ମୁମ୍ବାଇ ରାସ୍ତାରେ ସ୍କୁଟି ଚଲାଇଲେ ବିରାଟ୍, ସାଥିରେ ନଜର ଆସିଲେ ଅନୁଷ୍କା
Virat Kohli :Virat And Anushka Rides Scotty In The Street Of Mumbai.ମୁମ୍ବାଇ ରାସ୍ତାରେ ସ୍କୁଟି ଚଲାଇଲେ ବିରାଟ୍ ,ସାଥିରେ ନଜର ଆସିଲେ ଅନୁଷ୍କା
ମୁମ୍ବାଇ: ସ୍କୁଟିରେ ଲଙ୍ଗ୍ ଡ୍ରାଇଭର ମଜା ନେଲେ ବିରାଟ-ଅନୁଷ୍କା । ମୁମ୍ବାଇ ବର୍ଷାରେ ରୋମାଣ୍ଟିକ୍ ଅନ୍ଦାଜ୍ରେ ନଜର ଆସିଲେ ବିରୁଷ୍କା । ବଲିଉଡ୍ର ମୋଷ୍ଟ ପାୱାର୍ ଫୁଲ୍ କପଲ୍ ମଧ୍ୟରୁ ଅନ୍ୟତମ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କୁ ଶନିବାର ଅର୍ଥାତ୍ ଗତକାଲି ମୁମ୍ବାଇ ରାସ୍ତାରେ ସ୍କୁଟି ବୁଲୁଥିବାର ଦେଖିବା ପାଇଁ ମିଳିଥିଲା । ବିରାଟ୍ ସ୍କୁଟି ଚଲାଉଥିବା ବେଳେ ଅନୁଷ୍କା ପଛରେ ଛତା ଧରି ବଲିଥିବାର ଦେଖିବା ପାଇଁ ମିଳିଥିଲା । ଉଭୟଙ୍କୁ ଏପରି ଖୁଲମ ଖୁଲା ବୁଲୁଥିବାର ଦେଖି ଅନେକ ଆଶ୍ଚର୍ଯ୍ୟ ମଧ୍ୟ ହୋଇଥିଲେ । ହେଲେ ଉଭୟଙ୍କର ଏ ଅନ୍ଦାଜକୁ ବେଶ୍ ପସନ୍ଦ କରୁଛନ୍ତି ହଜାର ହଜାର ପ୍ରଶଂସକ ।

ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ବର୍ତ୍ତମାନ କ୍ରିକେଟ୍ କିଛି ଦିନ ପାଇଁ ବ୍ରେକ୍ ନେଇଛନ୍ତି । ନିଜ ପରିବାର ସହ ବେଶ୍ କ୍ୱାଲିଟ୍ ଟାଇମ୍ ସ୍ପେଣ୍ତ୍ କରୁଛନ୍ତି ବିରାଟ୍। ପ୍ରତିଟି ସମୟକୁ ଉପଭୋଗ କରୁଛନ୍ତି । ସ୍କୁଟିରେ ମୁମ୍ବାଇ ବର୍ଷାକୁ ଏଞ୍ଜୟ କରିଥିଲେ ଅନୁଷ୍କା-ବିରାଟ । ଅନୁଷ୍କା ତାଙ୍କ ପଛରେ ବସିଥିବା ବେଳେ ବିରାଟ ସ୍କୁଟି ଚଳାଉଥିଲେ । ତେବେ ଏହି ଯାତ୍ରା ସମୟରେ
ଟ୍ରାଫିକ ନିୟମକୁ ବେଶ ଭଲ ଭାବେ ପାଳନ କରିଥିଲେ ବିରୁଷ୍କା । ଉଭୟ ହେଲମେଟ ପିନ୍ଧିଥିବାର ମଧ୍ୟ ଦେଖିବା ପାଇଁ ମିଳିଥିଲା । ବିରାଟ ଅନୁଷ୍କାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଦର୍ଶକଙ୍କର ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଖିବା ପାଇଁ ମିଳୁଛି ।
ତେବେ ବିରାଟ କୋହଲି ଏବେ ନିଜ କ୍ରିକେଟ କ୍ୟାରିୟରର ସବୁଠୁ ଖରାପ ସମୟ ଦେଇ ଗତି କରୁଛନ୍ତି । ଶେଷଥର ପାଇଁ ୨୦୧୯ରେ ବିରାଟଙ୍କ ଶତକ ଦେଖିବା ପାଇଁ ମିଳିଥିଲା । ପୁଣି ମୈଇଦାନରେ ବିରାଟଙ୍କ ବ୍ୟାଟରୁ ଶତକ ଦେଖିବା ପାଇଁ ଚାହିଁ ବସିଛନ୍ତି କ୍ରିକେଟ ପ୍ରଂଶସକ ।












Click it and Unblock the Notifications