ଏପରି ଢଙ୍ଗରେ କରୱାଚୌଥ ପାଳିଲେ ବିରାଟ-ଅନୁଷ୍କା
Virat Kohli and Anushka Sharma: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ପ୍ରତିବର୍ଷ କରୱାଚୌଥ ସେଲିବ୍ରେଟ୍ କରିଥାନ୍ତି । ପୂଜା କରିବା ପରେ ଉଭୟ ସୋସିଆଲ ମିଡିଆରେ ଫଟୋ ମଧ୍ୟ ସେଲିବ୍ରେଟ୍ କରିଥାନ୍ତି କିନ୍ତୁ ଏଥର ଅନୁଷ୍କା-ବିରାଟ ଉଭୟ ଅନ୍ୟ ସ୍ଥାନରେ ଏକାଠି ନଜର ଆସିଥିଲେ । ଯେଉଁଠାରୁ ତାଙ୍କର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା।
Virat Kohli and Anushka Sharma spotted at Krishna Das Kirtan in Mumbai 🧿❤️ pic.twitter.com/fzuTNpHrjV
— Virat Kohli Fan Club (@Trend_VKohli) October 21, 2024
ଅନୁଷ୍କା ଏବଂ ବିରାଟ ମୁମ୍ବାଇରେ କୃଷ୍ଣ ଦାସଙ୍କ କୀର୍ତ୍ତନରେ ଯୋଗଦେଇଥିଲେ ଏହି ସମୟରେ ଉଭୟଙ୍କୁ ଅତି ସାଧାରଣ ରୂପରେ ଦେଖିବାକୁ ମିଳିଥିଲା । ତେବେ ଯେଉଁଥିରୁ ସ୍ପଷ୍ଟ ହୋଇଥିଲା ଯେ ଏଥର ଅନୁଷ୍କା ନୂଆ ଢଙ୍ଗରେ କରୱାଚୌଥ ବ୍ରତରେ ପାଳନ କରିଛନ୍ତି ।

ଭାଇରାଲ ଭିଡିଓରେ ସେ ଏକ କିର୍ତ୍ତନରେ ଯୋଗ ଦେଇଥିବାର ଦେଖିବା ପାଇଁ ମିଳିଥିଲା । ଅନୁଷ୍କାଙ୍କ ଲୁକ୍ ବିଷୟରେ କହିବା ପାଇଁ ଗଲେ ସେ ଏକ ଧଳା ରଙ୍ଗର ପୋଷାକ ପିନ୍ଧିଥିବାବେଳେ ବିରାଟ କାଜୁଆଲ୍ ଡ୍ରେସରେ ନଜର ଆସିଥିଲେ । ବର୍ତ୍ତମାନ ଅନୁଷ୍କା ଶର୍ମା ଭାରତରେ ଅଛନ୍ତି ଏବଂ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଖେଳିବାବେଳେ ବିରାଟଙ୍କୁ ସମର୍ଥନ ମଧ୍ୟ କରୁଛନ୍ତି। ସେ ବିରାଟଙ୍କ ପ୍ରତ୍ୟେକ ମ୍ୟାଚ୍ରେ ମଧ୍ୟ ଦେଖୁଛନ୍ତି।
ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ଅନୁଷ୍କା ତାଙ୍କ ପିଲା ମାନଙ୍କ ସହିତ ଲଣ୍ଡନରେ ରହୁଥିବାର ଦିବା କରାଯାଉଛି । ଯଦିଓ ଏହି ଗୁଜବକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ଦୁହଁଙ୍କର କୌଣସି ପ୍ରତିକ୍ରିୟା ପ୍ରକାଶ ପାଇ ନାହିଁ ।
ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ଅନୁଷ୍କା ଶର୍ମା ଖୁବ୍ ଶୀଘ୍ର ଚକଡା ଏକ୍ସପ୍ରେସରେ ନଜର ଆସିବେ । ଏହା ହେଉଛି କ୍ରିକେଟର ଜୁଲାନ୍ ଗୋସ୍ୱାମୀଙ୍କ ବାୟୋପିକ୍ । ଏହି ଚଳଚ୍ଚିତ୍ର ସହିତ ଅନୁଷ୍କା ଦୀର୍ଘ ସମୟ ପରେ ବଡ ପରଦାରେ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି । ତାଙ୍କୁ ଶେଷ ଥର ପାଇଁ ଶାହରୁଖ ଖାନ-କ୍ୟାଟ୍ରିନା କୈଫଙ୍କ ସହ ଜିରୋରେ ଦେଖିବାକୁ ମିଳିଥିଲା। ଏବେ ଫ୍ୟାନ୍ସ ଉତ୍ସାହର ସହ ଅନୁଷ୍କାଙ୍କ ଆଗାମୀ ଫିଲ୍ମର ଅପେକ୍ଷାରେ ଅଛନ୍ତି ।
-
ବ୍ରିଟେନକୁ ସିଧାସଳଖ ଚେତାବନୀ ଦେଲା ଇରାନ, କହିଲା ଆମେରିକାକୁ ସାହାଯ୍ୟ କରିବା ପଡ଼ିବ ମହଙ୍ଗା -
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications