ଓଡ଼ିଶାରେ ରିଲିଜ୍ ହେଲା 'ବିକ୍ରମ ବେଦା'ର ଟ୍ରେଲର

ଓଡ଼ିଶାରେ ରିଲିଜ୍ ହେଲା 'ବିକ୍ରମ ବେଦା'ର ଟ୍ରେଲର , ଓଡ଼ିଆ ଦର୍ଶକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବା ପାଇଁ ମିଳିଛି

ଭୁବନେଶ୍ୱର: ଆଜି ରିଲିଜ୍ ହୋଇଛି ବହୁ ଚର୍ଚ୍ଚିତ ଫିଲ୍ମ 'ବିକ୍ରମ ବେଦା'ର ଟ୍ରେଲର । ଦେଶର ୯ଟି ସିନେମା ହଲରେ ଏହି ଟ୍ରେଲର ଲଞ୍ଚ କରାଯାଇଛି । ତେବେ ସବୁଠୁ ଖାସ କଥା ହେଉଛି ଯେ ପ୍ରଥମ ଥର କୌଣସି ବଲିଉଡ ଫିଲ୍ମର ଟ୍ରେଲର ଓଡ଼ିଶାର ସିନେମା ହଲରେ ରିଲିଜ୍ କରାଯାଇଛି । ଯାହା ନେଇ ଓଡ଼ିଆ ଦର୍ଶକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବା ପାଇଁ ମିଳିଛି । ଆଜି ରାଜଧାନୀର ମହାରାଜା ସିନେମା ହଲରେ ରିଲିଜ୍ କରଯାଇଛି ଫିଲ୍ମ 'ବିକ୍ରମ ବେଦା'ର ଟ୍ରେଲର ।

VIKRAM VEDHA TRAILER

ତେବେ ଟ୍ରେଲର ଦେଖିବା ପାଇଁ ହଲରେ ପହଁଚିଥିଲେ ଅଭିନେତା ହ୍ରିତିକ ରୋଶନଙ୍କ ଫ୍ୟାନ୍ସ । ପ୍ରାୟ ୧୦୦ରୁ ଅଧିକ ଫ୍ୟାନ୍ସଙ୍କ ଭିଡ ଦେଖିବା ପାଇଁ ମିଳିଥିଲା । ସେହିପରି ହ୍ରିତିକ୍ ରୋଶନ ଫ୍ୟାନ୍ କ୍ଲବ ପକ୍ଷରୁ ସେଲିବ୍ରେସନ ମଧ୍ୟ କରାଯାଇଛି ।

ତେବେ ଆସନ୍ତା ୩୦ ତାରିଖରେ ଏହି ଫିଲ୍ମଟି ରିଲିଜ୍ ହେବା ପାଇଁ ଯାଉଛି । ଏହି ଫିଲ୍ମକୁ ବେଶ୍ ଉତ୍ସାହର ସହ ଅପେକ୍ଷା କରିଛନ୍ତି ଦର୍ଶକ । ଆକ୍ସନ,ଥ୍ରୀଲର ,ସସପେନ୍ସ ଭରା ଏହି ସିନେମାରେ ହ୍ରିତିକଙ୍କ ସହ ସୈଫ୍ ଅଲ୍ଲୀ ଖାନ ମଧ୍ୟ ନଜର ଆସିବେ । ତେବେ ସବୁଠୁ ରୋମାଞ୍ଚକର କଥା ହେଉଛି ଯେ ଏହି ଫିଲ୍ମରେ ହ୍ରିତିକ୍ ତିନିଟି ଭିନ୍ନ ଭିନ୍ନ ରୂପରେ ନଜର ଆସିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+