପରିପୂର୍ଣ୍ଣ
ମୁମ୍ବାଇ: ଅଜୟ ଦେବଗନଙ୍କ ଅଭିନୀତ ଚଳଚ୍ଚିତ୍ର 'Drishyam 2' ଖୁବ୍ ଶିଘ୍ରୀ ରିଲିଜ୍ ହେବା ପାଇଁ ଯାଉଛି । ସିନେମାକୁ ନେଇ ଉଭୟ ନିର୍ମାତା ଏବଂ ପ୍ରଶଂସକ ଉତ୍ସାହିତ ଅଛନ୍ତି । ତେବେ ଆପଣଙ୍କୁ ଅଜୟଙ୍କ ଫିଲ୍ମ 'Drishyam 2' ଦେଖିବା ପାଇଁ ତ ଅପେକ୍ଷା କରିବା ପାଇଁ ପଡିବ ହେଲେ ଏହାରି ମଧ୍ୟରେ ଆପଣ ବଲିଉଡର ଟପ୍ ଥ୍ରୀଲର ଫିଲ୍ମ ଦେଖିପାରିବେ । ଚାଲନ୍ତୁ ୪ ଟି ଶ୍ରେଷ୍ଠ ବଲିଉଡ ଥ୍ରୀଲର ଚଳଚ୍ଚିତ୍ର ଉପରେ ନଜର ପକାଇବା ।

ଏହା ଏକ ଗର୍ଭବତୀ ମହିଳାଙ୍କ କାହାଣୀ । ବିଦ୍ୟା ବାଲାନଙ୍କୁ ଏହି ସନେମାରେ ମୁଖ୍ୟ ଭୂମିକାରେ ଦେଖିବା ପାଇଁ ମିଳିଥିଲା । ଏହି ଫିଲ୍ମକୁ ୪.୮ ରେଟିଂ ମିଳିଥିଲା । ଚଳଚ୍ଚିତ୍ରଟି ଏହାର ପ୍ରଥମ ଦୃଶ୍ୟରୁ ହିଁ ଦର୍ଶକଙ୍କୁ ଇମପ୍ରେସ କରିଥିଲା । ଦମଦାର କାହାଣୀ ସାଙ୍ଗକୁ କୋଲକତାର ଗଳିର ଦୃଶ୍ୟ ଫିଲ୍ମରେ ଚାରଚାନ୍ଦ ଲଗାଇଥିଲା । ଚରିତ୍ରର ସଠିକ ଚିତ୍ରଣ ଏବଂ ପ୍ରଭାବଶାଳୀ ସଂଳାପ ସହିତ ନିର୍ଦ୍ଦେଶକ କାହାଣୀ ସହିତ ସଂଯୋଗ କରିବାକୁ ଚେଷ୍ଟା କରିଥିଲେ ।
'ତଲାସ'
ରିମା କାଗତିଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ 'Talaash'ରେ ଆମୀର ଖାନ, ରାଣୀ ମୁଖାର୍ଜୀ ଏବଂ କରୀନା କପୁର ଖାନଙ୍କୁ ଏକାଠି ଦେଖିବା ପାଇଁ ମିଳିଥିଲା । ଯଦି ଆପଣଙ୍କୁ ଥ୍ରୀଲର ଫିଲ୍ମ ଦେଖିବା ପସନ୍ଦ ତେବେ ଏହି ସିନେମାଟିକୁ ନିଶ୍ଚୟ ଦେଖନ୍ତୁ । ଜଣେ ବରିଷ୍ଠ ପୋଲିସ ଅଧିକାରୀ ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ (ଆମୀର ଏବଂ ରାଣୀ) ନିଜ ପୁଅର ମୃତ୍ୟୁ ପରେ ଦୂରତା ସୃଷ୍ଟି ହୁଏ ଏବଂ ଏକ ରହସ୍ୟମୟ ମର୍ଡର କେଶର ଅନୁସନ୍ଧାନ କରି ନିଜକୁ ବିଭ୍ରାନ୍ତ କରନ୍ତି ପୋଲିସ ଅଫିସର ଜଣକ । ଏହି କେଶରେ ତାଙ୍କୁ ଅନେକ ଦ୍ୱନ୍ଦ, ସମସ୍ୟା, ଚକ୍ରଭିୟୁ, ଛଳନା ଆହୁରି ବିଚଳିତ କରୁଥାଏ । ଯାହାକୁ ନେଇ ସିନେମାର କାହାଣୀ ଗତିଶୀଳ ।
