ଠକାମୀରେ ପଡିଲେ ବଲିଉଡ ଅଭିନେତା ବିବେକ ଓବରୋୟ, ଗଲା ୧.୫୫ କୋଟି ଟଙ୍କା
ମୁମ୍ବାଇ:ଠକାମୀର ଶିକାର ହେଲେ ବଲିଉଡ ଅଭିନେତା ବିବେକ ଓବରୋୟ । ଫିଲ୍ମ କରିବା ପାଇଁ କହି ନେଇ ଗଲେ ପ୍ରାୟ ୧.୫୫ କୋଟି । ଥାନାର ଦ୍ୱାରସ୍ଥ ହେଲେ ଅଭିନେତା । ଅଭିଯୁକ୍ତ ତାଲିକାରେ ଅଛନ୍ତି ଜଣେ ଫିଲ୍ମ ନିର୍ମାତା । ବିବେକଙ୍କ ପତ୍ନୀ ମଧ୍ୟ ଥିଲେ ଏହି ପ୍ରୋଜେକ୍ଟରେ କୋ-ପାଟନର ।
ମାୟାନଗରୀର ମାୟା ଜାଲରେ ଏଥର ପଡିଛନ୍ତି ଅଭିନେତା ବିବେକ ଓବରୋୟ । ୩ ଜଣ ବ୍ୟକ୍ତି ଫିଲ୍ମ କରିବା ପାଇଁ କହି ଅଭିନେତାଙ୍କ ଠାରୁ ନେଇ ଯାଇଛନ୍ତି ପ୍ରାୟ ୧.୫୫ କୋଟି ଟଙ୍କା । ହେଲେ କୌଣସି ଚଳଚ୍ଚିତ୍ରରେ ନିବେଶ କରିବା ପରିବର୍ତ୍ତେ ସେ ଏହାକୁ ନିଜ ବ୍ୟବହାରରେ ଖର୍ଚ୍ଚ କରିଦେଇଛନ୍ତି । ବକୟା ଟଙ୍କା ମାଗିଲେ ଆଉ ଦେଉ ନାହାଁନ୍ତି ଧରାଛୁଆଁ । ଅଭିନେତାଙ୍କ ପତ୍ନୀ ମଧ୍ୟ ଏହି ପ୍ରୋଜେକ୍ଟରେ କୋ-ପାର୍ଟନର ଥିବା ନେଇ ସୂଚନା ରହିଛି ।

ତେବେ ଜଣେ ପ୍ରଡ୍ୟୁସରଙ୍କ ସମେତ ଅନ୍ୟ ୨ ଜଣଙ୍କ ନାମରେ ଅଭିଯୋଗ ଆଣିଛନ୍ତି ବିବେକ ଓବରୋୟ । ମହାରଷ୍ଟ୍ରର ଅନ୍ଧେରି ଇଷ୍ଟ ଅନ୍ତର୍ଗତ ଏମଆଇଡିସି ଥାନାରେ ଏତଲା ଦେଇଛନ୍ତି ଅଭିନେତା ଯାହା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।












Click it and Unblock the Notifications