ଗୋଟିଏ ଗୋଡରେ ବିରାଟ-ଅନୁଷ୍କାଙ୍କ ଡ୍ୟାନ୍ସ , ସୋସିଆଲ ମିଡିଆରେ କଲା ଟ୍ରେଣ୍ତ

ମୁମ୍ବାଇ:IPL-2023ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏପର୍ଯ୍ୟନ୍ତ ୪ଟି ମ୍ୟାଚ୍ ଜିତିସାରିଲାଣି । ନିକଟରେ ବିରାଟ-ଅନୁଷ୍କା ଶର୍ମାଙ୍କର ଏକ ଡ୍ୟାନ୍ସ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ଅନୁଷ୍କା ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ପ୍ରଶଂସକମାନେ ଏହି ଭିଡିଓକୁ ବେଶ୍ ପସନ୍ଦ କରୁଛନ୍ତି ।

Anushka Sharma

ଅନୁଷ୍କା ଏହି ଭିଡିଓକୁ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଯେଉଁଥିରେ ଅଭିନେତ୍ରୀ ଅନୁଷ୍କା ଓ ସ୍ୱାମୀ ବିରାଟ ଏକ ଜିମ ଭିତରେ ଡ୍ୟାନ୍ସ କରୁଥିବାର ଦେଖିବା ପାଇଁ ମିଳୁଛି । ବ୍ୟାଗଗ୍ରାଉଣ୍ତରେ ଏକ ପଞ୍ଜାବୀ ଗୀତ ମଧ୍ୟ ବାଜୁଛି । କୋହଲି ଡ୍ୟାନ୍ସ କରୁଥିବା ସମୟରେ ହଠାତ୍ ଅଟକି ଯାଇଥିଲେ ।

ଯାହା ପରେ ଅନୁଷ୍କା ମଧ୍ୟ ଡ୍ୟାନ୍ସ କରିବା ବନ୍ଦ କରିଥିଲେ । ହେଲେ କିଛି ମିନିଟର ଭିଡିଓକୁ ନେଇ ଆଜି ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛି । ଭାଇରାଲ ହେବାସହ ଉଭୟଙ୍କ ପ୍ରଶଂସକଙ୍କ ଭିନ୍ନ ଭିନ୍ନ କମେଣ୍ଟ ଓ ଲାଇକ୍ସର ବର୍ଷା ହେବା ଆରମ୍ଭ ହୋଇଯାଇଛି । ଅନୁଷ୍କାଙ୍କ ପ୍ରୋଫାଇଲରେ ସେୟାର ହୋଇଥିବା ଭିଡିଓକୁ ପ୍ରାୟ ୧.୫ ମିଲିୟନରୁ ଅଧିକ ଲୋକ ଦେଖି ସାରିଲେଣି ।

ଆଇପିଏଲ୍ ୨୦୨୩ରେ ବିରାଟ କୋହଲିଙ୍କ ପ୍ରଦର୍ଶନ ଏପର୍ଯ୍ୟନ୍ତ ଉତ୍କୃଷ୍ଟ ରହିଛି । ସେ ୭ ଟି ମ୍ୟାଚରେ ୨୭୯ରନ୍ ସଂଗ୍ରହ କରିଛନ୍ତି । ସେ ସର୍ବାଧିକ ରନ୍ ସ୍କୋରର୍ ତାଲିକାରେ ଚତୁର୍ଥ ସ୍ଥାନରେ ରହିଆସୁଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+