' ଦୃଶ୍ୟମ'
ଏହା ଏକ ସାଧାରଣ ବ୍ୟକ୍ତି ଏବଂ ପରିବାରର କାହାଣୀ । ଯିଏ ନିଜ ପ୍ରିୟ ଲୋକ ବା ପରିବାରର ସୁରକ୍ଷା ପାଇଁ ମର୍ଡର ପରି ଅପରାଧକୁ ମଧ୍ୟ ଲୁଚାଇବା ପାଇଁ ପଛାଏ ନାହିଁ । ଗୋଟିଏ ସାଧାରଣ ଘଟଣା ଗୋଆ ଭିତ୍ତିକ ଜଣେ କେବୁଲ ଟିଭି ଏଜେନ୍ସିର ମାଲିକ ବିଜୟଙ୍କର ପୁରା ଜୀବନରେ ପରିବର୍ତ୍ତନ ଆଣିଦିଏ । ମର୍ଡର ମିଷ୍ଟ୍ରିକୁ ସସପେନ୍ସରେ ରଖି ବିଜୟ ଓ ତାଙ୍କ ପରିବାର ପୋଲିସକୁ ଚକମା ଦେଇ ଖସି ଯାଆନ୍ତି । ତେବେ ଏହି ଫିଲ୍ମର ପାର୍ଟ-୨ ଖୁବ୍ ଶୀଘ୍ର ରିଲିଜ୍ ହେବା ପାଇଁ ଯାଉଛି । ଦୃଶ୍ୟମ-୨ର ଟ୍ରେଲରକୁ ଦର୍ଶକଙ୍କର ବେଶ୍ ଭଲ ପାଇବା ମିଳିଥିଲା । ଦୃଶ୍ୟମ ୨ରେ ଅଜୟ ଦେବଗନ, ସାଉଥ୍ ଆକ୍ଟ୍ରେସ ଶ୍ରେୟା ଶରଣ, ଇତିଶା ଦତ୍ତ, ତବ୍ବୁ ଓ ଅକ୍ଷୟ ଖାନ୍ନାଙ୍କ ପରି ଷ୍ଟାରଙ୍କୁ ମୁଖ୍ୟ ଭୂମିକାରେ ଦେଖିବା ପାଇଁ ମିଳିବ । ନଭେମ୍ବର ୧୮ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ଦୃଶ୍ୟମ ୨ ।
'ବେବି'
କିଛି ଖାସ୍ ଅଫିସରଙ୍କର ଏକ ପାଞ୍ଚ ଜଣିଆ ଟିମ୍ ରହିଛି ଯାହାର ନାଁ ରହିଛି 'ବେବି' । ଏହାର ଏକମାତ୍ର ଉଦ୍ଦେଶ୍ୟ ହେଉଛି ଦେଶକୁ ଶତ୍ରୁମାନଙ୍କ କବଳରୁ ରକ୍ଷା କରିବା । ଏଥିରେ ଯୋଗ ଦେଇଥିବା ଅଧିକାରୀମାନେ ନିଜ ପରିଚୟ ଗୋପନ ରଖି ଦେଶ ପାଇଁ ଏକ ମିଶନରେ ବାହାରିଛନ୍ତି । ମୁଖ୍ୟ ଅଧିକାରୀ ଅଜୟ (ଅକ୍ଷୟ କୁମାର) ଙ୍କ ନେତୃତ୍ୱରେ ଏହି ଦଳ ଆତଙ୍କବାଦୀ ତଥା ସେମାନଙ୍କ ଷଡଯନ୍ତ୍ରକୁ ବିଫଳ କରିଥାନ୍ତି । ନୀରଜ ପାଣ୍ଡେଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଅକ୍ଷୟ କୁମାର, ଅନୁପମ ଖେର, ଡାନି, ମଧୁରିମା ତୁଲି ଏବଂ ତାପସି ପନ୍ନୁଙ୍କ ପରି ଷ୍ଚାରଙ୍କୁ ଏକାଠି ଦେଖିକୁ ମିଳିଥିଲା ।












Click it and Unblock the Notifications