Sikandar Ticket Price: ମାତ୍ର ୯୫ ଟଙ୍କାରେ ଦେଖନ୍ତୁ ସଲମାନ ଖାନଙ୍କ ଫିଲ୍ମ 'ସିକନ୍ଦର'
Sikandar Ticket Price: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଆଗାମୀ ଫିଲ୍ମ 'ସିକନ୍ଦର' ଇଦ୍ ଅବସରରେ ମୁକ୍ତିଲାଭ କରିବ । ଏହି ଚଳଚ୍ଚିତ୍ର 30 ମାର୍ଚ୍ଚ 2025ରେ ସିନେମା ଘରେ ମୁକ୍ତିଲାଭ କରିବ । ବର୍ତ୍ତମାନ ଭାଇଜାନ ଏହି ନିଜ ଜବରଦସ୍ତ ଫିଲ୍ମର ପ୍ରମୋସନରେ ଖୁବ୍ ବ୍ୟସ୍ତି । ଦର୍ଶକ ମଧ୍ୟ ଉତ୍ସାହର ସହ ସିକନ୍ଦର ଅପେକ୍ଷାରେ ।
ଫିଲ୍ମ ସିକନ୍ଦରରେ ପ୍ରଥମ ଥର ସଲମାନ ଏବଂ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କୁ ଏକାଠି ଦେଖିବା ପାଇଁ ମିଳିବ । ଉଭୟଙ୍କ କେମେଷ୍ଟ୍ରି ଦର୍ଶକଙ୍କ ମନ ଜିଣିବ ନା ନାହିଁ ତାହା ତ ସମୟ କହିବ । ହେଲେ ବର୍ତ୍ତମାନର ବଡ଼ ଅପଡେଟ୍ ହେଉଛି ଫିଲ୍ମ ପାଇଁ ଆଡଭାନ୍ସ ବୁକିଂ ଆରମ୍ଭ ହୋଇଯାଇଛି ।

ମହାରାଷ୍ଟ୍ର ଏବଂ ଦିଲ୍ଲୀରେ 'ସିକନ୍ଦର'ର ଟିକେଟ୍ ମୂଲ୍ୟ ବହୁତ ମହଙ୍ଗା ହୋଇଯାଇଛି। ହେଲେ ବର୍ତ୍ତମାନ ଖବର ରହିଛି ଯେ ସଲମାନ ଖାନଙ୍କ ଫିଲ୍ମ 'ସିକନ୍ଦର' ମାତ୍ର 95 ଟଙ୍କାରେ ଦେଖିପାରିବେ। ମିଡିଆ ରିପୋର୍ଟ ଅନୁସାରେ, ଯଦି ଆପଣ ଦିଲ୍ଲୀ-ଏନସିଆରର ବାସିନ୍ଦା ତେବେ ସଲମାନ ଖାନଙ୍କ ଏହି ବହୁ ପ୍ରତୀକ୍ଷିତ ଫିଲ୍ମକୁ ମାତ୍ର 95 ଟଙ୍କାରେ ଦେଖିପାରିବେ।
ସଲମାନ ଖାନଙ୍କ ଫିଲ୍ମ 'ସିକନ୍ଦର' ପାଇଁ ରିକ୍ଲାଇନର୍ ସିଟ୍ ର ମୂଲ୍ୟ 2000 ଟଙ୍କା ପର୍ଯ୍ୟନ୍ତ ରଖାଯାଇଛି। ମଲ୍ଟିପ୍ଲେକ୍ସରେ ଟିକେଟ୍ ମୂଲ୍ୟ 300 ଟଙ୍କାରୁ ଆରମ୍ଭ ହୋଇ 1600 ଟଙ୍କା ପର୍ଯ୍ୟନ୍ତ ଯାଏ, ଯେତେବେଳେ ସାଧାରଣ ସିନେମା ହଲରେ 300 ଟଙ୍କାରେ ଟିକେଟ୍ ମିଳିବ। ହେଲେ ଦିଲ୍ଲୀ ଏନସିଆରର ଡିଲାଇଟ୍ ସିନେମାରେ 'ସିକନ୍ଦର'ର ଟିକେଟ୍ ମାତ୍ର 100 ଟଙ୍କାରେ ମିଳୁଛି । ଆପଣ ସେଣ୍ଟର ଷ୍ଟଲ୍ ଏବଂ ତଳ ଷ୍ଟଲ୍ ପାଇଁ 95 ଟଙ୍କାର ଟିକେଟ୍ କିଣି ଭାଇଜାନଙ୍କ ସିନେମା ଦେଖିପାରିବେ ହେଲେ ଉପର ଷ୍ଟଲ୍ ପାଇଁ 130 ଦେବା ପାଇଁ ପଡିବ ।












Click it and Unblock the Notifications