ସିନେ ଜଗତରୁ ଅବସର ନେଲେ ଅଭିନେତା ବିକ୍ରାନ୍ତ ମାସେ

ଦ୍ଵାଦଶ ଫେଲ ଚଳଚ୍ଚିତ୍ର କରି ଦର୍ଶକଙ୍କ ପ୍ରଶଂସା ସାଉଁଟିଥିବା ଅଭିନେତା ବିକ୍ରାନ୍ତ ମାସେ ପ୍ରଶଂସକମାନଙ୍କୁ ନିରାଶ କରିଛନ୍ତି। ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କଲା ଭଳି ବଲିଉଡରୁ ଅବସର ନେବା ସମ୍ପର୍କରେ ସେ ଘୋଷଣା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ କରି ସେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଦ ସାବରମତୀ ରିପୋର୍ଟ ଚଳଚ୍ଚିତ୍ର ମୁକ୍ତିଲାଭ କରିବାର କିଛିଦିନ ପରେ ୩୭ ବର୍ଷୀୟ ଏହି ଅଭିନେତାଙ୍କ ଅବସର ଘୋଷଣାକୁ ଦର୍ଶକ ସହଜରେ ଗ୍ରହଣ କରିପାରୁନାହାନ୍ତି।

Vikrant Massey

ଉତ୍ସବ(ଆଇଏଫଏଫଆଇ)ରେ ପର୍ସନାଲିଟି ଅଫ ଦ ଇୟର ପୁରସ୍କାର ଗ୍ରହଣ କରିଥିଲେ। ତେବେ ସେ ତାଙ୍କ ଅବସର ପଛର କାରଣ କିଛି ଦର୍ଶାଇ ନାହାନ୍ତି। ନିଜ ପୋଷ୍ଟରେ ସେ ଲେଖିଛନ୍ତି, 'ଚଳଚ୍ଚିତ୍ର ଜଗତରେ କାର୍ଯ୍ୟ କରିଥିବା ସମୟରେ ସମସ୍ତଙ୍କ ସମର୍ଥନ ପାଇଁ ଧନ୍ୟବାଦ ଜଣାଉଛି। ବର୍ତ୍ତମାନ ସମୟ ଘରକୁ ଯିବାର ସମୟ ବୋଲି ମୁଁ ଅନୁଭବ କରୁଛି। ଜଣେ ସ୍ଵାମୀ, ଜଣେ ବାପା ଏବଂ ଜଣେ ପୁଅ ହିସାବରେ ସେ ଘରକୁ ଫେରୁଛନ୍ତି। ଜଣେ ଅଭିନେତା ହିସାବରେ ମଧ୍ୟ। ଆଗାମୀ ୨୦୨୫ ଆମେ ପରସ୍ପରଙ୍କୁ ଗୋଟିଏ ଶେଷ ଚଳଚ୍ଚିତ୍ରରେ ଭେଟିବା। ଶେ​ଷ ୨ଟି ଚଳଚ୍ଚିତ୍ର ଏବଂ ଅନେକ ବର୍ଷର ସ୍ମୃତିକୁ ନେଇ ଘରକୁ ଫେରୁଛି। ସମସ୍ତଙ୍କୁ ଧନ୍ୟବାଦ !'

ବିକ୍ରାନ୍ତଙ୍କ ଏହି ପୋଷ୍ଟ ଉପରେ ପ୍ରଶଂସକ ନିରାଶାବ୍ୟକ୍ତ କରି ଅନେକ ଦୁଃଖ ପ୍ରକାଶ କରିଛନ୍ତି। ଜଣେ ପ୍ରଶଂସକ ଲେଖିଛନ୍ତି, ଦୟାକରି ଏମିତି କରନ୍ତୁନି। ଆପଣ ଅତ୍ୟନ୍ତ ଭଲ ଅଭିନେତା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+