ଫିଲ୍ମ 'Code Name Tiranga' ଦେଖନ୍ତୁ ମାତ୍ର 100 ଟଙ୍କାରେ, ଅକ୍ଟୋବର ୧୪ରେ ହେବ ରିଲିଜ୍
ଫିଲ୍ମ 'Code Name Tiranga' ଦେଖନ୍ତୁ ମାତ୍ର 100 ଟଙ୍କାରେ, ଅକ୍ଟୋବର ୧୪ରେ ହେବ ରିଲିଜ୍
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣିତୀ ଚୋପ୍ରାଙ୍କ ଆଗାମୀ ଆକ୍ସନ ଫିଲ୍ମ 'Code Name Tiranga'। ଏହି ଶୁକ୍ରବାର ଦିନ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁଯାଉଛି । ପରିଣିତୀ ଚୋପ୍ରାଙ୍କୁ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଦେଖିବା ପାଇଁ ମିଳିବ । ଫିଲ୍ମରେ ସେ ଜବରଦସ୍ତ ଆକ୍ସନ୍ କୁରୁଥିବାର ନଜର ଆସିବେ । ଖାସ କଥା ହେଉଛି ଯେ ଦର୍ଶକମାନେ ଏହି ଫିଲ୍ମକୁ ମାତ୍ର 100 ଟଙ୍କାରେ ଦେଖିପାରିବେ । ଜାତୀୟ ସିନେମା ଦିବସର ଅଫର ଅନୁଯାୟୀ ଚଳଚ୍ଚିତ୍ର ଟିକେଟରେ ରିହାତି ଦିଆଯାଉଛି । ଟ୍ରେଲର ରିଲିଜ୍ ପରେ ହିଁ ଫିଲ୍ମକୁ ନେଇ ଚର୍ଚ୍ଚା ଲାଗି ରହିଛି । ଏହାକୁ ଚଳିତ ବର୍ଷର ସର୍ବୋତ୍ତମ ଡିଟେକ୍ଟିଭ୍ ଥ୍ରୀଲର ଫିଲ୍ମ ବୋଲି ମଧ୍ୟ କୁହାଯାଉଛି ।
ନିର୍ମାତାମାନେ ଭିଡିଓ ପୋଷ୍ଟ କରି ଦର୍ଶକଙ୍କୁ ଦେଲେ ସୂଚନା
ଭିନେତ୍ରୀ ପରିଣିତୀ ଚୋପ୍ରାଙ୍କ ଏବଂ ହାର୍ଡି ସାନ୍ଧୁ ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରି ଲୋକଙ୍କୁ ଫିଲ୍ମ ଦେଖିବା ପାଇଁ ଅନୁରୋଧ କଲେ । ଏହି ଭିଡିଓରେ ଅଭିନେତ୍ରୀ ଜଣାଇଛନ୍ତି ଯେ ତାଙ୍କ ଫିଲ୍ମର ଟିକେଟରେ ଅଫର ଦିଆଯାଉଛି । ଦର୍ଶକମାନେ ମାତ୍ର 100 ଟଙ୍କାରେ ଫିଲ୍ମ 'Code Name Tiranga ଦେଖିପାରିବେ । ପ୍ରଥମ ଦିନରେ ଫିଲ୍ମର ଟିକେଟ୍ ମାତ୍ର 100 ଟଙ୍କାରେ ବିକ୍ରି ହେବ ।

ସୂଚନାଥାଉ ଯେ, ଏହି ଚଳଚ୍ଚିତ୍ରଟି ତୁର୍କୀରେ ସୁଟିଂ କରାଯାଇଛି । ଏହି ଚଳଚ୍ଚିତ୍ରରେ ହାର୍ଡି ସାନ୍ଧୁଙ୍କୁ ଜଣେ ଡାକ୍ତର ଭୂମିକାରେ ଦେଖିବା ପାଇଁ ମିଳିବ । 'Code Name Tiranga'ରେ ଶରଦ କେଲକର, ରଜିତ କପୁର, ଦିବିନ୍ଦୁ ଭଟ୍ଟାଚାର୍ଯ୍ୟ, ଶିଶିର ଶର୍ମା, ସାବ୍ୟସାଚ୍ଚି ଚକ୍ରବର୍ତ୍ତୀ ଏବଂ ଦିଶା ମାରିୱାଲାଙ୍କୁ ମଧ୍ୟ ଦେଖିବା ପାଇଁ ମିଳିବ ।ଫିଲ୍ମରେ ଅଭିନେତ୍ରୀ ଦୁର୍ଗା ନାମକ ଜଣେ ର-ଏଜେଣ୍ଟ ଭୂମିକାରେ ନଜର ଆସିବେ । ଯିଏ ନିଜ ଦେଶ ପାଇଁ କିଛି ବି କରିବା ପାଇଁ ପ୍ରସ୍ତୁତ ଅଛନ୍ତି । ଚଳଚ୍ଚିତ୍ରରେ ପରିଣିତୀଙ୍କୁ ନିଜ ଟ୍ୟାଲେଣ୍ଟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମିଶନରେ ପଠାଯାଉଛି । ବନ୍ଧୁକ ବ୍ୟବହାର କରିବା ସହିତ, ସେ ଶାରୀରିକ ଭାବରେ ମଧ୍ୟ ଖୁବ ଫିଟ୍ ଓ ଆକ୍ଟିଭ୍ ଅଛନ୍ତି ଯେଉଁଥି ପାଇଁ ସେ ଜଣେ ସୁପର ଏଜେଣ୍ଟ ହୋଇପାରିଛନ୍ତି । ଚଳଚ୍ଚିତ୍ରରେ RAW-ଏଜେଣ୍ଟ ଭୂମିକାରେ ଅଭିନୟ କରୁଥିବା ପରିଣିତୀ ହାର୍ଡି ସାନ୍ଧୁଙ୍କ ସହ ରୋମାନ୍ସ କରୁଥିବାର ମଧ୍ୟ ଦେଖିବା ପାଇଁ ମିଳିଛି । ଫିଲ୍ମଟି ଅକ୍ଟୋବର ୧୪ରେ ସିନେମା ଘରେ ରିଲିଜ୍ ହେବ ।












Click it and Unblock the Notifications