ଏହି OTT'ପ୍ଲାଟଫର୍ମରେ ଦେଖିପାରିବେ ପୋନିୟିନ ସେଲଭାନ-୧ (PS-1)
ଏହି OTT'ପ୍ଲାଟଫର୍ମରେ ଦେଖିପାରିବେ ପୋନିୟିନ ସେଲଭାନ-୧ (PS-1)
ମୁମ୍ବାଇ: ଚଳିତ ବର୍ଷର ସୁପରହିଟ୍ ଫିଲ୍ମ ମଧ୍ୟରୁ ମଣି ରତ୍ନାମଙ୍କ ନିର୍ଦ୍ଦେଶିତ ଫିଲ୍ମ ପୋନିୟିନ ସେଲଭାନ-୧ ଅନ୍ୟତମ । ଯାହାକୁ ନେଇ ନା' କିଛି ବିବାଦ ଦେଖିବା ପାଇଁ ମିଳିଥିଲା ହିଁ ଟ୍ରୋଲର ଶିକାର ହୋଇଥିଲା ଏହି ଚଳଚ୍ଚିତ୍ର । ବକ୍ସଅଫିସରେ ଜବରଦସ୍ତ ଆୟ କରିଥିଲା ଏହି ଫିଲ୍ମ । ଭାରତ ସହ ଆମେରିକା, ଅଷ୍ଟ୍ରେଲିଆ ଏବଂ ୟୁକେ ପରି ଦେଶର ବକ୍ସଅଫିସରେ ମଧ୍ୟ 'ପୋନ୍ନିୟନ ସେଲଭନ-୧' ଧୂଆଁଧାର ବ୍ୟବସାୟ କରିଥିଲା ।

ଦର୍ଶକ ଏହି ଫିଲ୍ମକୁ ବେଶ୍ ଭଲ ପାଇବା ଦେଇଛନ୍ତି । ଖାସ କରି ଚଳଚ୍ଚିତ୍ରରେ ଐଶ୍ୱର୍ଯ୍ୟା ରାୟଙ୍କ ଅଭିନୟକୁ ବହୁତ ପସନ୍ଦ କରାଯାଇଥିଲା । ଥିଏଟରରେ ଦେଖିବା ଥିବା ପ୍ରତ୍ୟକ ବ୍ୟକ୍ତି ଏହି ଫିଲ୍ମର ଖୁବ ପ୍ରଶଂସା କରିଥିଲା । ବର୍ତ୍ତମାନ ସିନେପ୍ରେମୀଙ୍କ ପାଇଁ ଏକ ଭଲ ଖବର । ଚୋଳ ସାମ୍ରାଜ୍ୟର କାହାଣୀ ଉପରେ ଆଧାରିତ ଏହି ଫିଲ୍ମ ଆମାଜନ ପ୍ରାଇମ ଭିଡିଓରେ ରିଲିଜ୍ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଫିଲ୍ମକୁ ତାମିଲ, ତେଲୁଗୁ, ମାଲାୟାଲମ୍ ଏବଂ କନ୍ନଡରେ ଭାଷାରେ ରିଲିଜ୍ କରାଯାଇଛି । ଏହି ସୁପରହିଟ୍ ଫିଲ୍ମ ଦେଖିବା ପାଇଁ ଆପଣଙ୍କୁ ମାତ୍ର 199 ଟଙ୍କା ଦେବାକୁ ପଡିବ । କାରଣ ଏହି ଫିଲ୍ମ ଆମାଜନ ପ୍ରାଇମ ରେଣ୍ଟାଲରେ ରିଲିଜ୍ କରାଯାଇଛି । ସେହିପରି ୪ ନଭେମ୍ବରରେ ସମସ୍ତ ପ୍ରାଇମ ୟୁଜର୍ସ ଏହି ଫିଲ୍ମକୁ ଦେଖି ପାରିବେ ।
ଏହି ଚଳଚ୍ଚିତ୍ରଟି ପ୍ରଥମ ସପ୍ତାହ ଶେଷରେ 230 କୋଟି ରୋଜଗାର କରିଛି । ରିଲିଜ ହେବାର ପ୍ରଥମ ଦିନରେ ଏହି ଚଳଚ୍ଚିତ୍ରଟି ମୋଟ 80 କୋଟି ଟଙ୍କା ରୋଜଗାର କରିଥିଲା ଏବଂ ଦ୍ୱିତୀୟରେ ସାମାନ୍ୟ ହ୍ରାସ ପାଇ ଫିଲ୍ମ 70 କୋଟି ଟଙ୍କା ରୋଜଗାର କରିଥିଲା। ତୃତୀୟ ଦିନରେ ଏହି ଫିଲ୍ମ ପ୍ରାୟ 80 କୋଟି ଟଙ୍କା ରୋଜଗାର କରିଛି । ଫିଲ୍ମଟି ପୁରା ବିଶ୍ୱରେ 480 କୋଟି ଟଙ୍କାର ରୋଜଗାର କରିଛି ଖୁବ ଶିଘ୍ର ଫିଲ୍ମର ଆୟ 500କୋଟି ପାର କରିବ । ଏହି ଚଳଚ୍ଚିତ୍ରଟି 30 ସେପ୍ଟେମ୍ବରରେ ପ୍ରେକ୍ଷାଳୟରେ ତାମିଲ, ତେଲୁଗୁ, ହିନ୍ଦୀ, କନ୍ନଡ ଏବଂ ମାଲାୟାଲମରେ ସର୍ବଭାରତୀୟ ସ୍ତରରେ ମୁକ୍ତିଲାଭ କରିଥିଲା । ଏବଂ ଏକ ଏକା ମାସ ମଧ୍ୟରେ ହିଁ ଏହି ଫିଲ୍ମ OTT'ରେ ରିଲିଜ୍ ହେବା ପାଇଁ ଯାଉଛି ।












Click it and Unblock the Notifications