ଆଜି କୋଟି କୋଟିର ମାଲିକ, ହେଲେ ଦିନେ ଟଙ୍କା ପାଇଁ ଫୋନ ବିକ୍ରି କରିଥିଲେ ଏହି ଅଭିନେତା
Vikrant Massey: ବଲିଉଡର ଜଣେ ଦକ୍ଷ ଅଭିନେତା ହେଉଛନ୍ତି ବିକ୍ରାନ୍ତ ମେସି। ଆଜିକାଲି ସେ ନିଜ ଫିଲ୍ମ 'ଦ ସାବରମତି ରିପୋର୍ଟ'କୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି । ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅମିତ ଶାହ ତାଙ୍କୁ ଫିଲ୍ମର ପ୍ରଶଂସା କରିଛନ୍ତି । ସେ ନିଜ ସୁନ୍ଦର ଏବଂ ଜୀବନ୍ତ ଅଭିନୟ ପାଇଁ ବଲିଉଡରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ନିକଟରେ ବିକ୍ରାନ୍ତ ଏକ ଘଟଣା ବର୍ଣ୍ଣନା କରିଛନ୍ତି, ସେ କହିଛନ୍ତି ଦିନେ ଗୋଆରୁ ମୁମ୍ବାଇକୁ ଫେରିବା ପାଇଁ ତାଙ୍କୁ ନିଜ ଫୋନ ବିକ୍ରି କରିବାକୁ ପଡିଥିଲା।
ନିକଟରେ ଅଭିନେତାଙ୍କ ଫିଲ୍ମ 'ସାବରମତି ରିପୋର୍ଟ' ମୁକ୍ତିଲାଭ କରିଛି ଏହି ଚଳଚ୍ଚିତ୍ର ଦେଶର ସବୁଠୁ ବଡ ହୃଦୟ ବିଦାରକ ଘଟଣା ଉପରେ ଆଧାରିତ। ଏହି ଚଳଚ୍ଚିତ୍ରରେ ବିକ୍ରାନ୍ତ ମେସିଙ୍କ ଅଭିନୟକୁ ବହୁତ ପ୍ରଶଂସା କରାଯାଉଛି। ପୂର୍ବରୁ ମଧ୍ୟରେ ବିକ୍ରାନ୍ତ ନିଜ ଅଭିନୟ ପାଇଁ ଅନେକ ପ୍ରଶଂସା ସାଉଁଟିଥିଲେ ।

ସୂଚନାଯୋଗ୍ୟ ଯେ ଅଭିନେତା ବହୁ ସଂଘର୍ଷ ପରେ ଇଣ୍ଡଷ୍ଟ୍ରିରେ ନିଜ ପାଇଁ ଏକ ସୁନାମ ଅର୍ଜନ କରିଛନ୍ତି। ଆଜି ସେ କୋଟି କୋଟି ଫି"ଡିମାଣ୍ତ କରୁଛନ୍ତି,ହେଲେ ଏପରି ଏକ ସମୟ ଥିଲା ଯେତେବେଳେ ତାଙ୍କୁ ଟଙ୍କା ପାଇଁ ନିଜ ଫୋନ୍ ବିକ୍ରି କରିବାକୁ ପଡିଥିଲା । ଏକ ସାକ୍ଷାତକାରରେ ବିକ୍ରାନ୍ତ ନିଜେ ଏ ବିଷୟରେ ସୂଚନା ଦେଇଛନ୍ତି ।
ନିକଟରେ କରଲି ଟେଲ୍ସ ସହିତ ଚାଟ୍ ସମୟରେ ବିକ୍ରାନ୍ତ କହିଛନ୍ତି ସେ ସାଙ୍ଗମାନଙ୍କ ସହ ଗୋଆ ବୁଲି ଯାଇଥିଲେ ଯେଉଁ ସମୟରେ ତାଙ୍କର ସମସ୍ତ ଟଙ୍କା ଶେଷ ହୋଇଯାଇଥିଲା ଏବଂ ଖର୍ଚ୍ଚ ପାଇଁ ତାଙ୍କୁ ଶେଷରେ ମୋବାଇଲ୍ ଫୋନ୍ ବିକ୍ରି କରିବା ପଡିଥିଲା।
ଅଭିନେତା ବିକ୍ରାନ୍ତଙ୍କ ଫିଲ୍ମ 'The Sabarmati Report' କୁ ନେଇ ଚର୍ଚ୍ଚାରେ ଅଛନ୍ତି । ତାଙ୍କ ଫିଲ୍ମ ବକ୍ସଅଫିସରେ ଭଲ ଆୟ କରୁଛି । ଫ୍ୟାନ୍ସ ମଧ୍ୟ ଏହି ଫିଲ୍ମର କାହାଣୀକୁ ବେଶ୍ ପସନ୍ଦ କରୁଛନ୍ତି । ସୋସିଆଲ ମିଡିଆରେ ଫିଲ୍ମକୁ ନେଇ ଲୋକଙ୍କ ମଧ୍ୟରେ କ୍ରେଜ୍ ଦେଖିବାକୁ ମଧ୍ୟ ମିଳୁଛି ।












Click it and Unblock the Notifications